Browsing author

SATYA SANDHANA DESK

ଡାକ୍ତରଖାନା ଛାତରୁ ଖସିଲା ପ୍ଲେଟ

ଭଦ୍ରକ,୨ା୯(ଏସଏସନିଉଜ) ଆଜି ଅପରାହ୍ନରେ ଗେଲପୁରମୌଜାର ନୂତନ ମହିଳା ଓ ଶିଶୁଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଘଟିଛିା କୋଡ଼ିଏକୋଟିରୁ ଊର୍ଦ୍ଧ୍ବଟଙ୍କାରେ ନିର୍ମିତ ହୋଇଥିବା ଡାକ୍ତରଖାନାର ଛାତରୁ ପ୍ଲେଟ ଖସି ପଡ଼ିଛି। ସୌଭାଗ୍ୟ ବଶତଃ କାହାର କୈାଣସି କ୍ଷତି ହୋଇନଥିବାର ଜଣାପଡିଛି ।ତେବେ ଶିଶୁମାନେ ଚିକିସ୍‌ିତ ହେଉଥିବାବେଳେ ଏହି ଅଘଟଣ ଘଟିଛି ।ଡାକ୍ତରଖାନା ଉଦଘାଟନ ହେବାର ଦୁଇମାସ ମଧ୍ୟରେ ଛାତରୁ ପ୍ଲେଟଖସିବା ଘଟଣା କାମର ମାନକୁନେଇ ପ୍ରଶ୍ନବାଚୀ ସୃଷ୍ଟିକରିଛି ।  

ମହିଳାଙ୍କକାର୍ଡରୁ ୧୪ହଜାର ନେଇଗଲେ ସୁରକ୍ଷାକର୍ମୀ

ଜଟଣୀ,୨ା୯(ଏସଏସନିଉଜ) ଜଣେ ମହିଳାଙ୍କ ଏଟିଏମ୍ କାର୍ଡରୁ ଚଞ୍ଚକତାକରି ୧୪ହଜାର ଟଙ୍କା ଉଠାଇନେଥିବା ଅଭିଯୋଗରେ ଜଟଣୀଥାନା ପୁଲିସ ଡେଲାଙ୍ଗ ଥାନା ହରିରାଜପୁର ଅଞ୍ଚଳର ରୋହିତଲାଲ୍ ପଣ୍ଡା ଓରଫ୍ କାହ୍ନା ନାମକ ଏଟିଏମ୍ ସୁରକ୍ଷାକର୍ମୀକୁ କୋର୍ଟ ଚାଲାଣ କରିଛି। ପୁଲିସ ତାନିକଟରୁ ମହିଳାଙ୍କ ଏଟିଏମ୍ କାର୍ଡ ଓ ଟଙ୍କା ଜବତ କରିଛି। ପୁଲିସ ସୂଚନାଅନୁଯାୟୀ ଆଜି ସକାଳେ ଅଭିଯୋଗକାରିଣୀ ଜଣେ ମହିଳା ଆକ୍ସିସ୍ ବ୍ୟାଙ୍କକୁଯାଇ ତାଙ୍କ ଏଟିଏମ୍ କାର୍ଡର ପାସ୍‌ୱାର୍ଡ ବଦଳାଇବାକୁ ସେଠାରେ କାର୍ଯ୍ୟରତ ସିକ୍ୟୁରିଟିଗାର୍ଡ କାହ୍ନାର ସାହାଯ୍ୟ ମାଗିଥିଲେ।ଏହି […]

