Browsing author

SATYA SANDHANA DESK

ମୁଖ୍ୟମନ୍ତ୍ରୀଙ୍କୁ ଆସିଲା ନିମନ୍ତ୍ରଣ

ପୁରୀ,୨୬ା୧୨(ଏସଏସନିଉଜ)ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଜାନୁଆରୀ ୧୭ ତାରିଖରେ ଲୋକାର୍ପଣ ହେବାକୁଯାଉଛି ।ଏଥିନିମନ୍ତେ ଶ୍ରୀମନ୍ଦିରପ୍ରଶାସନ ପକ୍ଷରୁ ଆୟୋଜିତ ଭବ୍ୟ ଆୟୋଜନରେ ଦେଶର ପ୍ରମୁଖ ଦେବଦେବୀ ପୀଠ, ଚାରିଧାମର ପୀଠାଧୀଶ୍ୱର, ବିଶିଷ୍ଟ ଧର୍ମଗୁରୁ ଓ ଖ୍ୟାତନାମା ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ନିମନ୍ତ୍ରଣପତ୍ର ବାଣ୍ଟିବାପାଇଁ ରାଜ୍ୟ ଭିତରେ ୧୩ଟିଦଳ ଓ ରାଜ୍ୟ ବାହାରକୁ ୧୭ଟି ଦଳ କୁନେଇ ସମୁଦାୟ ୩୦ ପ୍ରତିନିଧି ଦଳ ପବିତ୍ର ମାର୍ଗଶିର ପୂର୍ଣ୍ଣିମାରୁ ବାହାରିଛନ୍ତି ।ଆଜି ଏକ ପ୍ରତିନିଧିଦଳ ପ୍ରଥମେ ଲିଙ୍ଗରାଜଙ୍କୁ […]

ଆଜିର ରାଶିଫଳ

୨୦୨୩ମସିହା ଡିସେମ୍ବରମାସ ୨୬ତାରିଖ ମଙ୍ଗଳବାର।ପଣ୍ଡୁଓଷା, ଦତ୍ତାତ୍ରେୟଜୟନ୍ତୀ, ମାର୍ଗଶିର ପୂର୍ଣ୍ଣିମା, ମଙ୍ଗଳ ପୂର୍ଣ୍ଣିମାବ୍ରତ,ପୂର୍ଣ୍ଣିମାର ଚ଼ନ୍ଦ୍ରୋପବାସପୂଜା ଓ ଅର୍ଘ୍ୟଦାନ।ବିବିଧ -ସ୍ତ୍ରୀତୈଳ ବର୍ଜନ।ସୁର୍ଯ୍ୟୋଦୟ- ଘ୬/୨୨/୫୩ ,ସୂର୍ଯ୍ୟାସ୍ତ- ଘ୫/୧୧/୫୩ ,ମାର୍ଗଶିରମାସ ,ଶୁକ୍ଳପକ୍ଷ ,ଭୌମବାସ ,ତିଥି- ପୂର୍ଣ୍ଣିମା ନିଶାନ୍ତ ଘ୫/୪୨ମିପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ୍।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟକୋଣରେ, ନିଶାନ୍ତ ଘ୫/୪୨ମିପରେ ପୂର୍ବଦିଗରେ।ପକ୍ଷାନ୍ତଦୋଷ, ମଙ୍ଗଳବାର, ବିଷ୍ଟିକରଣ ଓ ମଙ୍ଗଳସପ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଘାତଚନ୍ଦ୍ର–ବିଛାରାଶିର ଏବଂ ଦିବାଘ ୧୦/ ୨୯ମିପରେ କନ୍ୟାରାଶିର ଘାତଚନ୍ଦ୍ର।ଘାତବାର–ମକରରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ଆମିଷ ଭକ୍ଷଣ ନିଷେଧ।ଅଶୁଭବେଳା-ବାରବେଳା-ଦିବା ଘ୭/୪୬ମି ରୁ ଘ୯/୭ମି […]

