Browsing author

SATYA SANDHANA DESK

ଚାନ୍ଦାନାଁରେ ଦାଦାବଟିକୁ ନା

ଭୁବନେଶ୍ୱର,୧୬।୯(ଏସଏସନିଉଜ)ପାର୍ବଣ ସମୟରେ ଚାନ୍ଦା ନାଁରେ ଦାଦା ବଟିକୁ ନା।ବଟି ଆଦାୟ କରୁଥିବା ଲୋକଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ।ଏନେଇ ଦୃଢ଼ ପଦକ୍ଷେପ ନେବ କମିସନରେଟ ପୋଲିସ।କେହି ବଟିମାଗିଲେ 7077798111 ନଂରେ ମ୍ୟାସେଜ କରିପାରିବେ ବୋଲିଭୁବନେଶ୍ଵରଡିସିପି ପ୍ରତୀକସିଂଙ୍କ ସୂଚନା ଦେଇଛନ୍ତି।

ହସ୍ପିଟାଲରେ ଖସିଲା ଫ୍ୟାନ୍‌

ପିପିଲି,୧୬।୯(ଏସଏସନିଉଜ) କଣାସ ହସ୍ପିଟାଲ ଛାତରୁ ଖସିଲା ସିଲିଂ ଫ୍ୟାନ୍‌ ଖସିପଡିଛି।ଫ୍ୟାନ୍‌ ଖସିପଡିବା ଯୋଗୁ ସିଲିଂଫ୍ୟାନ୍‌ ପଡ଼ି ଜଣେ ଭିନ୍ନକ୍ଷମଙ୍କ ମୁଣ୍ଡ ଫାଟିଯାଇଛି।ହସ୍ପିଟାଲରେ ଭିନ୍ନକ୍ଷମଙ୍କ କ୍ୟାମ୍ପ ଚାଲିଥିବା ବେଳେ ଅଘଟଣ ଘଟିଛି।ଏହି ଘଟଣା ପିପିଲି ଅଂଚଳରେ ଏବେ ଚର୍ଚ୍ଚା ଜୋର ଧରିବା ସହ ଡାକ୍ତରଖାନାରେ ଉତେଜନା ଦେଖାଦେଇଛି।

ସୁନ୍ଦରଗଡ଼ରୁ ୭ସ୍କ୍ରବଟାଇଫସ୍‌ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼,୧୬।୯(ଏସଏସନିଉଜ)ଧୀରେଧୀରେ ସ୍କ୍ରବଟାଇଫସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜି ପୁଣି ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି ୭ସ୍କ୍ରବ ଟାଇଫସ୍‌ ଆକ୍ରାନ୍ତ।୪୧ଟି ନମୁନା ପରୀକ୍ଷାରୁ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଗତକାଲି ଟେଷ୍ଟ ପାଇଁ ଯାଇଥିଲା ୪୧ଟି ନମୁନା।ଅନ୍ୟପଟେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ ପାଇଁ ବରଗଡ଼ ଯିବ ଭୀମସାରଟିମ୍‌। ବରଗଡ଼ରେ ତୁରନ୍ତ ମେଡିକାଲ ଟିମ୍ ମୁତୟନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।ଜନସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ପରେ ଭୀମସାର୍ ଡିନ୍‌ଙ୍କୁ DMETଙ୍କ ଚିଠି ଆସିଛି।ମେଡିସିନ୍, ମାଇକ୍ରୋବାୟୋଲୋଜି ଟିମ୍ ପଠାଇବାକୁ ନିର୍ଦ୍ଦେଶ ମଧ୍ୟ ଆସିଛି।

