Browsing author

SATYA SANDHANA DESK

ବାରୁଣୀସ୍ନାନ କଲେ ହଜାରହଜାର ଶ୍ରଦ୍ଧାଳୁ

ଭୁବନେଶ୍ୱର,୧୯।୩(ଏସଏସ ନିଉଜ)ଦଶାଶ୍ୱମେଧ ଘାଟରେ ବାରୁଣୀସ୍ନାନ କଲେ ହଜାର ହଜାର ଶ୍ରଦ୍ଧାଳୁ lବୈତରଣୀ ନଦୀକୂଳରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ଶ୍ରଦ୍ଧାଳୁ।ବିଶ୍ୱାସ ରହିଛି ବୈତରଣୀ ଗଙ୍ଗା ନଦୀର ଅନ୍ୟ ଏକ ରୂପ। ତେଣୁ ଆଜିର ଦିନରେ ଏଠାରେ ସ୍ନାନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି କୁହାଯାଏ।ଏହି ଅବସରରେ ଅନୁଷ୍ଠିତ ମେଳା ଆସନ୍ତା ୭ ଦିନ ଧରି ଚାଲିବ।

ମାଟିତଳୁ ମିଳିଲା ଗଙ୍ଗାଦେବୀଙ୍କ ମୂର୍ତ୍ତି

ଚିତ୍ର‌କୋଣ୍ଡା,୧୯।୩(ଏସଏସ ନିଉଜ) ଚିତ୍ରକୋଣ୍ଡାର ପଞ୍ଜାବୀ ଛକସ୍ଥିତ ତିରୁପତି ବାଲାଜୀ ଓ ଜଗନ୍ନାଥ ମନ୍ଦିର ପରିସରରେ ଘଟିଥିବା ଏକ ଅଲୌକିକ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ମନ୍ଦିର ପୂଜକ ରବିଶାସ୍ତ୍ରୀଙ୍କ ସ୍ବପ୍ନାଦେଶକ୍ରମ‌େ ମନ୍ଦିର ପରିସରକୁ ୭ ଫୁଟ ଖୋଳିବା ପରେ ଗଙ୍ଗାମାତା ଏକ ମୂର୍ତ୍ତି ବାହାରିଛି ।ଧାର୍ମିକ ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ସହ ସ୍ଥାନୀୟ ଲୋକଙ୍କ ଦ୍ୱାରା ଖୋଳ କୀର୍ତ୍ତନ ସହ ଶଙ୍ଖ ଧ୍ବନୀ ଓ ହୁଳହୁଳିରେ ଅଞ୍ଚଳ ପ୍ରକମ୍ପିତ ହୋଇଉଠିଛି।

ଏପ୍ରିଲ ୬ରୁ BJPର ଘରଘର ଚାଲ ଅଭିଯାନ

ଭୁବନେଶ୍ୱର,୧୯।୩(ଏସଏସ ନିଉଜ)ଏପ୍ରିଲ ୬ରୁ BJP ଓବିସି ମୋର୍ଚ୍ଚାର ଗାଁଗାଁ ଚାଲ, ଘରଘର ଚାଲ ଅଭିଯାନ ଆରମ୍ଭ ହେବାକୁ ଯାଉଛି lଏହି ୯ ଦିନିଆ ଅଭିଯାନରେ ୧ଲକ୍ଷଗାଁ ଓ ୧୦ ଲକ୍ଷ ଘରେ ପହଞ୍ଚିବ ଦଳ lମୋଦି ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯିବ lପ୍ରେସମିଟରେ ଦଳର ଓବିସିମୋର୍ଚ୍ଚା ଜାତୀୟ ଉପାଧ୍ୟକ୍ଷ ସୂଚନା ଦେଇଛନ୍ତି l

ମୂଷା ପାଇଁ ମେସିନ

ପୁରୀ,୧୯।୩(ଏସଏସନିଉଜ)ମୂଷାଙ୍କୁ ଜଗିବା ପାଇଁ ଆସିଲା ମେସିନ୍ lଶ୍ରୀମନ୍ଦିର ଗର୍ଭଗୃହରେ ମୂଷାଙ୍କୁ ଜଗିବା ପାଇଁ ଆସିଲା ମେସିନ୍ । ଶ୍ରୀମନ୍ଦିର ପ୍ରଶାସନକୁ ମେସିନ ଦାନ କରିଛନ୍ତି ଜଣେ ଶ୍ରଦ୍ଧାଳୁ ।

କାନ୍ଥପଡ଼ି ୩ ଆହତ

ମାଲକାନଗିରି,୧୯।୩(ଏସଏସ ନିଉଜ)ପଶ୍ଚିମାଝଡ଼ର ପ୍ରଭାବରେ ଏମ୍‌ପିଭି୪୧ରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।କାନ୍ଥପଡ଼ି ୩ଜଣ ଆହତ ହୋଇଛନ୍ତି।ପଶ୍ଚିମାଝଡ଼ର ପ୍ରଭାବ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ଦେଖିବାକୁ ମିଳିଛି। ମାଲକାନ ଗିରିଜିଲ୍ଲା କାଲିମେଳାବ୍ଲକର ଏମପିଭି୪୧ଗ୍ରାମରେ ୩୦ରୁ ଅଧିକ ଘର ଭାଙ୍ଗିଛି। ଏହି ଗାଁରେ କାନ୍ଥପଡ଼ି ୩ଜଣ ଲୋକ ଆହତ ହୋଇଛନ୍ତି। ଖବରପାଇ ତହସିଲ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇଛି।