ଆଜିର ରାଶିଫଳ

୨୦୨୩ମସିହା ଡିସେମ୍ବରମାସ ୨୫ତାରିଖ ସୋମବାର। ଶ୍ରୀମନ୍ଦିରରେ ପଣ୍ଡୁନୃସିଂହ ବିଜେ ଓ ପଣ୍ଡୁ ନୃସିଂହଙ୍କର ଚାରି ଆଶ୍ରମ ଭ୍ରମଣ, ପାଷାଣ ଚତୁର୍ଦ୍ଦଶୀ ଓ ଶିବଚତୁର୍ଦ୍ଦଶ୍ୟୁପବାସ ଓ ବେଢ଼ା ପରିକ୍ରମା, ବଡ଼ଦିନ, ମହାମାନ୍ୟ ମଦନମୋହନମାଲବ୍ୟ ଜୟନ୍ତୀ।ସୁର୍ଯ୍ୟୋଦୟ- ଘ୬/୨୨/୨୬ ,ସୂର୍ଯ୍ୟାସ୍ତ- ଘ୫/୧୦/୫୦ ,ମାର୍ଗଶିରମାସ ,ଶୁକ୍ଳପକ୍ଷ ,ଚ଼ନ୍ଦ୍ରବାସ ,ତିଥି- ଚତୁର୍ଦ୍ଦଦଶୀ ନିଶାନ୍ତ ଘ୫/୩୪ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ନିଶାନ୍ତ ଘ୫/୩୪ମି ପରେ ବାୟବ୍ୟକୋଣରେ। ରିକ୍ତାତିଥି,ବିଷ୍ଟିକରଣ,ମଙ୍ଗଳସପ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ବିଛା ରାଶିର ଘାତଚନ୍ଦ୍ର।ଘାତବାର–ମିଥୁନ […]

ସୋମବାର ନନ୍ଦନକାନନ ଖୋଲା

ବାରଙ୍ଗ,୨୪ା୧୨(ଏସଏସନିଉଜ)ଏଥର ବଡଦିନ ଓ ନୁଆବର୍ଷରେ ନନ୍ଦନକାନନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମଜା ଉଠାଇବେ ।ପ୍ରତି ସୋମବାର ନନ୍ଦନକାନନ ବନ୍ଦ ରହୁଥିବାବେଳେ ଏଥର ବଡଦିନ ଓ ନୁଆବର୍ଷ ସୋମବାର ପଡୁଅଛି ।ତେଣୁ ସୋମବାର ନନ୍ଦନକାନନ ବନ୍ଦ ରହିବା ଦ୍ୱନ୍ଦ ଉପରୁ ପର୍ଦାଉଠାଇଛନ୍ତି କର୍ତୁପକ୍ଷ ।ପୁର୍ବନିର୍ଦ୍ଧାରିତ ନୀୟାମାନୁସାରେ ସୋମବାର ଖୋଲା ରହି ମଙ୍ଗଳବାରଦିନ ପର୍ଯ୍ୟଟକମାନଙ୍କ ପାଇଁ ନନ୍ଦନକାନନ ବନ୍ଦ ରହିବ ବୋଲି ନନ୍ଦନକାନନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।  

କବାଟ ଭାଙ୍ଗି ଲୁଟି ନେଲେ

ରାୟଗଡ଼ା,୨୪।୧୨(ଏସଏସନିଉଜ) ଘରର କବାଟ ଭାଙ୍ଗି ଲୁଟି ନେଲେ ଟଙ୍କା ସହ ସୁନା। ଟାଉନ ଥାନା ସାଇପ୍ରିୟାନଗର ରେ ଜଣଙ୍କ ଘରୁ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ୭୫ ହଜାର ଟଙ୍କା ସହ ସୁନା , ରୁପା ଅଳଙ୍କାର ଚୋରି ଅଭିଯୋଗ ହୋଇଛି।

ବିଲଭିତରରେ ପଶିଲା ଏସିଡଟ୍ୟାଙ୍କର

ବାଲେଶ୍ୱର,୨୪।୧୨(ଏସଏସ ନିଉଜ)ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଭଗତପୁର ନିକଟରେ ବିଲ ଭିତରରେ ଓଲଟିପଡ଼ିଲା ଏସିଡ ଟ୍ୟାଙ୍କର। ଏସିଡ ଟ୍ୟାଙ୍କରଟି ଭଗତପୁର ଗାଁରେ ଥିବା ଏକ ଚିଙ୍ଗୁଡ଼ି ପ୍ଲାଣ୍ଟକୁ ଯାଉଥିଲା। ଚାଳକଙ୍କ କହିବା ଅନୁସାରେ ଏହି ଟ୍ୟାଙ୍କରରେ ହାଇଡ୍ରୋକ୍ଲୋରାଇଡ ଏସିଡ ଯାଉଥିଲା। ପରେ ସେଥିରୁ ଗ୍ୟାସ ଲିକ କରୁଥିବା ବେଳେ ପାଖ ଅଞ୍ଚଳରେ ଧୂଆଁମୟ ହୋଇଯାଇଥିଲା। ଯାହାଫଳରେ ସ୍ଥାନୀୟଲୋକେ ଭୟଭୀତ ହୋଇଯାଇଛନ୍ତି।

