Browsing author

SATYA SANDHANA DESK

ମୋବସ୍- କାର୍ ଧକ୍କାରେ ଚାଲିଗଲାଜୀବନ

ପୁରୀ,୧୮ା୯(ଏସଏସନିଉଜ) ପୁରୀ-କୋଣାର୍କ ଡିଫେନ୍ସ ରୋଡ଼ରେ ମୋବସ ସହ କାରଧକ୍କା ହେବାରୁ କାରଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଏଥିରେ ୪ଜଣ ଗୁରୁତର ହୋଇଥିବାବେଳେ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ମୋବସଟି ଏକ ଗଛରେ ପିଟିହୋଇଛି । ଅଗ୍ନିଶମବାହିନୀ ପହଞ୍ଚି ଡ୍ରାଇଭରଙ୍କୁ ବସ୍ ଭିତରୁ ଉଦ୍ଧାର କରିଛନ୍ତି ।ଏକ କାରରେ ୫ଜଣ ଭୋର ସମୟରେ ପୁରୀରୁ କୋଣାର୍କ ଯାଉଥିବାବେଳେ ମେରାଇନ ଡ୍ରାଇଭରେ ମୋ ବସ୍ ସହ ଧକ୍କା ହୋଇଥିଲା।ମୃତକ ହେଉଛନ୍ତି କଟକ ମଧୁପଟଣା ଥାନା ଅନ୍ତର୍ଗତ ଖାନନଗରରେ […]

୩ଜଣଙ୍କ ସନ୍ଦେହଜନକ ମୃତ୍ୟୁ

ଗଞ୍ଜାମ,୧୮ା୯(ଏସଏସନିଉଜ) ଶେରଗଡ଼ ଗ୍ରାମରେ ମହାତ୍ମାଗାନ୍ଧି ଉଚ୍ଚବିଦ୍ୟାଳୟର ଶିକ୍ଷୟତ୍ରୀ ଥିବା ସାବିତ୍ରୀସାହୁ ଓ ତାଙ୍କର ଦୁଇପୁଅଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି।ଏମାନେ ବାଇପାସସ୍ଥିତ ଏକଭଡ଼ାଘରେ ରହୁଥିଲେ। ସାବିତ୍ରୀ ଓ ତାଙ୍କର ଦୁଇପୁଅଙ୍କୁ ଅଚେତ ଅବସ୍ଥାରେ ସକାଳୁ ଶେରଗଡ଼ ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। କଣପାଇଁ ଏମାନଙ୍କ ମୃତ୍ୟୁ ହେଲା ସନ୍ଦେହ ଘେରରେ ରହିଥିବାବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

କାର୍ଯ୍ୟାଳୟଘେରିଲେ ବସ୍ତିବାସିନ୍ଦା

ଭୁବନେଶ୍ୱର,୧୮ା୯(ଏସଏସନିଉଜ) ଘର ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରି ସତ୍ୟନଗରବିଏମସି କାର୍ଯ୍ୟାଳୟକୁ ଘେରିଥିଲେ ୫୦ରୁ ଅଧିକ ପରିବାରା ୯ନଂୱାର୍ଡ ମଣ୍ଡପ ବସ୍ତିର ୫୦ରୁ ଅଧିକ ପରିବାର ଘେରିଥିଲୋ ସର୍ଭେରେ ବସ୍ତିର ୪୦୦ପରିବାର ଥିଲୋ ୧୫୦ରୁ ଊର୍ଦ୍ଧ୍ୱ ଘର ପାଇଥିବାବେଳେ ପ୍ରାୟ ୨୫୦ପରିବାର ଘରପାଇବାରୁ ବଞ୍ଚିତହୋଇଥିବା ଅଭିଯୋଗ କରି ବିଏମସି କାର୍ଯ୍ୟାଳୟ ଆଗରେ ପାଟିତୁଣ୍ଡ ଆରମ୍ଭ କରିଥିଲେ ।ଖବରପାଇ ମେୟର ଆଲୋଚନା ପାଇଁ ଡାକିଥିବାର ଜଣାପଡିଛି ।

ନବକଳେବରହେବ ନରାଜ – ମାର୍ଥାପୁରଷ୍ଟେସନ

ବାରଙ୍ଗ ,୧୭।୯(ଏସଏସନିଉଜ) ବାରଙ୍ଗ ବ୍ଳକ ଅନ୍ତର୍ଗତ ନରାଜ – ମାର୍ଥାପୁର ରେଲୱେ ଷ୍ଟେସନର ହେବ ନବୀକରଣ । ଏନେଇ ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମିଳିଥିବା ସୂଚନା ଅନୁଯାୟୀ, ନରାଜ- ମାର୍ଥାପୁର ରେଲୱେ ଷ୍ଟେସନ ନବୀକରଣ ନେଇ ଉଦ୍ୟମ ଆରମ୍ଭ ହେଇଛି । ଷ୍ଟେସନର ରୂପରେଖ ବଦଳିବା ସହିତ ନୂତନ ରେଳ ପଥ କରିବାର ମଧ୍ୟ ଯୋଜନା ରହିଛି । ରବିବାର ଅପରାହ୍ନରେ ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ […]