ବାଙ୍କୀରେ ପଶିଲା ମହାନଦୀର ବନ୍ୟାଜଳ

ବାଙ୍କୀ,୧୬ା୯(ଏସଏସନିଉଜ) ବାଙ୍କୀରେ ପ୍ରବେଶ କରିଛି ମହାନଦୀର ବନ୍ୟାଜଳ। ଯାହାଫଳରେ ରତାଗଡ଼ ଜାତମୁଣ୍ଡିଆ ରାସ୍ତାର ହୁଳୁହୁଳା ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ବାଙ୍କୀ ବ୍ଲକର ରତାଗଡ଼, ବାଉଁଶପୁଟ, ବନ୍ଦାଳ, ଓସ୍ତିଆ ଆଦି ୪ ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। ମୁଣ୍ଡଳୀରେ ୬ ଲକ୍ଷ ୩୦ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି। ସେପଟେ ନରସିଂହପୁରର ଭଟ୍ଟାରିକା ମନ୍ଦିର ଗର୍ଭଗୃହରେ ବନ୍ୟା ଜଳ ପ୍ରବେଶ କରିଛି । ଏଥିନିମନ୍ତେ ଭୋର୍ ସମୟରେ ମା’ଙ୍କୁ ବନ୍ୟା […]

ଆଜି ଲୋକାର୍ପିତ ହେବ ନେତାଜୀ ଟର୍ମିନାଲ

ଭୁବନେଶ୍ୱର,୧୬ା୯(ଏସଏସନିଉଜ) ଆଜି ଲୋକାର୍ପିତ ହେବାକୁ ଯାଉଛି କଟକ ନେତାଜୀ ଟର୍ମିନାଲାମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଦ୍ୱାରା ଏହା ଲୋକାର୍ପଣ କରାଯିବ ।ଅପରାହ୍ନରେ କଟକରେ ଲୋକାର୍ପଣ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ ।୧୬ଏକରରୁ ଅଧିକଅଞ୍ଚଳରେ ନିର୍ମିତ ହୋଇଛି ବସ୍ ଟର୍ମିନାଲ ।ଏଥିରେ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ ରହିଥିବାବେଳେ ବସ୍ ଟର୍ମିନାଲପାଇଁ ଖର୍ଚ୍ଚ ହୋଇଛି ୯୦କୋଟି ।

ମେଡିକାଲ କର୍ମଚାରୀଙ୍କ ମୃତଦେହ ଠାବ

ଭଦ୍ରକ,୧୬ା୯(ଏସଏସନିଉଜ)ଧାମନଗର ମେଡିକାଲକର୍ମଚାରୀଙ୍କ ମୃତଦେହ ଠାବ ହୋଇଛି । ମେଡିକାଲ ନିକଟ ନିର୍ମାଣାଧୀନ ଜରାନିବାସରେ ମୃତଦେହକୁ ଠାବ ହେବାପରେ ଘଟଣାସ୍ଥଳରେ ପହଁଚିଛି ପୋଲିସ ।ଏହାକୁ ଏକ ହତ୍ୟାକାଣ୍ଡ ବୋଲି ପରିବାରଲୋକଙ୍କ ପକ୍ଷରୁ ଧାମନଗର ଥାନାରେ ଅଭିଯୋଗ କରାଯାଇଛି ।

ବାଲେଶ୍ବରରେ ୫୭୦ ଡେଙ୍ଗୁରୋଗୀ

ବାଲେଶ୍ୱର,୧୬ା୯(ଏସଏସନିଉଜ) ବାଲେଶ୍ବର ଜିଲ୍ଲାର ଭୋଗରାଇ, ବାଲିଆପାଳ, ବସ୍ତା ଓ ଜଳେଶ୍ବର ବ୍ଲକରେ ଅଧରକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।ଡେଙ୍ଗୁ ପ୍ରବଣ ଜିଲ୍ଲା ଭାବେ ବାଲେଶ୍ବର ଏବେ ରାଜ୍ୟ ତାଲିକାରେ ୪ ନମ୍ବର ସ୍ଥାନରେ ରହିଛି। ପ୍ରତିଦିନ ଡାକ୍ତରଖାନାକୁ ରୋଗୀଙ୍କ ଧାଡ଼ି ଲମ୍ବିଛି।ଏବେସୁଦ୍ଧା ମୋଟ ୫୭୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୯୪ ଜଣ ବାହାର ରାଜ୍ୟରୁ ଆସିଥିବା ପ୍ରବାସୀ ଏବଂ ବାକି ୪୭୬ ଜଣ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଚିହ୍ନଟ ହୋଇଥିବାର ଜଣାପଡିଛି ।

