ଧରାପଡିଲେ ମୋବାଇଲଫୋନ ଲୁଟେରା

ମେଣ୍ଢାଶାଳ,୧୭।୯(ଏସଏସନିଉଜ)୧୫ତାରିଖରାତିରେ ପିତାପଲ୍ଲୀ-ଚନ୍ଦକାରାସ୍ତାର ପାଣିଓରାଠାରେ ଜଣଙ୍କୁ ହାଣି ମନିପର୍ସ ଓ ମୋବାଇଲ ଫୋନ ଲୁଟିନେବା ଅଭିଯୋଗରେ ଚନ୍ଦକାଥାନାପୋଲିସ ଦୁଇଜଣଙ୍କୁ ଗିରଫ କରି ରବିବାରଦିନ କୋର୍ଟଚାଳଣ କରିଛି ।ସେମାନେ ହେଲେ ବାଲିଅନ୍ତାଥାନା ଅଧିନସ୍ଥ ସରକଣା ଭୋଇ ସାହିର ସାଗରଭୋଇ ଓ ଦଣ୍ଡିଲୋଗ୍ରାମର ପ୍ରଶାନ୍ତଭୋଇ ।ପୋଲିସ ତାଙ୍କଠାରୁ ୨ମୋବାଇଲ ଫୋନ, ମନିପର୍ସ,କଟୁରୀ ଓ ଓଡି୩୩-ପି-୯୭୭୪ନଂ ପଲସରକୁ ଜବତ କରିଛି ।
ପ୍ରକାସ ଯେ,ଗତ୧୫ତାରିଖରାତି୯ଟା ପାଖାପାଖି ଏକ କମ୍ପାନୀରେ ସିକୁରିଟିଗାର୍ଡକାମ କରୁଥିବା ତରାବୋଇଗ୍ରାମର ଗଣେଶମାଝି ନାମକ ଯୁବକ ଚାଲିଚାଲି ଘରକୁ ଫେରୁଥିଲେ ।ଏହିସମୟରେ ସାଗର ଓ ପ୍ରଶାନ୍ତ ଓଡି୩୩-ପି-୯୭୭୪ନଂ ପଲସରେ ଆସି କଟୁରୀରେ ଆକ୍ରମଣ କରି ଗଣେଶଙ୍କଠାରୁ ମୋଇବାଲ ଫୋନ ଓ ପର୍ସ ନେଇ ପଳାଇଯାଇଥିଲା ।ଏହି ଯୁବକଦୁଇଜଣ ଦ୍ରୁତଗତିରେ ଫେରୁଥିବା ସମୟରେ ଛତାବରଡାକବଙ୍ଗଳା ସାମ୍ବାରେ ଆସୁଥିବା ଏକକମ୍ପାନୀରେ କାର୍ଯ୍ୟରତ ଆକାଉଂଟାଟ ସୁମନ ନାମକ ବ୍ୟକ୍ତିଙ୍କୁ ମଧ୍ୟ କଟୁରୀରେ ହାଣି ତାଙ୍କ ମୋବଇଲଫୋନ ନେଇ ପଳାଇଥିବାର ମେଣ୍ଢାଶାଳଫାଣ୍ଡିରେ ଅଭିଯୋଗ ହୋଇଥିଲା ।ପୋଲିସ ୨୯୭/୨୩କେଶନଂରେ ଏକ ମକଦ୍ଦମାରୁଜୁକରି ତଦନ୍ତ କରିବା ସହ ପ୍ରଶାନ୍ତ ଓ ସାଗରକୁ ଗିରଫକରି ପଚରାଉଚରାବେଳେ ସେମାନେ କରିଥିବା ଦୋଷସ୍ୱିକାର କରିଥିଲେ ।ପୋଲିସ ସେମାନଙ୍କଠାରୁ ଲୁଟ ସାମଗ୍ରୀ ସହିତ ଘଟଣାରେ ବ୍ୟବହୃତ ମୋଟରସାଇକେଲ ଏବଂ ଏକ ଧାରୁଆ କଟୁରୀକୁ ଜବତ କରି ରବିବାର ଦିନ କୋର୍ଟଚାଳଣ କରିଥିଲା ।ତଦନ୍ତ ସମୟରେ ସାଗର ଭୋଇଙ୍କ ନାମରେ ବାଲିଅନ୍ତା ଥାନାରେ ୬ଗୋଟି ମାମଲା,ନିଆଳିଥାନାରେ ଗୋଟିଏ ଏବଂ ଚନ୍ଦକାଥାନାରେ ଦୁଇଗୋଟି ମାମଲା ଓ ପ୍ରଶାନ୍ତ ଭୋଇଙ୍କ ନାମରେ ବାଲିଅନ୍ତା ଥାନାରେ ଗୋଟିଏ ମାମଲା ରହିଥିବା ବେଳେ ନିଆଳି ଥାନାରେ ଗୋଟିଏ ଏବଂ ଚନ୍ଦକା ଥାନାରେ ୨ଟି ମାମଲା ଥିବାର ଜାଣିବାକୁ ପାଇଥିଲା ।(ପଦ୍ମଚରଣବଡଜେନାଙ୍କରିପୋର୍ଟ)

 

Comments (0)
Add Comment