Browsing author

SATYA SANDHANA DESK

କବାଟ ଭାଙ୍ଗି ଲୁଟି ନେଲେ

ରାୟଗଡ଼ା,୨୪।୧୨(ଏସଏସନିଉଜ) ଘରର କବାଟ ଭାଙ୍ଗି ଲୁଟି ନେଲେ ଟଙ୍କା ସହ ସୁନା। ଟାଉନ ଥାନା ସାଇପ୍ରିୟାନଗର ରେ ଜଣଙ୍କ ଘରୁ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ୭୫ ହଜାର ଟଙ୍କା ସହ ସୁନା , ରୁପା ଅଳଙ୍କାର ଚୋରି ଅଭିଯୋଗ ହୋଇଛି।

ବିଲଭିତରରେ ପଶିଲା ଏସିଡଟ୍ୟାଙ୍କର

ବାଲେଶ୍ୱର,୨୪।୧୨(ଏସଏସ ନିଉଜ)ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଭଗତପୁର ନିକଟରେ ବିଲ ଭିତରରେ ଓଲଟିପଡ଼ିଲା ଏସିଡ ଟ୍ୟାଙ୍କର। ଏସିଡ ଟ୍ୟାଙ୍କରଟି ଭଗତପୁର ଗାଁରେ ଥିବା ଏକ ଚିଙ୍ଗୁଡ଼ି ପ୍ଲାଣ୍ଟକୁ ଯାଉଥିଲା। ଚାଳକଙ୍କ କହିବା ଅନୁସାରେ ଏହି ଟ୍ୟାଙ୍କରରେ ହାଇଡ୍ରୋକ୍ଲୋରାଇଡ ଏସିଡ ଯାଉଥିଲା। ପରେ ସେଥିରୁ ଗ୍ୟାସ ଲିକ କରୁଥିବା ବେଳେ ପାଖ ଅଞ୍ଚଳରେ ଧୂଆଁମୟ ହୋଇଯାଇଥିଲା। ଯାହାଫଳରେ ସ୍ଥାନୀୟଲୋକେ ଭୟଭୀତ ହୋଇଯାଇଛନ୍ତି।

ଟ୍ରକ୍‌କୁ ପିଟିଲା ଟ୍ରକ୍‌

ଆନନ୍ଦପୁର,୨୪।୧୨(ଏସଏସ ନିଉଜ) ଟ୍ରକ୍‌କୁ ପିଟିଲା ଆଉ ଏକ ଟ୍ରକ୍‌।ଯାହାଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।ଏନ୍‌ଏଚ୍‌ ୨୦ ଘସିପୁରା ଥାନା ବେଲବାହାଳି ନିକଟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାପରେ ଟ୍ରକ୍‌ରେ ଚାପିହୋଇ ରହିଗଲେ ଡ୍ରାଇଭର।ଦୀର୍ଘସମୟ ପରେ ଗୁରୁତର ଅବସ୍ଥାରେ ଟ୍ରକ୍‌ ଡ୍ରାଇଭର ଉଦ୍ଧାର।ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଫେରାର ସୂଚନା

ସ୍ପଷ୍ଟୀକରଣ ରଖିଲେ କାମିୟା ଜାନୀ

ଭୁବନେଶ୍ୱର,୨୪।୧୨(ଏସଏସ ନିଉଜ)ଶ୍ରୀମନ୍ଦିର ପ୍ରବେଶକୁ ନେଇ ସ୍ପଷ୍ଟୀକରଣ ରଖିଲେ କାମିୟା ଜାନୀ।ଭିଡିଓ ବାର୍ତ୍ତା ମାଧ୍ୟମରେ ସ୍ପଷ୍ଟୀକରଣ ରଖିଲେ କାମିୟା।ସେ କହିଛନ୍ତିଯେ,ବିଫ୍‌ ଖାଏନି କି ଖାଇବାକୁ ପ୍ରୋତ୍ସାହନ କରେନି।ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ପାଇବାକୁ ପୁରୀ ଯାଇଥିଲି।ମନ୍ଦିରରନିର୍ମାଣ ଓ ସଂସ୍କୃତି ଲୋକଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟ ଥିଲା।ଦୁର୍ଭାଗ୍ୟବଶତଃ ମୋର ଏହି ଭ୍ରମଣ ବିବାଦୀୟ ହୋଇଛି।ଭ୍ରମଣ ସମୟରେ କୌଣସି ବି ନିୟମ ଭଙ୍ଗ କରିନି ବୋଲି କହିଛନ୍ତି କାମିୟ।ହିନ୍ଦୁ ଧର୍ମକୁ ଅନୁସରଣକରେ।କେରଳ ଫୁଡ୍‌ ବ୍ଲଗ ଭିଡିଓର ଏକ ସ୍କ୍ରିନସଟ୍‌ ବ୍ୟବହାର କରାଯାଉଛି।ସେଠାରେ ବିଫ୍‌ ଖାଇନଥିଲି […]