ଆଜିର ରାଶିଫଳ

୨୦୨୩ ମସିହା ସେପ୍ଟେମ୍ବର ମାସ ୧୮ ତାରିଖ ସୋମବାର।ଶ୍ରୀମନ୍ଦିରେ ଅନ୍ଧପ୍ରସ୍ତାବ, ବାଲି ତୃତୀୟା, ଗୌରୀବ୍ରତ, ହରିତାଳିକା ଚତୁର୍ଥୀ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୮/୧,ସୂର୍ଯ୍ୟାସ୍ତ-ଘ୫/୪୩/୫୯, ଭାଦ୍ରବମାସ,ଶୁକ୍ଳପକ୍ଷ,ଚନ୍ଦ୍ର ବାସ,ତିଥି- ତୃତୀୟା ଦିବା ଘ୧୨/୩୩ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ । ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟ କୋଣରେ, ଦିବା ୧୨/୩୩ମି ପରେ ନୈର୍ଋତ କୋଣରେ। ରିକ୍ତାତିଥି, ବିଷ୍ଟିକରଣ, ବୈଧୃତିଯୋଗ, ନିରଂଶ ଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–ନାହିଁ।ଘାତ ବାର–ମିଥୁନରାଶିର ଘାତବାର। ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ଚତୁର୍ଥୀର ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପଟୋଳ, ଦିବା ଘ୧୨/୩୩ମିପରେ ମୂଳାଭକ୍ଷଣ […]

ଧରାପଡିଲେ ମୋବାଇଲଫୋନ ଲୁଟେରା

ମେଣ୍ଢାଶାଳ,୧୭।୯(ଏସଏସନିଉଜ)୧୫ତାରିଖରାତିରେ ପିତାପଲ୍ଲୀ-ଚନ୍ଦକାରାସ୍ତାର ପାଣିଓରାଠାରେ ଜଣଙ୍କୁ ହାଣି ମନିପର୍ସ ଓ ମୋବାଇଲ ଫୋନ ଲୁଟିନେବା ଅଭିଯୋଗରେ ଚନ୍ଦକାଥାନାପୋଲିସ ଦୁଇଜଣଙ୍କୁ ଗିରଫ କରି ରବିବାରଦିନ କୋର୍ଟଚାଳଣ କରିଛି ।ସେମାନେ ହେଲେ ବାଲିଅନ୍ତାଥାନା ଅଧିନସ୍ଥ ସରକଣା ଭୋଇ ସାହିର ସାଗରଭୋଇ ଓ ଦଣ୍ଡିଲୋଗ୍ରାମର ପ୍ରଶାନ୍ତଭୋଇ ।ପୋଲିସ ତାଙ୍କଠାରୁ ୨ମୋବାଇଲ ଫୋନ, ମନିପର୍ସ,କଟୁରୀ ଓ ଓଡି୩୩-ପି-୯୭୭୪ନଂ ପଲସରକୁ ଜବତ କରିଛି । ପ୍ରକାସ ଯେ,ଗତ୧୫ତାରିଖରାତି୯ଟା ପାଖାପାଖି ଏକ କମ୍ପାନୀରେ ସିକୁରିଟିଗାର୍ଡକାମ କରୁଥିବା ତରାବୋଇଗ୍ରାମର ଗଣେଶମାଝି ନାମକ ଯୁବକ ଚାଲିଚାଲି ଘରକୁ ଫେରୁଥିଲେ ।ଏହିସମୟରେ […]

ବାବୁଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୧୬।୯(ଏସଏସ ନିଉଜ)ରାଜଧାନୀରେ ଦାଦାବଟି ଆଦାୟ କରୁଥିବା KBN ଗ୍ୟାଙ୍ଗର ୨ଜଣଙ୍କୁ ଗିରଫ କରିଛି ପୋଲିସ।ଗ୍ୟାଙ୍ଗମୁ୍ଖ୍ୟ ବାବୁ ଜେନାକୁ ଗିରଫ କଲା ଖଣ୍ଡଗିରି ପୋଲିସ୍।ବାବୁ ଜେନାର ଜଣେ ସହଯୋଗୀ ମଧ୍ୟ ପୋଲିସ୍ ଦ୍ବାରା ଗିରଫ ହୋଇଛି।ବାବୁନାଁରେ ବିଭିନ୍ନ ଥାନାରେ ୮ଟି ମାମଲା ରହିଥିବାରୁ ତାବିରୁଦ୍ଧରେ ଲାଗିଲା ଧାରା- ୧୧୦।

