Browsing author

SATYA SANDHANA DESK

ମୁଣ୍ଡଳୀରେ ପହଞ୍ଚିଲା ବନ୍ୟାଜଳ

ବାରଙ୍ଗ,୨୫ା୭(ଏସଏସନିଉଜ)ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ହିରାକୁଦରୁ ପର୍ଯ୍ୟାୟକ୍ରମେ ୧୨ଟି ଗେଟ ଖୋଲାଯାଇଛି ।ତେବେ ଚଳିତବର୍ଷର ଏହି ପ୍ରଥମ ବନ୍ୟାଜଳ ମଙ୍ଗଳବାରସକାଳେ ମୁଣ୍ଡଳିଠାରେ ଆସି ପହଁଚିଛି ।ଏହି ବନ୍ୟାଜଳ ପହଁଚିବା ପରେ ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ମୁଣ୍ଡଳୀ ଦେଇ ୮୪ହାଜର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଏବେ ଆସିଥିବା ବନ୍ୟାଜଳରେ ତଳିଆ ଅଞ୍ଚଳରେ କୌଣସି ବିପଦ ନଥିବା ସୂଚନା ଦିଆଯାଇଛି। ଯଦି ଆଗକୁ ଅଧିକରୁ ଅଧିକ ବର୍ଷା ହୁଏ ତେବେ ମହାନଦୀରେ ବନ୍ୟା ଆଶଙ୍କା […]

ଆଜିର ରାଶିଫଳ

ଜୁଲାଇମାସ ୨୬ତାରିଖ ୨୦୨୩ ମସିହା (ବୁଧବାର) ଶ୍ରାବଣମାସ-ମଳ ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ ଦିବା ଘ୦୩/୪୬ ପର୍ୟ୍ୟନ୍ତ ତଦନ୍ତେ ନବମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୪/୩୮ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬ /୨୨/୩୧,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, କର୍କଟରାଶିର ଘାତବାର,କାଳବେଳା -ଦିବା ଘ୦୮/ ୩୭ ଗତେ ଘ୧୦/୧୬ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୭/୦୧ମଧ୍ୟେ ଓ ରାତ୍ରି।ଘ୦୭/୧୦ ଗତେ ଘ୦୯/୩୪ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ରବେଳ।- ଦିବା ଘ୦୩/୪୮ଗତେ ଘ୦୫/୨୫ ମଧ୍ୟେ,ନଡ଼ିଆ ଦିବା ଘ୦୩/୪୬ଗତେ ଲାଉଭକ୍ଷଣ ନିଷେଧ। ମେଷ- ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି […]

ହୀରାକୁଦର ଖୋଲିଲା ଆଉ ୪ଟି ଗେଟ

ଭୁବନେଶ୍ୱର,୨୫ା୭(ଏସଏସନିଉଜ) ଉପରମୁଣ୍ଡରେ ଜଳସ୍ତର ବଢ଼ିବାରୁ ହୀରାକୁଦରୁ ରବିବାର୫ଟି, ଗତକାଲି୪ଟି ଓ ଆଜି ୩ଟିଗେଟ ଖୋଲାଯାଇଛି ।ସମୁଦାୟ ୧୨ଟିଗେଟଦେଇ ଜଳ ନିଷ୍କାସିତହେଉଛି ।ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିବାରୁ ହୀରାକୁଦର ଜଳସ୍ତର ବଢ଼ିବାରେ ଲାଗିଛି ।ରବିବାରସକାଳେ ଜଳସ୍ତର ୬୧୫ ଫୁଟ୍ ଅତିକ୍ରମ କରିବାପରେ ଗେଟ ଖୋଲାଯାଇଥିଲା ।

ସ୍ତ୍ରୀ ଓ ପୁଅକୁ ତଣ୍ଟିଚିପି ମାରିଦେଲା ମଦ୍ୟପବାପା

ଭଦ୍ରକ,୨୫ା୭(ଏସଏସନିଉଜ) ତେସିଙ୍ଗା ପଞ୍ଚାୟତର କୁଶଗଡ଼ିଆଗାଁରେ ମଦ୍ୟପ ଯୁବକ ଉମେଶ ନାୟକ ଯିଏକି ଜଣେ ଟ୍ରକଚାଳକ ସିଏ ନିଜ ପତ୍ନୀ ଓ ପୁଅକୁ ତଣ୍ଟିଚିପି ହତ୍ୟା କରିଥିବାର ଜଣାପଡିଛି ।ସେ ନେରଡ଼ା ପଞ୍ଚାୟତ ଗୋଧି ଗ୍ରାମର କାଞ୍ଚନବାଳାଙ୍କୁ ପ୍ରେମ ବିବାହ କରିଥିଲା। ସେମାନଙ୍କର ଗୋଟିଏ ପୁଅ ଅଛି । ପତ୍ନୀ ଓ ପୁଅ ସହ ଉମେଶ କୁଶଗଡ଼ିଆସ୍ଥିତ ଏକ ଭଡ଼ାଘରେ ରହୁଥିଲା।ମଦ୍ୟପାନ କରୁଥିବାରୁ ବିଭିର୍ଣକାରଣ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଗତକାଲି ଉମେଶ ମଦ ପିଇ ଘରକୁ […]

ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୨୫ତାରିଖ ମଙ୍ଗଳବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୩/୨୧ ,ସୂର୍ଯ୍ୟାସ୍ତ- ଘ୬/୨୨/୪୫ ,ଶ୍ରାବଣ ମାସ ,ଚାନ୍ଦ୍ରମଳ ଶୁକ୍ଳପକ୍ଷ ,ଭୌମ ବାସ ,ତିଥି- ସପ୍ତମୀ ଦିବା ଘ୩/୧୪ମି ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ । ,ନକ୍ଷତ୍ର- ଚିତ୍ରା ନକ୍ଷତ୍ର ରାତ୍ରି ଘ୧୨/୫୧ମି ପର୍ଯ୍ୟନ୍ତ ତଦନ୍ତେ ସ୍ବାତୀ ନକ୍ଷତ୍ରଚ଼ନ୍ଦ୍ର- କନ୍ୟା ଚନ୍ଦ୍ର ଦିବା ଘ୧୧/୫୬ମି ପର୍ଯ୍ୟନ୍ତ ତଦନ୍ତେ ତୁଳାଚନ୍ଦ୍ର।ସୌରଚଳନେ କର୍କଟ ଦି୯ନ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟ କୋଣରେ, ଦିବା ଘ୩/୧୪ମି ପରେ ଐଶାନ୍ୟ କୋଣରେ। ମଙ୍ଗଳବାର, ଅଗନ୍ତବ୍ୟ ତିଥି, ବିଷ୍ଟିକରଣ […]

ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୨୪ତାରିଖ ସୋମବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୨/୫୭ ,ସୂର୍ଯ୍ୟାସ୍ତ- ଘ୬/୨୩/୫ ,ଶ୍ରାବଣମାସ ,ଚାନ୍ଦ୍ରମଳ ଶୁକ୍ଳପକ୍ଷ ,ଚନ୍ଦ୍ର ବାସ ,ତିଥି- ଷଷ୍ଠୀ ଦିବା ଘ୧/୪୮ମି ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ।ଘାତଚନ୍ଦ୍ର–ବୃଷରାଶିର ଘାତଚନ୍ଦ୍ର।ଘାତବାର–ମିଥୁନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଷଷ୍ଠୀର ଏକୋଦ୍ଦିଷ୍ଟଶ୍ରାଦ୍ଧ ।ଏହି ମଳ ଶୁକ୍ଳ ଓ କୃଷ୍ଣପକ୍ଷ ମଳ ମାସରେ ମୃତବ୍ୟକ୍ତିଙ୍କରଶ୍ରାଦ୍ଧ କରଣୀୟ।ନିଷିଦ୍ଧଖାଦ୍ୟ- ନିମ୍ବ, ଦିବା ଘ୧/୪୮ମିପରେ ତାଳଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ଦିବା ଘ୭/୨ମିରୁ ଘ୮/୩୯ମି ପର୍ଯ୍ୟନ୍ତ।ବାରବେଳା ଦିବା ଘ୩/୭ମି ରୁ ଘ୪/୪୪ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧୦/୩୦ମି ରୁ ଘ୧୧/୫୩ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟରୁ ଦିବା ଘ୭/୧ମି […]

ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍

ସମ୍ବଲପୁର,୨୩ା୭(ଏସଏସନିଉଜ) ଉପରମୁଣ୍ଡରେ ବର୍ଷାଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରୁ ଡ୍ୟାମକର୍ତ୍ତୃପକ୍ଷ ବନ୍ୟାଜଳ ଛାଡିବାନେଇ ନିଷ୍ପତ୍ତି ନେଇଛନ୍ତି ।ଚଳିବର୍ଷର ପ୍ରଥମ ବନ୍ୟାଜଳ ହୀରାକୁଦ ଡ୍ୟାମର ୫ଟାସ୍ଲୁଇସ୍‍ ଗେଟ୍‍ ଦେଇ ଆଜି ପ୍ରବାହିତ ହୋଇଛି । ପୂଜାର୍ଚ୍ଚନାପରେ ୭ନମ୍ବରଗେଟ୍‍ ଦେଇ ପ୍ରଥମେ ବନ୍ୟାଜଳ ସକାଳ ୯ଟାରେ ନିଷ୍କାସନ କରାଯାଇଛି। ପର‌୍ୟ୍ୟାୟକ୍ରମେ ଆଉ ୪ଟି ଗେଟ୍ ଖୋଲାଯିବ ବୋଲି ଜଣାପଡିଛି । ଶନିବାର ଜଳସ୍ତର ୬୧୪.୪୩ ଫୁଟ୍‌ରେ ପହଂଚିଥିଲା। ଆଜି ସକାଳେ ଜଳସ୍ତର ୬୧୫ ଫୁଟ୍ ଅତିକ୍ରମ କରିବା ପରେ […]