ଆଜିର ରାଶିଫଳ

ଇଂରାଜୀ ମାର୍ଚ୍ଚମାସ ୧୯ତାରିଖ ରବିବାର ,ଚୈତ୍ରମାସ-କୃଷ୍ଣପକ୍ଷ ,ତିଥି-ଦ୍ଵାଦଶୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୬/୧୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୩/୪୫ ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ,ମେଷରାଶିର ଘାତବାର ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,କାଳବେଳା ଓ ବାରବେଳା – ଦି୧୦/୨୬ ଗତେ ୧/୨୬ ମଧ୍ୟେ ,ଅମୃତ ବେଳା- ଦିବା ଘ୦୬/୫୩ ଗତେ ଘ୯/୫୬ ମଧ୍ୟେ ରାତ୍ରି ଘ୭/୩୧ ଗତେ ଘ୯/୫୭ ମଧ୍ୟେ ,ମାହେନ୍ଦ୍ରବେଳା-ଦି୬/୪୪ମଧ୍ୟେ ଦିବା ଘ୧୦/୮ ଗତେ ଘ୧୧/୫୬ ମଧ୍ୟେ ଓ ରାତ୍ରି ଘ୬/୪୩ ଗତେ ଘ୭/୩୧ ମଧ୍ୟେ , […]

୬ଦିନର ଝିଅକୁ ହତ୍ୟା

ଜଳେଶ୍ବର,୧୮।୩(ଏସଏସ ନିଉଜ) ୬ଦିନର ଝିଅକୁ ତଣ୍ଟି ଚିପି ହତ୍ୟ ଘଟଣାରେ ମାକୁ ଗିରଫ କରିଛି ପୋଲିସ। କମର୍ଦ୍ଦା ପୋଲିସ ନିଜ ଆଡୁ ମାମଲା ରୁଜୁକରି ଗିରଫ କରିଛି।ଗତ୫ରେ ସିଆରୋଇ ଗାଁରେ ଘଟିଥିଲା ହତ୍ୟାକାଣ୍ଡ। ଝିଅକୁ କୁକୁରଝୁଣି ମାରିଛି ବୋଲି ପ୍ରଥମେ କହିଥିଲା ମା। ପୋଷ୍ଟମର୍ଟମରୁ ହତ୍ୟା ସୂଚନା ମିଳିବାପରେ ଗିରଫ କଲା ପୋଲିସ।ପାରିବାରିକ କଳହକୁ ନେଇ ନିଜଝିଅକୁ ହତ୍ୟା କରିଥିଲେ ମହିଳା।

ଗଂଜେଇ ଚାଲାଣକରି ୫ଛାତ୍ର ଧରାପଡିଲେ

ଲମତାପୁଟ,୧୮।୩(ଏସଏସନିଉଜ) ଗଂଜେଇ ଚାଲାଣ ପୋଲିସ ହାତରେ ଧରାପଡିଛନ୍ତି ୫ଛାତ୍ର ।ପୋଲିସ ସେମାନଙ୍କ ଠାରୁ ୩୫କେଜି ଗଂଜେଇ ଜବତ କରିବା ସହ ୮ଜଣଙ୍କୁ ଗିରଫ କରିଛି।ପାଡୁଆରୁ ଯାଉଥିବା ବେଳେ ନନ୍ଦପୁର ଛକରେ ପୋଲିସ ହାତରେ ଧରା ପଡିଥିଲେ।ଗିରଫ ୮ଜଣଙ୍କ ମଧ୍ୟରେ ୫ ଜଣ କଲେଜ ଛାତ୍ର ଥିବା ସୂଚନା ମିଳିଛି।

ପୁରୀରେ ହଣାକଟା

ପୁରୀ,୧୮।୩(ଏସଏସ ନିଉଜ)ପୁରୀ ମାର୍କେଟଛକରେ ହଣାକଟା ମାମଲାରେ ୯ଜଣଙ୍କୁ ଗିରଫ କରିଛି ପୋଲିସ।ପୂର୍ବ ଶତ୍ରୁତାରୁ ଦୁଇଗୋଷ୍ଠୀ ମଧ୍ୟରେ ଘଟିଥିଲା ହଣାକଟା।ଗୋଟିଏ ଗୋଷ୍ଠୀର ୬ ଓ ଅନ୍ୟଗୋଷ୍ଠୀର ୩ ଗିରଫ ହୋଇଛନ୍ତି।ସମସ୍ତ ଗିରଫ ୯ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବାନେଇ ପ୍ରେସ ମିଟରେ ଏଏସପି ମିହିର ପଣ୍ଡାଙ୍କ ସୂଚନା ଦେଇଛନ୍ତି।

ପଶ୍ଚିମାଝଡ଼ ପ୍ରଭାବରେ ଲାଗିଛି ବର୍ଷା

ଭୁବନେଶ୍ୱର,୧୮।୩(ଏସଏସନିଉଜ)ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି।ବିଜୁଳି, ଘଡ଼ଘଡ଼ି ସହ ଲାଗିରହିଛି ବର୍ଷା ଓ ପବନ।ବାଲେଶ୍ବର, ନୂଆପଡ଼ା, କୋରାପୁଟ, ମୟୂରଭଞ୍ଜରେ ବର୍ଷା ହେଉଥିବାବେଳେ ନୟାଗଡ଼ ଓ କନ୍ଧମାଳରେ କୁଆପଥର ବର୍ଷା ସହ ଝଡ଼ପବନ ଓ ବଲାଙ୍ଗିର ଓ ସମ୍ବଲପୁରରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଲାଗିରହିଛି।