ଗୁଣି ସନ୍ଦେହରେ ଗୁଳି !
ମୋହନା,୧୧।୨(ଏସଏସ ନିଉଜ) ଗୁଣି ସନ୍ଦେହରେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଅଡ଼ବାଥାନା ଘୋଡ଼ାପଙ୍କା ଗାଁରେ ଗୁଳିମାଡ଼ ହୋଇଛି। ଯୁବକଙ୍କ ଅଣ୍ଟାରେ ଗୁଳି ବାଜିବାରୁ ତାଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି। ୨ଜଣ ଯୁବକ ବାଇକରେ ଆସି ଗୁଳିମାଡ଼ କରିଥିବା ସୂଚନା ମିଳିଛି।
Browsing author
ମୋହନା,୧୧।୨(ଏସଏସ ନିଉଜ) ଗୁଣି ସନ୍ଦେହରେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଅଡ଼ବାଥାନା ଘୋଡ଼ାପଙ୍କା ଗାଁରେ ଗୁଳିମାଡ଼ ହୋଇଛି। ଯୁବକଙ୍କ ଅଣ୍ଟାରେ ଗୁଳି ବାଜିବାରୁ ତାଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି। ୨ଜଣ ଯୁବକ ବାଇକରେ ଆସି ଗୁଳିମାଡ଼ କରିଥିବା ସୂଚନା ମିଳିଛି।
ଭୁବନେଶ୍ବର, ୧୧ା୨(ଏସଏସନିଉଜ)ବରଗଡ଼ ଜିଲ୍ଲା ପାଇକମାଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାବରେ ଉନ୍ନୀତ କରାଯାଇଛି ।ପାଇକମାଳ ଅଂଚଳର ଜନସାଧାରଣଙ୍କ ବହୁ ଦିନର ଦାବୀ ଆଜି ପୂରଣ ହୋଇଛି ।ସୂଚନାଯୋଗ୍ୟଯେ , ଗତ ଉପନିର୍ବାଚନ ସମୟରେ ପାଇକମାଳର ଜନତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାଇକମାଳ ରେ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ କରିବା ପାଇଁ ଦାବୀ କରିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାବିକୁ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲୋଏହାଦ୍ୱାରା ସେଠାରେ […]
ଭୁବନେଶ୍ୱର,୧୧ା୨(ଏସଏସନିଉଜ) ନାଗପୁରଟେଷ୍ଟରେ ଭାରତର ବିଶାଳ ବିଜୟ ହୋଇଛି ।ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ଇନିଂସ ବିଜୟ ହାସଲ କରିଛି ।ଗୋଟେ ଇନିଂସ ଓ ୧୩୨ ରନ୍ରେ ଜିତିଛି ଭାରତ । ଦ୍ବିତୀୟ ଇନିଂସରେ ୯୧ ରନ୍ରେ ଅଷ୍ଟ୍ରେଲିଆ ଅଲଆଉଟ୍ । ପ୍ରଥମ ଇନିଂସରେ ଜାଡେଜାଙ୍କୁ ଓଦ୍ବିତୀୟ ଇନିଂସରେ ଅଶ୍ବିନୀଙ୍କୁ ୫ଟି ଲେଖାଏଁ ୱିକେଟ୍ ମିଳିଛି ।
ଭୁବନେଶ୍ୱର,୧୧ା୨(ଏସଏସନିଉଜ) ପାନ ଦୋକାନୀକୁ ମିଳିଛି ଖଣ୍ଡା ଚୋଟ ।ବଲାଙ୍ଗିର ରେଳଷ୍ଟେସନ ପାଖରେ ପାନଦୋକାନୀକୁ ଆକ୍ରମଣ ହୋଇଛି। ସଂଘବଦ୍ଧଭାବେ ଖଣ୍ଡାରେ ମରଣାନ୍ତକଆକ୍ରମଣ କରାଯାଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇଛି । ପୂର୍ବଶତ୍ରୁତାରୁ ଆକ୍ରମଣ ହୋଇଥିବାର ସୂଚନା ମିଳିଥିବାବେଳେ ତାଙ୍କୁ ଚକିସ୍।ପାଇଁ ଭୀମଭୋଇ ମେଡିକାଲ୍ରେ ଭର୍ତ୍ତି କରାଯାଇଛି ।
ଭୁବନେଶ୍ୱର,୧୧ା୨(ଏସଏସନିଉଜ) ଘାଟିରେ ଓଲଟିପଡିଛି ପିକଅପ୍ ଭ୍ୟାନ୍ ।ଯାହାଫଳରେ ୨୦ଜଣ ଆହତ ହୋଇଥିବାର ସୁଚନା ମିଳିଛି ।ବଣାଇଥାନା କୁଲୁକୁତାଘାଟିରେ ଭ୍ୟାନ୍ଟି ଓଲଟିପଡିଛି । ସମ୍ବଲପୁରରୁ ବଣାଇ ଇନ୍ଦ୍ରପୁର ଆସୁଥିଲା ବେଳେ ଦୁର୍ଘଟଣାର ଶକାର ହୋଇଛି। ବାହାଘରରେ ବାଜା ବଜାଇବାକୁ ଆସୁଥିଲା ବେଳେ ଦୁର୍ଘଟଣା ଘଟିଛି। ଆହତଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ଆହତଙ୍କମଧ୍ୟରେ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ବାରଙ୍ଗ,୧୧ା୨(ଏସଏସନିଉଜ)ଶନିବାର ସଂନ୍ଧ୍ୟାରେ ଗୋଡିସାହିଫାଣ୍ଡି ଅଧିନସ୍ଥ ଷଣ୍ଢପୁରନିକଟରେ ଏକ ଆଇଚରମିନିଟ୍ରକ ଧକ୍କାରେ ଜଣେ ଯୁବକ ଗୁରୁତର ଆହାତ ହୋଇଛନ୍ତି। ଆହତ ଯୁବକ ଜଣକ ଗୋଡିସାହି ଗ୍ରାମର ପ୍ରଭାକର ଓଝା(୪୨) ବୋଲି ଜଣାପଡିଛି। ପ୍ରଭାକର ଓଡି ୦୫ଏଡ୍ ୦୦୯୩ନଂ ସ୍କୁଟି ଯୋଗେ ବାଙ୍କୀତ୍ରିଶୂଳିଆ ମୁଖ୍ୟ ରାସ୍ତାରେ ତ୍ରିଶୂଳିଆ ଅଭିମୁଖେ ଆସୁଥିବା ସମୟରେ ଷଣ୍ଢପୁରଛକ ନିକଟରେ ପଛପଟରୁ ଏକ ଦ୍ରୁତଗାମୀଆଇଚରଗାଡି ଧକ୍କାଦେଇ ପଳାଇଯାଇଥିଲା ।