ଆସିକା ବିଜ୍ଞାନମହାବିଦ୍ୟାଳୟରେ

ଆସିକା, ୧୫।୯(ଏସଏସନିଉଜ) ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏବଂ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଶାଖା ଏବଂ ଜାତୀୟ ସେବା ଯୋଜନାର ସୁପରିଚାଳନାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଉକ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଅତିଥିରୂପେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଫେସର ପ୍ରସନ୍ନ କୁମାର ପ୍ରଧାନ, ସମ୍ମାନିତ ଅତିଥି ରୂପେ ପ୍ରାଧ୍ୟାପକ ଡ. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ ଉପସ୍ଥିତ ଥିଲେ। ରକ୍ତଦାନ ମହତ୍ ଦାନ ବିଷୟରେ ସମସ୍ତେ ଆଲୋକପାତ କରିଥିଲେ। […]

ଆଜିର ରାଶିଫଳ

୨୦୨୩ ମସିହା ସେପ୍ଟେମ୍ବର ମାସ ୧୬ ତାରିଖ ଶନିବାର। ଶ୍ରୀଜୀଉଙ୍କର ଶ୍ରୀମନ୍ଦିରରେ ଦାବାଗ୍ନିଲୀଳା, ଦ୍ବିତୀୟାର ଚ଼ନ୍ଦ୍ରଦର୍ଶନ ପୂଜା ଓ ଅର୍ଘ୍ୟଦାନ, ମାସାନ୍ତ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୭/୩୭,ସୂର୍ଯ୍ୟାସ୍ତ- ଘ୫/ ୪୫/୪୯,ଭାଦ୍ରବମାସ,ଶୁକ୍ଳପକ୍ଷ,ଶୌରିବାସ,ତିଥି- ପ୍ରତିପଦ୍ ଦିବା ଘ୯/୨୨ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ, ଦିବା ଘ୯/୨୨ମି ପରେ ଉତ୍ତର ଦିଗରେ। ଶନି ବାର, ଦର୍ଶତିଥି, ମଙ୍ଗଳଯୁକ୍ତ ଦୋଷ ହେତୁ, ଓ ମାସାନ୍ତ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ବୃଷରାଶିର ଘାତ ଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟାରାଶିର […]

ବିଦ୍ୟାଳୟପରିଚାଳନା ସଭାପତି ଚଳାଇଲେବିଦ୍ୟାଳୟ

ବାରଙ୍ଗ ୧୪/୯(ଏସଏସନିଉଜ) ଭୁବନେଶ୍ବର ବ୍ଲକର ୨୦ଟି ପଞ୍ଚାୟତରେ ପ୍ରାଥମିକ ଶିକ୍ଷକଶିକ୍ଷୟିତ୍ରୀମାନେ ୩ଦଫା ଦାବୀ ନେଇ ଆନ୍ଦୋଳନ କରିବା ଫଳରେ ଅନେକ ବିଦ୍ୟାଳୟରେ ଶିକ୍ଷା ପ୍ରଦାନ ହୋଇପାରୁନାହିଁ।ଏହି ପରିପେକ୍ଷୀରେ ଉପକଣ୍ଠ ଦାଢାପଞ୍ଚାୟତର କେନ୍ଦୁପାଟଣା ଉତ୍କଳମଣି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୨ଜଣ ଶିକ୍ଷୟିତ୍ରୀ ଓ ଜଣେ ଶିକ୍ଷକ ସାମୂହିକ ଛୁଟି ନେଇ ଆନ୍ଦୋଳନରେ ସାମିଲ ହେବା ଫଳରେ ବିଦ୍ୟାଳୟରେ ପାଠପଢା ବନ୍ଦ ରହିଥିଲା।ଗୁରୁବାର ବିଦ୍ୟାଳୟ ପରିଚାଳନା କମିଟି ତରଫରୁ କମିଟି ସଭାପତି ଜଗନ୍ନାଥ ଭଞ ଓ କମିଟି ସଦସ୍ୟ ମାନଙ୍କ […]