Browsing author

SATYA SANDHANA DESK

ତ୍ରିଶୁଳିଆରେ ହେବ ଦ୍ବିତୀୟ ବ୍ରିଜ୍

ଭୁବନେଶ୍ୱର,୧୮।୩(ଏସଏସ ନିଉଜ)ତ୍ରିଶୁଳିଆରେ ହେବ ଦ୍ବିତୀୟ ବ୍ରିଜ୍ ।କାଠଯୋଡ଼ି ନଦୀରେ ତ୍ରିଶୁଳିଆଠାରେ ହେବ ଦ୍ବିତୀୟ ବ୍ରିଜ୍ lପ୍ରେସମିଟରେ ପୂର୍ତ୍ତମନ୍ତ୍ରୀ ଏବଂ ପୂର୍ତ୍ତସଚିବ ଦେଲେ ଏହି ସୂଚନା lଦ୍ବିତୀୟ ବ୍ରିଜ୍ ପାଇଁ ବଜେଟରେ ବ୍ୟୟ ବରାଦ ହୋଇଛି lଚଳିତ ବର୍ଷ ବ୍ରିଜ୍ କାମ ଆରମ୍ଭହେବ କହିଲେ ପୂର୍ତ୍ତ ସଚିବ l

ଆଜିରରାଶିଫଳ

୨୦୨୩ମସିହା ମାର୍ଚ୍ଚମାସ ୧୮ତାରିଖ ଶନିବାର,ଶ୍ରୀମନ୍ଦିରେ ଓ ସର୍ବତ୍ର ସର୍ବସମ୍ମତ ପାପ ମୋଚନୀ ଏକାଦଶୀ ଉପବାସ।ପୁରୀକୁ ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୫୬/୪୦,ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୫୩/୨୨,ଚୈତ୍ରମାସ,କୃଷ୍ଣପକ୍ଷ,ଶୌରି ବାସ,ତିଥି- ଏକା ଦଶୀ ଦିବା ଘ୧୧/୧୩ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ, ଦିବା ଘ୧୧/୧୩ମିପରେ ନୈର୍ଋତ କୋଣରେ।ଶନିବାର, ଅଗନ୍ତବ୍ୟ ତିଥି ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ। ଚନ୍ଦ୍ରଶୁଦ୍ଧି–ମେଷ, କର୍କଟ, ତୁଳା, ବିଛା, ମକର କୁମ୍ଭ ଓ ମୀନ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର–ସିଂହ ରାଶିର ଘାତଚନ୍ଦ୍ର ।ଘାତବାର–ବୃଷ,ସିଂହ ଓ […]

ହଳଦିଆ ପଡୁଛି କି ଦାନ୍ତ !

ଏହି ଉପାୟ କରନ୍ତୁ ପ୍ରୟୋଗ, ମିଳିବ ଆଶ୍ବସ୍ତି ନିୟମିତରୂପେ ସମସ୍ତେ ଦାନ୍ତଘଷନ୍ତି । କିନ୍ତୁ ଏହାପରେ ବି ଅନେକଲୋକଙ୍କ ଦାନ୍ତରେ ରହିଯାଏ ହଳଦିଆରଙ୍ଗ । ଏପରି ପରିସ୍ଥିତିରେ, ସେହିବ୍ୟକ୍ତି ସମସ୍ତଙ୍କ ସାମ୍ନାରେ ଖୋଲାଖୋଲିଭାବରେ ହସିବା ଏବଂ କଥାକହିବା କଷ୍ଟକର ହୋଇଯାଇଥାଏ । ଏହି ସମସ୍ୟାରୁ ମୁକୁଳିବାପାଇଁ କଣକରିବେ ତାହା ବୁଝିପାରନ୍ତିନାହିଁ । ଏହିସମସ୍ୟାରୁ ମୁକୁଳିବାପାଇଁ ଆସନ୍ତୁଜାଣିବା ୪ଟିଉପାୟ । ଯାହାକୁ କହିବାଦ୍ବାରା ହଳଦିଆଦାନ୍ତରୁ ମୁକ୍ତି ମିଳିପାରିଥାଏ। ୧. ଲୁଣ ଏବଂ ଷ୍ଟ୍ରବେରୀ-ଯଦି ଆପଣଙ୍କରଦାନ୍ତ ହଳଦିଆ ହୋଇଯାଇଛି, ତେବେ […]

ଘାରିଲା ଅଜଣା ଜନ୍ତୁଭୟ

ଜଗତସିଂହପୁର,୧୭ା୩(ଏସଏସନିଉଜ) ଜଗତସିଂହପୁରରେ ପୁଣି ମେଣ୍ଢାମଡକ ଦେଖାଦେଇଛି। ଘାରିଛି ଅଜଣାଜନ୍ତୁ ଭୟ । ଅଜଣାଜନ୍ତୁ ଆକ୍ରମଣରେ ମେଣ୍ଢାଗୁଡିକର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବିରିଡିଥାନା ସଂଖାରୀସାହିଗାଁରେ ପୁଣି ମେଣ୍ଢାମଡକ ଦେଖାଦେଇଛି । ଗୁରୁବାର ରାତିରେ ଗାଁର ପ୍ରଫୁଲ୍ଲ ବାରିକଙ୍କ ଗୁହାଳରେ ଥିବା ୧୫ଟି ମେଣ୍ଢାଙ୍କର ତଣ୍ଟି କଟାଯାଇଥିବା ବେଳେ ମୃତ୍ୟୁର ପ୍ରକୃତକାରଣ ଜଣାପଡିନାହିଁ ।ତେବେ ଅଜଣାଜନ୍ତୁ ଆକ୍ରମଣରେ ମେଣ୍ଢାଗୁଡିକର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ବାଙ୍କେଶ୍ୱରୀ ଘାଟିରେ ଓଲଟିଲା ପିକ୍ଅପ୍ ଭ୍ୟାନ୍

ଗଞ୍ଜାମ,୧୭ା୩(ଏସଏସନିଉଜ)ବାଙ୍କେଶ୍ୱରୀଘାଟିରେ ଓଲଟିପଡିଛି ପିକ୍ଅପ୍ ଭ୍ୟାନ୍ । ଏହି ଦୁର୍ଘଟଣାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ଗଞ୍ଜାମଜିଲ୍ଲା ଗଡ଼ଗୋବିନ୍ଦପୁରପଞ୍ଚାୟତ ଧାନରାଶିରୁ ମାବାଙ୍କେଶ୍ୱରୀଙ୍କ ଦର୍ଶନକରିବା ପାଇଁ ପିକଅପଭ୍ୟାନ୍ ଯୋଗେ ପାହାଡ଼କୁ ଯାଉଥିଲେ । ପାହାଡ଼କୁ ଗାଡି ଚଢୁଥିବାବେଳେ ହଠାତ ଭାରସାମ୍ୟହରାଇ ଗାଡିଟି ଓଲଟି ପଡିଥିଲା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିସ୍‌ାପାଇଁ ଡାକ୍ତଖାନାରେ ସ୍ଥାନୀୟ ଲୋକମାନେ ପଠାଇଛନ୍ତି ।

ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିବ

ଭୁବନେଶ୍ୱର,୧୭ା୩(ଏସଏସନିଉଜ) ୧୦ଦଫାଦାବି ନେଇ ରାଜ୍ୟ ଡ୍ରାଇଭରମହାସଂଘ ପକ୍ଷରୁ ଷ୍ଟିୟରିଂଛାଡ଼ ଆନ୍ଦୋଳନଡାକରା ଆଜି ତୃତୀୟଦିନରେ ପହଂଚିଛି ।ଏହି ଆନ୍ଦୋଳନ ଫଳରେ ଅଧିକାଂଶସ୍ଥାନରେ ଚାଳକମାନେ ଶୋଭାଯାତ୍ରାକରି ବିକ୍ଷୋଭ ପ୍ରଦର୍ଶନକରୁଛନ୍ତି । ଆଉ ଡ୍ରାଇଭରଙ୍କ ଆନ୍ଦୋଳନଯୋଗୁଁ ଅତ୍ୟାବଶ୍ୟକସାମଗ୍ରୀ ଯୋଗାଣ ପ୍ରଭାବିତ ହୋଇଛି । କିଛି ସ୍ଥାନରେ ପୋଲିସ-ଡ୍ରାଇଭର ମଧ୍ୟ ମୁହାଁମୁହିଁ ହୋଇଥିବାର ଜଣାପଡିଛି ।ଗତକାଲି ମୁଖ୍ୟସଚିବଙ୍କ ସହ ଆଲୋଚନାପରେ ଆନ୍ଦୋଳନ ପ୍ରତ୍ୟାହୃତ କରାଯିବ ବୋଲି ଆଶା କରାଯାଉଥିଲା ।କିନ୍ତୁ ତାହା ହୋଇନଥିଲା ।ମୁଖ୍ୟସଚିବଙ୍କ ସହ ପ୍ରତିନିଧିଦଳର ଆଲୋଚନା ପରେ ସଂଘର କର୍ମକର୍ତ୍ତାମାନେ […]