ସ୍ତ୍ରୀର ଅଶ୍ଳୀଳଫଟୋ ଭାଇରାଲ୍

ସମ୍ବଲପୁର,୨ା୯(ଏସଏସନିଉଜ) ସ୍ତ୍ରୀର ଅଶ୍ଳୀଳଫଟୋ ସୋସିଆଲମିଡିଆରେ ଛାଡ଼ି ଗିରଫ ହୋଇଛନ୍ତି ସ୍ବାମୀ ଆକ୍ରମଖାନ ।ଏହିଭଳିଘଟଣା ସମ୍ବଲପୁର ଅଂଚଳରେ ଘଟିଛି । ୨୦୦୯ମସିହାରେ ଆକ୍ରମ ଖାନ ଏନ୍ ପରଵିନ୍ କୁ ବିବାହ କରିଥିଲେ ।ବିବାହର କିଛିଦିନପରେ ଉଭୟଙ୍କ ମଧ୍ୟରେ କୈାଣସି କାରଣରୁ ତୁକ୍ତତା ବଢିବାରୁ ସ୍ୱାମୀ ଏନ୍ ପରଵିନ୍ କୁ ମାରଧର କରିଥିଲେ ।ନିର୍ଯ୍ୟାତନା ସହିନପାରିବାରୁ ସ୍ୱାମୀକୁ ଛାଡି ସମ୍ବଲପୁର ପଳାଆସିଥିଲେ ଏନ୍ ପରଵିନ୍ ।ଫେବ୍ରୁଆରି ୨୬ ତାରିଖରେ ଆକ୍ରମ ଓ ତାଙ୍କ ପୋଷ୍ୟପୁତ୍ର ମିଶି ପରଵିନ୍‌ଙ୍କ ମୋବାଇଲ୍ ଫୋନ୍ […]

ପୁରୀ ମେନକେନାଲରେ ବୁଲୁଛି କୁମ୍ଭୀର

ବାରଙ୍ଗ,୨।୯(ଏସଏସନିଉଜ)କାନପୁର ଗ୍ରାମ ନିକଟସ୍ଥ ବାରଙ୍ଗ ପୁରୀ ମୁଖ୍ୟ କେନାଲରେ କୁମ୍ଭୀର ବୁଲୁଥିବାର ଚର୍ଚ୍ଚା ଜୋର ଧରିଛି।ଶନିବାରରାତି ପ୍ରାୟ ୯ଟାସମୟରେ କାନପୁର ଗ୍ରାମର କିଛି ଯୁବକ କେନାଲକୁ ଶୌଚ ହେବାପାଇଁ ଯାଇଥିବା ସମୟରେ କେନାଲ କୂଳରେ ଏକ ବିରାଟ ଘଡ଼ିଆଳ କୁମ୍ଭୀର ଥିବା ଦେଖିବାକୁ ପାଇଥିଲେ। ଭୟଭୀତ ହୋଇ ସେମାନେ ସେଠାରୁ ଉପରକୁ ଚାଲି ଆସିଥିଲେ। ଏହି ଖବର ପ୍ରସାରିତ ହେବାପରେ କୁମ୍ଭୀରକୁ ଦେଖିବା ପାଇଁ ବହୁ ଲୋକଙ୍କ ସମାଗମ ହୋଇଥିଲା।ପରେ ସେଠାରେ ଆଉ କୁମ୍ଭୀରକୁ ଦେଖିବାକୁ ମିଳିନଥିଲା। […]

ଆଜିର ରାଶିଫଳ

୨୦୨୩ମସିହା ସେପ୍ଟେମ୍ବରମାସ ୩ତାରିଖ ରବିବାର।ଗୃହିଣାଂ ରକ୍ଷାପଞ୍ଚମୀ, ଖୁଦୁରୁକୁଣୀଓଷା ଆରମ୍ଭ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୫/୦,ସୂର୍ଯ୍ୟାସ୍ତ- ଘ୫/୫୭/୨୨,ଭାଦ୍ରବମାସ,କୃଷ୍ଣପକ୍ଷ,ଆଦିତ୍ୟ ବାସ,ତିଥି- ଚତୁର୍ଥୀ ସନ୍ଧ୍ୟା ଘ୬/୩୨ମି ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ, ସନ୍ଧ୍ୟା ଘ୬/୩୨ମି ପରେ ଦକ୍ଷିଣ ଦିଗରେ। ରିକ୍ତାତିଥି, ମଙ୍ଗଳସପ୍ତ ଦୋଷ ହେତୁ ସନ୍ଧ୍ୟା ଘ୬/ ୩୨ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରା ଶୁଭ। ଦକ୍ଷିଣ ଦିଗ, ଅଗ୍ନିକୋଣ ଓ ପୂର୍ବଦିଗକୁ ତ୍ୟାଗ କରି ଯାତ୍ରା କରାଯିବ।ଘାତଚନ୍ଦ୍ର–ଧନୁ ରାଶିର ଏବଂ ଦିବା ଘ୧୧/୨୩ମି ପରେ ମେଷରାଶିର […]

ପୂର୍ବତନ ବାଚସ୍ପତି ସୂର୍ଯ୍ୟପାତ୍ରଙ୍କ ପରଲୋକ

ଭୁବନେଶ୍ୱର,୨ା୯ (ଏସଏସନିଉଜ) ବିଧାନସଭାର ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ଘଟିଛି । ଏକ ଘରୋଇହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀ ପାତ୍ର ଶେଷନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ଆଜି ସନ୍ଧ୍ୟା୭ଟା ୩୧ ମିନିଟରେ ଶ୍ରୀ ପାତ୍ରଙ୍କର ପରଲୋକ ଘଟିଛି । ଶାରୀରିକ ଅସୁସ୍ଥତା କାରଣରୁ କିଛିଦିନ ହେଲା ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ବିଜେଡି ଟିକେଟରେ ବିଧାୟକ ଭାବେ ଏକାଧିକ ଥର ନିର୍ବାଚିତ ହୋଇଥିବାବେଳେ ସେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବିଧାନସଭା […]

ତାଲୁକା ବିଶ୍ଵକର୍ମାସମାଜର ନିର୍ବାଚନୀ ମହାସଭା

ଆସିକା,୨।୯(ଏସଏସନିଉଜ)ଗତକାଲି ଖଲ୍ଲିକୋଟ ତାଲୁକା ବିଶ୍ଵକର୍ମାସମାଜର ନିର୍ବାଚନୀ ମହାସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଗାମୀ ପାଞ୍ଚବର୍ଷପାଇଁକର୍ମକର୍ତ୍ତା ଚୟନ କରାଯାଇଛି। ଏହି ବୈଠକରେ ଦକ୍ଷିଣଓଡ଼ିଶା ବିଶ୍ଵକର୍ମା ସମାଜ (ବଢ଼େଇକୁଳ) ପୂର୍ବଖଣ୍ଡ, ବଡଖେମଣ୍ଡି, ସୋରଡ଼ା ସହରାଞ୍ଚଳ,ଘୁମୁସର ଓ ଆଠଗଡ଼ (ପୋଲସରା ଓ ଖଲାଡ଼ି ମୁଠା ) ତଥା ଅନ୍ୟାନ୍ୟ ତାଲୁକାର କେନ୍ଦ୍ରୀୟ କମିଟି ସଦସ୍ୟମାନେ ଯୋଗଦେଇ ଥିଲେ।କେନ୍ଦ୍ରୀୟ କମିଟି ସଭାପତି ସନ୍ତୋଷ କୁମାର ମହାରଣା, ସମ୍ପାଦକ ହାଡିବନ୍ଧୁମହାରଣା ନିର୍ବାଚନକାର୍ଯ୍ୟ ପରିଚାଳନା କରିଥିଲେ। ଘୁମୁସର ପାଟମନ୍ତ୍ରୀ ଦଇତାରୀ ମହାରଣା ଶପଥ ପାଠ କରାଇଥିଲେ।ଏଥିରେ […]

