Browsing author

SATYA SANDHANA DESK

୧୧ ଓଏଏସ୍ ଅଫିସରଙ୍କ ବଦଳି

ଭୁବନେଶ୍ୱର,୨ା୧୨(ଏସଏସନିଉଜ)୧୧ଜଣ ଓଏଏସ୍ ଅଫିସରଙ୍କୁ ବିଭିନ୍ନ ଜିଲ୍ଲାରେ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ରାଜ୍ୟ ସରକାର ଆଜି ନିଯୁକ୍ତି କରିଛନ୍ତି ।ସରୋଜ କୁମାର ମିଶ୍ରଙ୍କୁ ପାନପୋଷ ଅତିରିକ୍ତ ଉପଜିଲ୍ଲାପାଳ ,ସୁରଜ କୁମାର ପଟ୍ଟନାୟକଙ୍କୁ କୋରାପୁଟ ଅତିରିକ୍ତ ଉପଜିଳ୍ଲାପାଳ, ଅଶୋକ କୁମାର ଦାସଙ୍କୁ କେନ୍ଦ୍ରାପଡ଼ା ଅତିରିକ୍ତ ଉପଜିଲ୍ଲାପାଳ, ସୁଜାତା ପାତ୍ରଙ୍କୁ କଟକ ଅତିରିକ୍ତ ଉପଜିଲ୍ଲାପାଳ, ମନୋରମା ଜାଲିଙ୍କୁ ଯାଜପୁର ଅତିରିକ୍ତ ଉପଜିଲ୍ଲାପାଳ, ପୁନମ ବିନିତା ବାଗେଙ୍କୁ କେନ୍ଦୁଝର ଅତିରିକ୍ତ ଉପଜିଲ୍ଲାପାଳ, କିଶୋର କୁମାର ପଣ୍ଡାଙ୍କୁ ଆନନ୍ଦପୁର ଅତିରିକ୍ତ ଉପଜିଲ୍ଲାପାଳ, ଗୌରବମୟ ପ୍ରଧାନଙ୍କୁ […]

ବିଷପିଇ ଆତ୍ମହତ୍ୟା କଲେ ଯୁବତୀ

ବାରଙ୍ଗ ୨।୧୨ (ଏସଏସନିଉଜ )ଚନ୍ଦକା ଥାନା ଅଧୀନସ୍ତ କଣ୍ଟାବାଡ଼ ଝୁମୁକା ଆଦିବାସୀ ସାହିରେ ଜଣେ ଯୁବତୀ ବିଶପାନ କରି ଆତ୍ମହତ୍ୟା କରିଛି। ପୋଲିସ ସୂଚନା ମୁତାବକ ଶୁକ୍ରବାର ସାନ୍ଧ୍ୟରେ ଝୁମୁକାରେ ଫୂଟବଲ ଖେଳ ହେଉଥିଲା କ୍ଷ ଖେଳ ଦେଖିବା ପାଇଁ ଗାଁ ଲୋକଙ୍କ ସହ ସେଠିକାର ମହିଳା. ପୁରୁଷ ଓ ପିଲାମାନେ ଯାଇଥିଲେ।ପ୍ରତିମାବେରୁଆ (୧୬ )ନାମକ ଯୁବତୀ ଖେଳ ଦେଖୁଥିଲେ ।ରାତିହେବାରୁ ବାପା ଜଟ ବେରୁଆ ଝିଅକୁ ଘରକୁ ଯିବାପାଇଁ କହିବାରୁ ଝିଅ ରାଜି ହୋଇନଥିଲେ।ଏହାକୁନେଇ ବାପାଝିଅ […]

ଦାଢାପାଟଣାରେ କାର୍ତ୍ତିକେଶ୍ୱର ଭଷାଣି

ବାରଙ୍ଗ,୨ା୧୨ (ଏସଏସନିଉଜ) ବାରଙ୍ଗର ପ୍ରସିଦ୍ଧ ପର୍ବ ପବିତ୍ର କାର୍ତ୍ତିକେଶ୍ୱର ପୂଜାର ପ୍ରଥମ ପର‌୍ୟ୍ୟାୟ ଭଷାଣୀ ଶନିବାର ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ପ୍ରଥମ ପର‌୍ୟ୍ୟାୟରେ ଦାଢ଼ାପାଟଣା ଗ୍ରାମରେ ପୂଜା ପାଉଥିବା ୧୩ଟି ମେଢ଼ ମଧ୍ୟରୁ ୧୦ଟି ମେଢ଼ ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଗ୍ରାମର ମୁଖ୍ୟ ମେଢ଼ ଆସନ୍ତା ବୁଧବାର ଦିନ ହେବାକୁ ଥିବା ଭସାଣୀରେ ସାମିଲ ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ମେଢ଼ଗୁଡିକରେ ଡିଜେକୁ ବନ୍ଦ କରି ପାରମ୍ପରିକ ନୃତ୍ୟ,ଲୋକ […]