ଗାଡି ଧକ୍କା ଦେବାରୁ ଘଟଣା ସ୍ଥଳରେ ପ୍ରଭାକର ରକ୍ତାତ ଅବସ୍ଥାରେ ରାସ୍ତାରେ ପଡିରହିଥିଲେ ।ଛକରେ ଥିବା କିଛିଯୁବକ […]
ଭୁବନେଶ୍ୱର,୧୧।୨(ଏସଏସ ନିଉଜ)ଦିବଙ୍ଗତମନ୍ତ୍ରୀ ନବଦାସଙ୍କ ପରିବାରକୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ । ନବଦାସଙ୍କ ପୁଅ ବିଶାଳଦାସ ଓ ଝିଅ ଦୀପାଳୀଦାସଙ୍କୁ ଭେଟି ସମବେଦନା ଜଣାଇଛନ୍ତି ଧର୍ମେନ୍ଦ୍ର । ସମ୍ବଲପୁର ସାଂସଦ ସୁରେଶ ପୂଜାରୀ, ରେଂଗାଲୀ ବିଧାୟକ ନାଉରୀ ନାୟକ ଓ ବିଜେପିନେତ୍ରୀ ରାଧାରାଣୀପଣ୍ଡା ମଧ୍ୟ ବିଶାଳ ଓ ଦୀପାଳୀଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।ଗତମାସ ୨୯ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ଅବସରରେ ନବ ଦାସଙ୍କୁ ଏଏସଆଇ ଗୋପାଳ କୃଷ୍ଣଦାସ ଗୁଳିକରି ହତ୍ୟା କରିଥିଲେ । ନବଦାସଙ୍କ ଅକସ୍ମାତ […]
ଭୁବନେଶ୍ୱର,୧୧।୨(ଏସଏସ ନିଉଜ)ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜଳାଭିଷେକ ସହ ୩୦ ମିନିଟ ଧରି ପୂଜାର୍ଚ୍ଚନା କରିବେ ରାଷ୍ଟ୍ରପତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଉପସ୍ଥିତ ଅଛନ୍ତି l
ଦିବା ଘ୧।୪୪ ଗତେ ତୁଳା ବିଛା ଧନୁ ମକର ମେଷ ବୃଷ କର୍କଟ ସିଂହ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ବୃଷ ସିଂହ କନ୍ୟା ରାଶିମାନଙ୍କର ଘାତବାର । ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ଶ୍ରୀଫଳ ଦିବା ଘ୯।୧୫ ଗତେ ନିମ୍ବ ଭକ୍ଷଣ ନିଷେଧ । ମେଷ:-ଅନ୍ୟମାନଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ। ରାଜନୀତିରେ ଆର୍ଥିକ ଲାଭ ହେବ। ବ୍ୟବସାୟ ସମ୍ବନ୍ଧରେ ଭଲ ଖବର ପାଇବେ। ପ୍ରେମ ସମ୍ବନ୍ଧ ମଜଭୁତ ହେବ। ବୃଷ:-ଆତ୍ମବିଶ୍ବାସ ବୃଦ୍ଧି […]
ଭୁବନେଶ୍ୱର,୧୦ା୨(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଗାମୀ୨୩ତାରିଖରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋର ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିବେ ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଶ୍ରୀ ଭି.କେ.ପାଣ୍ଡିଆନ ଆଜି ପୁରୀଜିଲ୍ଲାର ସୁଆଣ୍ଡୋସ୍ଥିତ ଗୋପବନ୍ଧୁଙ୍କ ଜନ୍ମପୀଠର ପରିଦର୍ଶନକରି ଏହାର ପୁନଃବିକାଶକାର୍ଯ୍ୟ ତଦାରଖ କରିଥିଲେ । ଉତ୍କଳମଣିଙ୍କ ଗାଁ ଶିବମନ୍ଦିର ଲୋକେଶ୍ୱର ଶିବ ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ଥିଲାାସୁଆଣ୍ଡୋ ବାସୀଙ୍କ ଅନୁରୋଧକ୍ରମେ ଲୋକେଶ୍ୱରମନ୍ଦିରର ପୁନଃନିର୍ମାଣକାର୍ଯ୍ୟ ରାଜ୍ୟସରକାରଙ୍କ ପକ୍ଷରୁ ସମ୍ପନ୍ନ କରାଯାଇଛିାଏହାର ପ୍ରତିଷ୍ଠାଉତ୍ସବ ଆଜି ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ […]