ତାଲୁକା ବିଶ୍ଵକର୍ମାସମାଜର ନିର୍ବାଚନୀ ମହାସଭା

ଆସିକା,୨।୯(ଏସଏସନିଉଜ)ଗତକାଲି ଖଲ୍ଲିକୋଟ ତାଲୁକା ବିଶ୍ଵକର୍ମାସମାଜର ନିର୍ବାଚନୀ ମହାସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଗାମୀ ପାଞ୍ଚବର୍ଷପାଇଁକର୍ମକର୍ତ୍ତା ଚୟନ କରାଯାଇଛି।
ଏହି ବୈଠକରେ ଦକ୍ଷିଣଓଡ଼ିଶା ବିଶ୍ଵକର୍ମା ସମାଜ (ବଢ଼େଇକୁଳ) ପୂର୍ବଖଣ୍ଡ, ବଡଖେମଣ୍ଡି, ସୋରଡ଼ା ସହରାଞ୍ଚଳ,ଘୁମୁସର ଓ ଆଠଗଡ଼ (ପୋଲସରା ଓ ଖଲାଡ଼ି ମୁଠା ) ତଥା ଅନ୍ୟାନ୍ୟ ତାଲୁକାର କେନ୍ଦ୍ରୀୟ କମିଟି ସଦସ୍ୟମାନେ ଯୋଗଦେଇ ଥିଲେ।କେନ୍ଦ୍ରୀୟ କମିଟି ସଭାପତି ସନ୍ତୋଷ କୁମାର ମହାରଣା, ସମ୍ପାଦକ ହାଡିବନ୍ଧୁମହାରଣା ନିର୍ବାଚନକାର୍ଯ୍ୟ ପରିଚାଳନା କରିଥିଲେ। ଘୁମୁସର ପାଟମନ୍ତ୍ରୀ ଦଇତାରୀ ମହାରଣା ଶପଥ ପାଠ କରାଇଥିଲେ।ଏଥିରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗ ଦେଇ ବଢ଼େଇ ଓ କମାରଭାଇ ମାନଙ୍କର ବିଭିନ୍ନଦାବୀ ପୂରଣ ପାଇଁ ଵିହିତ ପଦକ୍ଷେପ ନେବାକୁ
ପ୍ରତିଶୃତି ଦେଇଥିଲେ।

Comments (0)
Add Comment