୧୦ଫୁଟିଆ ଅଜଗର ଉଦ୍ଧାର

ବାରଙ୍ଗ,୨ା୧୨ (ଏସଏସନିଉଜ)ବାରଙ୍ଗ କଲେଜ ନିକଟସ୍ଥ ଦୟା ଦକ୍ଷିଣ କେନାଲ ବନ୍ଧ ମୁଖ୍ୟ ରାସ୍ତା ଉପରୁ ଏକ ୧୦ ଫୁଟର ଅଜଗର ଉଦ୍ଧାର। ଶନିବାର ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ କେନାଲ ବନ୍ଧ ମୁଖ୍ୟ ରାସ୍ତା ଉପରେ ୧୦ ଫୁଟର ଏହି ଅଜଗରଟି ବୁଲୁଥିବା ସ୍ଥାନୀୟ ଗ୍ରାମର କିଛି ଲୋକ ଦେଖିବାକୁ ପାଇଥିଲେ। ଗ୍ରାମବାସୀଙ୍କ ଠାରୁ ଖବର ପାଇ ନନ୍ଦନକାନନର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ସୁରକ୍ଷିତ ଭାବେ ଅଜଗରକୁ ଉଦ୍ଧାର କରିଥିଲେ। କେନାଲରେ ପାଣି ନଥିବାରୁ […]

ନନ୍ଦନକାନନରେ ବାରସିଂଘା ମୃତ୍ୟୁ

ବାରଙ୍ଗ,୨।୧୨(ଏସଏସନିଉଜ) ନନ୍ଦନକାନନରେ ପଡିଛି ଶନିଦଶା । ଗତ କିଛି ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୋଟିଏ ପରେ ଗୋଟିଏ ବିରଳ ଜୀବଜନ୍ତୁ ମୃତ୍ୟୁ ହୋଇଛି । ଆଉ କେତେକ ଅସୁସ୍ଥ ରହିଥିବା ସୂଚନା ମିଳିଛି । ଯାହାକୁ ନେଇ କର୍ତ୍ତୁପକ୍ଷ ଙ୍କ ଚିନ୍ତା ବଢ଼ିଯାଇଛି। ମଙ୍ଗଳବାର ଦିନ ଗାଡ଼ ଭାଲୁ ମୃତ୍ୟୁ ପରେ ଜଳହସ୍ଥି ମୃତ୍ୟୁ ପୁଣି ଶନିବାର ଦିନ ଆଖିବୁଜିଲା ଅଣ୍ଡିରା ବାରସିଂହା । ୩୯ ନମ୍ୱର ଏନକ୍ଲୋଜର ରେ ରହୁଥିବା ବାରାସିଂଙ୍ଘା ନିଜ ନିଜ […]

ଓଡ଼ିଶା ସ୍କୁଲକୁ ମାଗଣାରେ ୩୦ହଜାର ଫୁଟବଲଦେବ ଫିଫା-କେନ୍ଦ୍ରମନ୍ତ୍ରୀ

ବାରଙ୍ଗ , ୨ା୧୨(ଏସଏସନିଉଜ) ବାରଙ୍ଗବ୍ଲକ ମୁଣ୍ଡଳୀଠାରେ ଥିବା ଜବାହାର ନବୋଦୟ ବିଦ୍ୟାଳୟ ଓ ପିଏମ ଶ୍ରୀ ସ୍କୁଲ ମିଳିତ ସହଯୋଗରେ ଆୟୋଜିତ ଏଫ୪ଏସ(ଫୁଟବଲ ଫର ସ୍କୁଲ) କାର‌୍ୟ୍ୟକ୍ରମକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଶନିବାର ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ ଓଏହି କାର‌୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଏଆଇଏଫଏଫ ର ମଧ୍ୟସ୍ତତାରେ ଫିଫା ସହିତ ଭାରତ ସରକାରଙ୍କ ସହ ଏକ ଚୁକ୍ତିନାମା ସ୍ଵାକ୍ଷର ହୋଇଥିଲା । ଯେଉଁ ଚୁକ୍ତି ଅନୁସାରେ ଫିଫା […]