ଦିଅରକୁ ବାହାହେଲେ ଭାଉଜ

ସୁବର୍ଣ୍ଣପୁର , ୨୩ା୭(ଏସଏସନିଉଜ) ସ୍ୱାମୀଙ୍କ ସାମ୍ନାରେ ଦିଅର ନାଁରେ ମଥାରେ ସିନ୍ଦୂର ପିନ୍ଧିଛନ୍ତି ସ୍ତ୍ରୀ । ସ୍ୱାମୀଙ୍କ ଉପସ୍ଥିତିରେ ଦିଅର ଭାଉଜଙ୍କର ବିବାହ ହୋଇଛି ।ଏହିଭଳିଘଟଣା ବୀରମହାରାଜପୁରବ୍ଲକ୍ ଅନ୍ତର୍ଗତ ସୁବଳୟାଥାନା ଅଞ୍ଚଳରେ ଘଟିଛି। , ଅନୁଗୁଳଜିଲ୍ଲା ସାମସିଙ୍ଗାଗାଁର ଜଣେଯୁବତୀ ୩ବର୍ଷ ତଳେ ସୁବଳୟାଥାନାଅନ୍ତର୍ଗତ ସାନକିରାସିରାଗାଁର ଜଣେଯୁବକଙ୍କୁ ବୈଦିକରୀତିରେ ବିବାହ କରିଥିଲେ। ଏହାଭିତରେ ଖଣ୍ଡହତାପଞ୍ଚାୟତର ବରଘାଟଗାଁର ସର୍ମ୍ପକିୟ ସ୍ୱାମୀଙ୍କ ମାଉସୀପୁଅ ଭାଇଙ୍କ ସହ ପ୍ରେମସମ୍ପର୍କ ଗଢ଼ିଉଠିଥିଲା। ସପ୍ତାହକତଳେ ଉଭୟ ଘରୁଫେରାର ହୋଇଯାଇଥିଲେ। ପରିବାର ଲୋକେ ସୁବଳୟାଥାନାରେ ଅଭିଯୋଗ ପରେ […]

ହୋଟେଲରେ ଚାଲିଥିଲା ସେକ୍ସରାକେଟ

ଝାରସୁଗୁଡା, ୨୩ା୭(ଏସଏସନିଉଜ)ପଞ୍ଚପଡ଼ାର ପୁରୁଣାଶିବଶକ୍ତିହୋଟେଲରେ ସେକ୍ସ ରାକେଟ ଚାଲିଥିବା ନେଇ ସୂଚନାପାଇ ପୋଲିସ ବିଳମ୍ବିତରାତିରେ ଚଢ଼ାଉ କରିଥିଲା । ଝାରସୁଗୁଡା ଟାଉନଥାନା ପୁଲିସ ଘଟଣାସ୍ଥଳରୁ ୧୩ଜଣ ଯୁବତୀଙ୍କୁ ଉଦ୍ଧାର କରିବାସହ ଦଲାଲସମେତ ୧୪ଜଣଙ୍କୁ ଅଟକ ରଖିଛି । ଉଦ୍ଧାରହୋଇଥିବା ଯୁବତୀମାନେ ବାହାରଜିଲ୍ଲାର ବୋଲି ଜଣାପଡିଛିାପୋଲିସ କଣ୍ଡୋମ, ଉତ୍ତେଜକ ବଟିକା ଭଳି ଆପତ୍ତିକର ଜିନିଷ ମଧ୍ୟ ଜବତ କରିଛି ।ହୋଟେଲରେ ଏସଏଚଜିକେନ୍ଦ୍ର ଚାଲିଥିବା ନେଇ ବୋର୍ଡ ଲଗାଯାଇଥିଲା ।

ପୋଖରୀକୁ ଖସିପଡିଲା ବସ୍‌

ଭୁବନେଶ୍ୱର,୨୩ା୭(ଏସଏସନିଉଜ) ଶନିବାରଦିନ ବାଂଲାଦେଶ ଝଲାକାଠି ଛତ୍ରକୋଣ୍ଡା ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀକୁ ବସଟି ଖସିପଡିଛି ।ଫଳରେ ୭ଜଣ ଶିଶୁଙ୍କ ସମେତ ୧୭ ଜଣଯାତ୍ରୀଙ୍କ ମୃତ୍ୟୁ ଘଟିଥିବାର ଜଣାପଡିଛି।ଦୁର୍ଘଟଣାରେ ୩୫ଜଣ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍ମୃତି ପରିବହନ’ ନାମକ ଏକବସ ୭୦ଜଣ ଯାତ୍ରୀଙ୍କୁଧରି ଭଣ୍ଡାରିଆ ଉପଜିଲାରୁ ପିରୋଜପୁରରୁ ଅଭିମୁଖେ ଯାତ୍ରା କରୁଥିଲା ।ବସଟି ଏକ ଅଟୋକୁ ସାଇଡ୍ ଦେବାକୁ ଯାଇ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀକୁ ଖସି ପଡ଼ିଥିଲା ।