ଆଜିର ରାଶିଫଳ

୨୦୨୩ମସିହା ସେପ୍ଟେମ୍ବରମାସ ୧୭ତାରିଖ ରବିବାର।କନ୍ୟାସଂକ୍ରାନ୍ତି, ବିଶ୍ଵକର୍ମାପୂଜା, ଶ୍ରୀମନ୍ଦିରରେ ନିକୁଞ୍ଜଲୀଳା, ଶ୍ରୀ ବରାହ ଅବତାର ଜୟନ୍ତୀ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୭/ ୫୦, ସୂର୍ଯ୍ୟାସ୍ତ- ଘ୫/୪୪/ ୫୪,ଭାଦ୍ରବମାସ ,ଶୁକ୍ଳ ପକ୍ଷ,ଆଦିତ୍ୟବାସ,ତିଥି- ଦ୍ବିତୀୟା ଦିବା ଘ୧୧/୯ମି ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ, ଦିବା ୧୧/୯ମି ପରେ ଆଗ୍ନେୟ କୋଣରେ। ସଂକ୍ରମଣ ଦୋଷ, ମଙ୍ଗଳଯୁକ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ରାତ୍ରି ଘ୧୧/୪୪ମିମଧ୍ୟେ ବୃଷ ରାଶିର ଘାତଚନ୍ଦ୍ର,ଘାତବାର- ମେଷରାଶିର ଘାତବାର ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ପାର୍ବଣଶ୍ରାଦ୍ଧ,ନିଷିଦ୍ଧ ଖାଦ୍ୟ-ବୋଇତାଳୁ ଦିବା ଘ୧୧/ […]

ଚାଉଳଟ୍ରକ ନେଲା ଫାର୍ମାସିଷ୍ଟଙ୍କଜୀବନ

ମେଣ୍ଢାଶାଳ,୧୬।୯(ଲିଙ୍ଗରାଜରାଉତ)ଚନ୍ଦକାଥାନା ଅନ୍ତର୍ଗତ କଣ୍ଟାବାଡ଼ ନିକଟରେ ଏକ ଚାଉଳ ବୋଝେଇ ଟ୍ରକ ଧକ୍କାରେ ଜଣେ ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ ଫାର୍ମାସିଷ୍ଟଙ୍କର ମୃତ୍ୟୁଘଟିଛି । ମୃତକ ହେଉଛନ୍ତି ତାଳଚେରର ଦିନେଶକୁମାରପଟ୍ଟନାୟକ(୨୪)ାକଂଟାବାଡରେ ଥିବା ସ୍ପର୍ସ ହସ୍ପିଟାଲରେ ସେ ଫାର୍ମାସିଷ୍ଟଭାବେ କାର୍ଯ୍ୟକରୁଥିଲେ । ପ୍ରକାସ ଯେ,ଶନିବାର ଅପରାହ୍ନ ସାଢ଼େ ୨ଟା ପାଖାପାଖି ଚନ୍ଦକା-ପିତାପଲି ରାସ୍ତାର କଣ୍ଟାବାଡ ଗ୍ରାମପାଖରେ ଦୁର୍ଘଟଣାଟି ଘଟିଥିଲା। କଣ୍ଟାବାଡରେଥିବା ସ୍ପର୍ସ ହସ୍ପିଟାଲରେ ଫାର୍ମାସିଷ୍ଟଭାବେ କାର୍ଯ୍ୟକରୁଥିବା ଦିନେଶ ଓଡି୦୨-ସିଇ-୨୦୫୦ ନମ୍ବର ବାଇକଯୋଗେ ହସ୍ପିଟାଲରୁ କଣ୍ଟାବାଡ଼ ବଜାରକୁ ଆସୁଥିଲେ।ଏହିସମୟରେ ଖୋର୍ଦ୍ଧାରୁ ପିଡ଼ିଏସ ଚାଉଳ […]

ଭଙ୍ଗାବନ୍ଧରୁ ପୁଣି ବନ୍ୟା

ଆଠଗଡ଼,୧୬।୯(ଏସଏସନିଉଜ) ସାପୁଆ ନଦୀର ରମ୍ପା ବନ୍ଧରେ ବନ୍ୟାଜଳ ପ୍ରବାହିତ ହେବା ଆରମ୍ଭ କରିଛି।ପୂର୍ବରୁ ସୃଷ୍ଟ ଘାଇ ମରାମତି ନ ହେବାରୁ ବନ୍ଧ ଦେଇ ବନ୍ୟାଜଳ ପ୍ରବାହିତ ହେଉଛି।ଯାହାଫଳରେ ଶହଶହ ଏକର ଚାଷଜମି ଜଳମଗ୍ନ ହେବାସହ ରାସ୍ତା ଉପରେ ୩ ଫୁଟ୍‌ର ପାଣି ଚାଲିଛି।ପୁରୁଣାକଟକ- ସମ୍ବଲପୁର ରାସ୍ତାର ଘଣ୍ଟିଖାଲ ନିକଟରେ ବନ୍ୟାଜଳ ଚାଲିଛି।୩ ଫୁଟ୍‌ର ବନ୍ୟାଜଳ ପ୍ରବାହିତ ଯୋଗୁଁ ଗମନାଗମନ ଠପ୍‌ ହୋଇଯାଇଛି।