ଆଜିର ରାଶିଫଳ

ଡିସେମ୍ବରମାସ ୨୪ତାରିଖ ୨୦୨୩ମସିହା(ରବିବାର)ମାର୍ଗଶିରମାସ-ଶୁକ୍ଳପକ୍ଷ ,ତିଥି- ତ୍ରୟୋଦଶୀ ଦିବାଘ ୦୦୫/୩୮ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ,ସୁର୍ୟୋଦୟ-ପ୍ରାତଃଘ୦୬/୨୨/୨୪ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୧୧/୦୯ ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବିଛାରାଶିର ଘାତଚନ୍ଦ୍ର ,ମେଷରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୧୦/୨୫ ଗତେ ଘ୦୧/୦୮ ମଧ୍ୟେ ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୭/୧୦ ଗତେ ଘ ୦୯/୩୫ ମଧ୍ୟେ ଓ ଘ୦୧/୦୯ଗତେ ଘ୦୩/୫୯ ମଧ୍ୟେ ଓ ରାତ୍ରି ଘ୦୭/୩୫ ଗତେ ଘ ୦୯/୧୧ ମଧ୍ୟେ ,ବିଶୁଦ୍ଧମ।ହେନ୍ଦ୍ରବେଳ।- ଦିବା ଘ୦୪/୩୬ ଗତେ ଘ […]

ଦିନରେ ଭିକ,ରାତିରେ ଚୋରୀ

ଭଦ୍ରକ ,୨୩ା୧୨(ଏସଏସନିଉଜ)ଚୋରୀକରିବାର ନୁଆତରିକାକୁ ଆପଣେଇଥିଲେ ।ଦିନରେ ଭିକ ମାଗି ଘର ଚିହ୍ନଟ କରିବା ସହ ଚିହ୍ନଟ କରିଥିବା ଘରକୁ ରାତିରେ ଟାର୍ଗେଟ କରି ଚୋରୀ କରୁଥିଲେ ।କେବଳ ଏତିକିନୁହେଁ ଆବଶ୍ୟକତାକୁଦେଖି ଏମାନେ ଗୃହକର୍ତାକୁ ମଧ୍ୟ ଆକ୍ରମଣ କରିବାକୁ ମଧ୍ୟ ପଛାଉନଥିଲେ ।ଏହିଭଳିଘଟଣା ସାବରଙ୍ଗଥାନା ଅଧିନସ୍ଥ ଚଣ୍ଡିଗାଁରେ ଘଟିଥିବାର ଅଭିଯୋଗ ମଧ୍ୟ ଥାନାକୁ ଆସିଥିଲା ।ଶେଷରେ ପୋଲିସ ହାତରେ ୫ଜଣ ଚୋର ସହ ଚୋରୀ ସୁନାଅଳଙ୍କାରକୁ ବିକୁଥିବା ଜଣେ ଦୋକାନୀଙ୍କୁ ଧରିବା ସହ ସେମାନଙ୍କୁ କୋର୍ଟଚାଳଣ କରିଛି ପୋଲିସ […]

କେଜ୍ରିୱାଲଙ୍କ ପିଛାଛାଡ଼ୁନି ଇଡିଭୂତ

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ତୃତୀୟଥର ପାଇଁ କେଜ୍ରିୱାଲଙ୍କୁଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେରା ପାଇଁ ସମନ୍ କରିଛି ।ଦୁଇଦୁଇଥର ହାଜିରା ନଦେବାପରେ ଜାନୁଆରୀ ୩ରେ ଇଡିକାର୍ଯ୍ୟାଳୟରେ ହାଜର ହେବାକୁ କେଜ୍ରିୱାଲଙ୍କୁ ସମନ୍ ହୋଇଛି । ପ୍ରଥମେ ନଭେମ୍ବର ୨ ଓ ପରେ ଡିସେମ୍ବର ୨୧ରେ ହାଜର ହେବାକୁ ଦିଲ୍ଲୀମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ସମନ୍ କରିଥିଲା ଇଡି । ବହୁଚର୍ଚ୍ଚିତ ଦିଲ୍ଲୀ ମଦଦୁର୍ନୀତି ମାମଲାରେ ଆପ୍ ଦଳର ଦୁଇ ପ୍ରମୁଖନେତା ମନୀଷ ସିସୋଦିଆ ଏବଂ ସଞ୍ଜୟସିଂ ଗିରଫ ହୋଇ […]

ଫେରିଲାକୋରୋନା , ଫେରିଲାମାସ୍କ

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ) ପୁଣି ଓଡ଼ିଶାକୁ ଫେରିଲା କୋଭିଡ୍ । ରାଜ୍ୟରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଭାରିଆଣ୍ଟକୁ ନେଇ ଆଲର୍ଟରେ ରାଜ୍ୟସରକାର । କରୋନା କଡ଼ ଲେଉଟାଇବା ପରେ ତତ୍ପର ହେଲା ସ୍ୱାସ୍ଥ୍ୟ ବିଭାଗ । କରୋନା ପାଇଁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଘରୁ ବାହାରକୁ କୁଆଡ଼େ ଯାଉଥିଲେ, ମାସ୍କ ପିନ୍ଧିବାକୁ କୁହାଯାଇଛି । ଏଭଳି […]

ଏୟାରପୋର୍ଟରେ ବିରଳସାପ

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ) ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଏୟାରପୋର୍ଟରୁ ବିରଳ ପ୍ରଜାତିର ସାପ ଉଦ୍ଧାର ହୋଇଛି ।ବ୍ୟାଙ୍କ୍‌କରୁ ମୁମ୍ବାଇ ଆସିଥିବା ଜଣେ ଯାତ୍ରୀଙ୍କ ବ୍ୟାଗ୍‌ରୁ ଏହି ସାପକୁ ଉଦ୍ଧାର କରାଯାଇଛି ।ଯାତ୍ରୀ ଜଣଙ୍କ ବେଆଇନ୍ ଭାବରେ ବିସ୍କୁଟ୍ ଓ କେକ୍ ପେଟିରେ ସାପଗୁଡ଼ିକୁ ଆଣିଥିବାର ଯାଂଚବେଳେ ଜଣାପଡିଥିଲା ।

ଶୀଘ୍ର ସ୍ବାଭାବିକ ଅବସ୍ଥା ଫେରିବ

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ) ରାଉରକେଲାରେ ହଇଜା ସ୍ଥିତିକୁ ନେଇRMC କମିଶନର ଶୁଭଙ୍କର ମହାପାତ୍ର. ପ୍ରତିକ୍ରିୟା ରଖିଛନ୍ତି ।ସେକହିଛନ୍ତି ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଏବେ ସହରର ବିଭିନ୍ନ ହସ୍ପିଟାଲରେ ୫୩ ଆକ୍ରାନ୍ତ ଚିକିତ୍ସାଧୀନ ଥିବାବେଳେ ଜଗଜଉ ଟିମ୍ ସାମ୍ପଲ ସଂଗ୍ରହ କରି ଫେରିଛନ୍ତି । ଏମାନଙ୍କ ସହ SCB ଟିମ୍ ମଧ୍ୟ ରହିଛନ୍ତି ।ଦିନେ ଦୁଇଦିନ ଭିତରେ ସ୍ବାଭାବିକ ଅବସ୍ଥା ଫେରିଆସିବ ବୋଲି କମିଶନର କହିଛନ୍ତି ।