କୁଞ୍ଜବିହାରୀ ମହାବିଦ୍ୟାଳୟରେ ପାଳନ ହେଲା ଏଡ୍ସ ଦିବସ

ବାରଙ୍ଗ,୨।୧୨(ଏସଏସନିଉଜ) କୁଞ୍ଜବିହାରୀ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ଙ୍କ ଦ୍ୱାରା ଅନ୍ତର୍ଜାତୀୟ ଏଡ୍ସ ଦିବସ ପାଳନ ହୋଇଯାଇଛି।ସମନ୍ୱିତ ଯୁବ ବିକାଶ କାର‌୍ୟ୍ୟକ୍ରମ କମିଟି ଦ୍ୱାରା ଆୟୋଜିତ ଏହି ସଚେତନତା କାଯ୍ୟକ୍ରମ ରେ ମହାବିଦ୍ୟାଳୟ ଅଧକ୍ଷ ପ୍ରତାପ କୁମାର ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ତାଙ୍କର ଏଡ୍ସ ବ୍ୟାଧିର ଭୟବହାତ ଉପରେ ଆଲୋକ ପାତକରିଥିଲେ।ଏହି କାର‌୍ୟ୍ୟକ୍ରମ ରେ ଶତାଧିକ ଛାତ୍ର ଛାତ୍ରୀ ଯୋଗଦେଇ ସ୍ଥାନିଅ ଅଂଚଳ ରେ ପ୍ଲାକାଡ ଧରି ରାଲିରେ ଯାଇ ଲୋକମାନଙ୍କୁ ସଚେତନତା […]

ରାଲିରେ ଗୋଡ଼ାଇ ବିନ୍ଧିଲେ ମହୁମାଛି

ଉମରକୋଟ,୧।୧୨(ଏସଏସନିଉଜ)ରାଲି ବେଳେ ଗୋଡ଼ାଇ ବିନ୍ଧିଲେ ମହୁମାଛି।ବିଜେପିର ରାଇଘରବ୍ଲକ ଘେରାଉ ବେଳେ ମହୁମାଛି ଆକ୍ରମଣ କରିଥିଲା। ପ୍ରାୟ ୫୦ କର୍ମୀଙ୍କୁ ଗୋଡ଼ାଇ କାମୁଡ଼ିଲେ ଯାହା ଫଳରେ ୧୫ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ବରେ ବ୍ଲକ ଘେରାଉ ବେଳେ ଅଘଟଣ ଘଟିଥିଲା।ମହୁମାଛି ଆକ୍ରମଣରେ ୪/୫ ଜଣ ପୋଲିସ୍‌ କର୍ମଚାରୀ ମଧ୍ୟ ଆହତ ହୋଇଥିବାର ଜଣାପଡିଛି।

ଅଧା ରହିଗଲା ତାରିଣୀଦର୍ଶନ

  ଘଟଗାଁ,୧।୧୨(ଏସଏସନିଉଜ) ତାରିଣୀଦର୍ଶନ ପାଇଁ ଯାଉଥିବାବେଳେ ଚାଲିଗଲା ୮ଜଣଙ୍କ ଜୀବନ।ଅଧା ରହିଗଲା ମାଙ୍କ ମଙ୍ଗଳଆଳତି ଦର୍ଶନ।ଆଜି ସକାଳେ ଘଟଗାଁ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।୮ଜଣ ପ୍ରାଣହରାଇଥିବାବେଳେ ୮ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଛି। ଏଣେ ଅନ୍ୟ ୫ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାପରେ ଡ୍ରାଇଭର୍ ଫେରାର ହୋଇଯାଇଛି। ପ୍ରକାଶଯେ, ଗଞ୍ଜାମଜିଲ୍ଲା ସାନଖେମୁଣ୍ଡି ଅନ୍ତର୍ଗତ ପୁଡାମାରି ଗାଁରୁ ଏକ […]

ଆଜିର ରାଶିଫଳ

୧-୧୨-୨୦୨୩,ଶୁକ୍ରବାର,ସୀତା ବିବାହ,ବିଛା ଦି୧୫ନ, ମାର୍ଗଶୀର କୃଷ୍ଣ ଚତୁର୍ଥୀ ଦ୨୨।୩୩ ଦିଘ୩।୯, ପୁନର୍ବସୁ ଦ୨୭।୨୨ ସଂଘ୫।୫,ମିଥୁନ ଚନ୍ଦ୍ର ଦ୧୧।୧୬ ଦିଘ ୧୦।୩୮।ଯୋଗିନୀ ନୈଋତେ । ଦିବା ଘ୩।୯ ଗତେ ଦକ୍ଷିଣେ ।ଯାତ୍ରାନାସ୍ତି ।ଦିବା ଘ୩।୯ ପରେ ସୂର୍ଯ୍ୟାସ୍ତ ମଧ୍ୟେ ଗୃହପ୍ରବେଶ ଓ ଗୃହ ପ୍ରତିଷ୍ଠା ,ଦେବତା ଗଠନ ।ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି ।ସନ୍ଧ୍ୟା ଘ୫।୫ ଗତେ ଅଶ୍ଳେଷା ମଘା ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଅଶ୍ୱିନୀ […]