ବୌଦ୍ଧରେ ଡ୍ରାଇଭର ପୋଲିସ ଧସ୍ତାଧସ୍ତି

ବୌଦ୍ଧ,୧୭।୩(ଏସଏସନିଉଜ) ଆନ୍ଦୋଳନରତ ଡ୍ରାଇଭରଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଛି।ହରଭଙ୍ଗା ଚାରିଛକରେ ଉତ୍ତେଜନା ଦେଖାଦେଇଛି। ବ୍ୟାପକ ପୋଲିସ ମୁତୟନ ହୋଇଥିବାବେଳେ ଡ୍ରାଇଭରଙ୍କୁ ରାସ୍ତାରୁ ଗାଡ଼ି ହଟାଇବାକୁ ପୋଲିସ କହିବାରୁ ଧସ୍ତାଧସ୍ତି ହୋଇଛି।ସରକାରଙ୍କ ୩ମାସର ସମୟକୁ ବିରୋଧ କରି ଧାରଣାରେ ବସିଛନ୍ତି ଡ୍ରାଇଭର।

ଆଜିର ରାଶିଫଳ

୧୭-୩-୨୦୨୩(ଶୁକ୍ରବାର) ଦିବା ଘ୧୦।୪୫ ଗତେ ମକର କୁମ୍ଭ ମୀନ ମେଷ କର୍କଟ ତୁଳା ବିଛା ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ସିଂହ ରାଶିର ଘାତଚନ୍ଦ୍ର । ବିଛା ଧନୁ ଓ ମୀନରାଶିମାନଙ୍କର ଘାତବାର ।ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଓ ଏକାଦଶୀର ପାର୍ବଣଶ୍ରାଦ୍ଧ । କଳମ ଶାଗ ଦିବା ଘ୨।୦ ଗତେ ଶିମ୍ବ ଭକ୍ଷଣ ନିଷେଧ । ତୃଣ କାଷ୍ଠ ଛେଦନ ନିଷେଧ । (ଅମୃତବେଳା) – ଦିବା ଘ୭।୩୨ ମଧ୍ୟେ ଘ୮।୨୦ ଗତେ ଘ୧୦।୪୪ ମଧ୍ୟେ […]

ସ୍ଲୁଲସଭାପତିଙ୍କୁ ସେକିଦେଲେ ବିଡିଓ!

ଭଦ୍ରକ,୧୬ା୩(ଏସଏସନିଉଜ)ସ୍କୁଲ କମିଟି ସଭାପତିଙ୍କୁ ବିଡିଓ ଚାପୁଡ଼ା ମାରିଥିବାର ଅଭିଯୋଗ ଆସିଛି । ସିଆଳିଆ ନୋଡାଲ ସ୍କୁଲ କମିଟି ସଭାପତିଙ୍କୁ ଚାପୁଡ଼ାମାରିଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । 5-Tଅଧୀନରେ ଥିବା ସ୍କୁଲର ତଦାରଖ ପାଇଁ ବିଡିଓ ଯାଇଥିଲେ ।ଆଲୋଚନାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ପଂଚାୟତ କାର୍ଯ୍ୟାଳୟରେ ଆର୍ଥିକ ସାକ୍ଷରତା ଶିବିର

ମେଣ୍ଢାଶାଳ,୧୬।୩(ଏସଏସନିଉଜ)ମେଣ୍ଢାଶାଳଠାରେ ଥିବା ଖୋଧା ସମବାୟବ୍ୟାଙ୍କ ଓ ସେବା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ସେବା ସମବାୟସମିତି ସଭାପତି ମହେନ୍ଦ୍ର କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଏହି ଶିବିରରେ ସରମ୍ପଚ କୌଶଲ୍ୟା ବଳୀୟାରସିଂହ,ଭାବଗ୍ରାହୀ ସାହୁ, ମେଣ୍ଢାଶାଳବ୍ୟାଙ୍କ ଶାଖା ପରିଚାଳକ ସସ୍ମିତାନାୟକ,ସୁପ୍ରଭାଇଜର ସନ୍ତୋଷକୁମାର ମଙ୍ଗରାଜ ଅତିଥିଭାବେ ଯୋଗଦେଇ ନାବାର୍ଡ ତରଫରୁ ସମବାୟବ୍ୟାଙ୍କ ମାଧ୍ୟମରେ ଯୋଗାଇଦିଆଯାଉଥିବା ଋଣ ଓ ଏହାକୁ ସୁପରିଚାଳନା କରି ଚାଷୀମାନେ କିପରି ଉପକୃତ ହୋଇପାରିବେ ସେଥିପାଇଁ ଆଲୋଚନା କରିଥିଲେ। ବର୍ତ୍ତମାନ ପ୍ରଦାନ କରାଯାଉଥିବା ଋଣ,ଗ୍ରାମାଞ୍ଚଳର ମହିଳା ସ୍ୱୟଂ ସହାୟକଗୋଷ୍ଠୀ,ଚାଷୀ, କ୍ଷୁଦ୍ର […]