ଟଙ୍କା ନେଲେ ଦେଲେନି ଜମି

ବାରଙ୍ଗ,୧।୯(ଏସଏସନିଉଜ)ଜମି ବିକ୍ରି କରିବାକୁ ରାଜିହୋଇ ଅଗ୍ରୀମ ବାବଦରେ ଟଙ୍କା ଆଣି ଜମି ନଦେବା ଓ ଜମି ଦେବାକୁ କହିଥିବା ବିଲଡରକୁ ଗାଳିଗୁଲଜ କରିବା ଅଭିଯୋଗରେ ବାରଙ୍ଗ ପୋଲିସ ଜମି ବିକ୍ରେତାକୁ ଗିରଫ କରି ଶୁକ୍ରବାର ଦିନ କୋର୍ଟଚାଲଣ କରିଛି।ଗିରଫ ହୋଇଥିବା ଜମି ମାଲିକ ହେଉଛନ୍ତି ମଧୁପୁର ଗାଁର ସରୋଜ ଚନ୍ଦ୍ର ସାହୁ। ପ୍ରକାଶ ଯେ, କଟକ ବାଦାମବାଡିଥାନା ଶଙ୍କରପୁର ଅଂଚଳର ପିଙ୍କି ପ୍ରଧାନ ନାମକ ମହିଳା ବାରଙ୍ଗ ଅଂଚଳରେ ରିଏଲ ଇଷ୍ଟେଟ ବ୍ୟବସାୟ କରୁଛନ୍ତି।ଗତ ୨୦୧୯ ନଭେମ୍ବର […]

ବ୍ରିଜରେ ଝୁଲିଲା ବାଲିବୋଝେଇ ହାଇୱା

ବାରଙ୍ଗ,୧।୯(ଏସଏସନିଉଜ)ଦ୍ରୁତଗତିରେ ଆସୁଥିବା ହାଇୱାଟି ଭାରସାମ୍ୟ ହରାଇ ରଘୁନାଥପୁର ଗାଁମୁଣ୍ଡରେ ଥିବା ବୁଢାନାଳ ସେତୁର ବ୍ୟାରିକେଡ଼କୁ ଧକ୍କାଦେଇ ଝୁଲି ପଡିଥିଲା।ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ହାଇୱା ଚାଳକ ଫେରାର ହୋଇଯାଇଥିବା ବେଳେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି। ପ୍ରକାଶ ଯେ, ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁରଗାଁ ମୁଣ୍ଡ ବ୍ରିଜ ଉପରେ ଶୁକ୍ରବାର ସକାଳ ପ୍ରାୟ ୭ଟା ସମୟରେ ଭୁବନେଶ୍ୱର ପଟୁ ନନ୍ଦନକାନନ ଅଭିମୁଖେ ଆସୁଥିବା ବାଲି ବୋଝେଇ ହାଇୱା ଓଆର୦୨ ବିଏଲ୯୧୩୧ ଟି କୌଣସି କାରଣରୁ ଭାରସାମ୍ୟ […]

ନୂଆବନ୍ତରେ ରକ୍ତଦାନ ଶିବିର

ବାରଙ୍ଗ,୧ା୯(ଏସଏସନିଉଜ) ଭୁବନେଶ୍ବରବ୍ଲକ ଅନ୍ତର୍ଗତ ୫ପଞ୍ଚାୟତ ଆନୁକୂଲ୍ୟରେ କଲ୍ୟାଣପୁରପଞ୍ଚାୟତର ନୂଆବନ୍ତସ୍ଥିତ ରାମକୃଷ୍ଣପତି ସ୍ମୃତି ପୀଠପରିସରରେ ଶୁକ୍ରବାରଦିନ ରକ୍ତଦାନଶିବିର ଅନୁଷ୍ଟିତ ହୋଇଯାଇଛି।ଏଥିରେ ଉତ୍ତରଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟଅତିଥିଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରି ଗ୍ରାମାଞ୍ଚଳରେ ବସବାସ କରୁଥିବା ଯୁବକ ଯୁବତୀ,ମହିଳା ଓ ପୁରୁଷ ସମେତ ଲୋକପ୍ରତିନିଧି ମାନଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ। କେନ୍ଦ୍ରୀୟ ରେଡକ୍ରସ ରକ୍ତଭଣ୍ଡାର ସହାୟତାରେ ଡାକ୍ତର କନକଲତା ଦେଇଙ୍କଦ୍ୱାରା ମୋଟ ୧୪୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।ଏଥିରେ ରଘୁନାଥପୁର,ଦାଢା, କଲ୍ୟାଣପୁର,ବରିମୁଣ୍ଡ ଓ ଇଞଣା […]