ସ୍ତ୍ରୀ ଓ ପୁଅକୁ ତଣ୍ଟିଚିପି ମାରିଦେଲା ମଦ୍ୟପବାପା

ଭଦ୍ରକ,୨୫ା୭(ଏସଏସନିଉଜ) ତେସିଙ୍ଗା ପଞ୍ଚାୟତର କୁଶଗଡ଼ିଆଗାଁରେ ମଦ୍ୟପ ଯୁବକ ଉମେଶ ନାୟକ ଯିଏକି ଜଣେ ଟ୍ରକଚାଳକ ସିଏ ନିଜ ପତ୍ନୀ ଓ ପୁଅକୁ ତଣ୍ଟିଚିପି ହତ୍ୟା କରିଥିବାର ଜଣାପଡିଛି ।ସେ ନେରଡ଼ା ପଞ୍ଚାୟତ ଗୋଧି ଗ୍ରାମର କାଞ୍ଚନବାଳାଙ୍କୁ ପ୍ରେମ ବିବାହ କରିଥିଲା। ସେମାନଙ୍କର ଗୋଟିଏ ପୁଅ ଅଛି । ପତ୍ନୀ ଓ ପୁଅ ସହ ଉମେଶ କୁଶଗଡ଼ିଆସ୍ଥିତ ଏକ ଭଡ଼ାଘରେ ରହୁଥିଲା।ମଦ୍ୟପାନ କରୁଥିବାରୁ ବିଭିର୍ଣକାରଣ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଗତକାଲି ଉମେଶ ମଦ ପିଇ ଘରକୁ ଫେରିବା ପରେ ସ୍ୱାମୀସ୍ତ୍ରୀଙ୍କ ଭିତରେ ଝଗଡ଼ା ହୋଇଥିଲା।ଏଥିରେ ଉତ୍‌କ୍ଷିପ୍ତହୋଇ ଉମେଶ କାଞ୍ଚନବାଳାଙ୍କ ତଣ୍ଟିଚିପି ହତ୍ୟା କରିବାପରେ ଶୋଇଥିବା ୬ ବର୍ଷରପୁଅ ଉତ୍କଳକୁ ହତ୍ୟା କରିଥିଲା। ଘଟଣାକୁ ଆତ୍ମହତ୍ୟା ରୂପ ଦେବା ପାଇଁ ଫ୍ୟାନ୍‌ରେ ଏକ ଶାଢ଼ି ବାନ୍ଧି ଦେଇ ନିକଟରେଥିବା ଏକ ଇଟା ଫାକ୍ଟ୍ରିରେ ଲୁଚିଯାଇଥିଲା।

 

 

Comments (0)
Add Comment