ଟ୍ରକ୍‌କୁ ପିଟିଲା ଟ୍ରକ୍‌

ଆନନ୍ଦପୁର,୨୪।୧୨(ଏସଏସ ନିଉଜ) ଟ୍ରକ୍‌କୁ ପିଟିଲା ଆଉ ଏକ ଟ୍ରକ୍‌।ଯାହାଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।ଏନ୍‌ଏଚ୍‌ ୨୦ ଘସିପୁରା ଥାନା ବେଲବାହାଳି ନିକଟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାପରେ ଟ୍ରକ୍‌ରେ ଚାପିହୋଇ ରହିଗଲେ ଡ୍ରାଇଭର।ଦୀର୍ଘସମୟ ପରେ ଗୁରୁତର ଅବସ୍ଥାରେ ଟ୍ରକ୍‌ ଡ୍ରାଇଭର ଉଦ୍ଧାର।ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଫେରାର ସୂଚନା

ସ୍ପଷ୍ଟୀକରଣ ରଖିଲେ କାମିୟା ଜାନୀ

ଭୁବନେଶ୍ୱର,୨୪।୧୨(ଏସଏସ ନିଉଜ)ଶ୍ରୀମନ୍ଦିର ପ୍ରବେଶକୁ ନେଇ ସ୍ପଷ୍ଟୀକରଣ ରଖିଲେ କାମିୟା ଜାନୀ।ଭିଡିଓ ବାର୍ତ୍ତା ମାଧ୍ୟମରେ ସ୍ପଷ୍ଟୀକରଣ ରଖିଲେ କାମିୟା।ସେ କହିଛନ୍ତିଯେ,ବିଫ୍‌ ଖାଏନି କି ଖାଇବାକୁ ପ୍ରୋତ୍ସାହନ କରେନି।ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ପାଇବାକୁ ପୁରୀ ଯାଇଥିଲି।ମନ୍ଦିରରନିର୍ମାଣ ଓ ସଂସ୍କୃତି ଲୋକଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟ ଥିଲା।ଦୁର୍ଭାଗ୍ୟବଶତଃ ମୋର ଏହି ଭ୍ରମଣ ବିବାଦୀୟ ହୋଇଛି।ଭ୍ରମଣ ସମୟରେ କୌଣସି ବି ନିୟମ ଭଙ୍ଗ କରିନି ବୋଲି କହିଛନ୍ତି କାମିୟ।ହିନ୍ଦୁ ଧର୍ମକୁ ଅନୁସରଣକରେ।କେରଳ ଫୁଡ୍‌ ବ୍ଲଗ ଭିଡିଓର ଏକ ସ୍କ୍ରିନସଟ୍‌ ବ୍ୟବହାର କରାଯାଉଛି।ସେଠାରେ ବିଫ୍‌ ଖାଇନଥିଲି […]

ଆଜିର ରାଶିଫଳ

ଡିସେମ୍ବରମାସ ୨୪ତାରିଖ ୨୦୨୩ମସିହା(ରବିବାର)ମାର୍ଗଶିରମାସ-ଶୁକ୍ଳପକ୍ଷ ,ତିଥି- ତ୍ରୟୋଦଶୀ ଦିବାଘ ୦୦୫/୩୮ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ,ସୁର୍ୟୋଦୟ-ପ୍ରାତଃଘ୦୬/୨୨/୨୪ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୧୧/୦୯ ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବିଛାରାଶିର ଘାତଚନ୍ଦ୍ର ,ମେଷରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୧୦/୨୫ ଗତେ ଘ୦୧/୦୮ ମଧ୍ୟେ ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୭/୧୦ ଗତେ ଘ ୦୯/୩୫ ମଧ୍ୟେ ଓ ଘ୦୧/୦୯ଗତେ ଘ୦୩/୫୯ ମଧ୍ୟେ ଓ ରାତ୍ରି ଘ୦୭/୩୫ ଗତେ ଘ ୦୯/୧୧ ମଧ୍ୟେ ,ବିଶୁଦ୍ଧମ।ହେନ୍ଦ୍ରବେଳ।- ଦିବା ଘ୦୪/୩୬ ଗତେ ଘ […]

ଦିନରେ ଭିକ,ରାତିରେ ଚୋରୀ

ଭଦ୍ରକ ,୨୩ା୧୨(ଏସଏସନିଉଜ)ଚୋରୀକରିବାର ନୁଆତରିକାକୁ ଆପଣେଇଥିଲେ ।ଦିନରେ ଭିକ ମାଗି ଘର ଚିହ୍ନଟ କରିବା ସହ ଚିହ୍ନଟ କରିଥିବା ଘରକୁ ରାତିରେ ଟାର୍ଗେଟ କରି ଚୋରୀ କରୁଥିଲେ ।କେବଳ ଏତିକିନୁହେଁ ଆବଶ୍ୟକତାକୁଦେଖି ଏମାନେ ଗୃହକର୍ତାକୁ ମଧ୍ୟ ଆକ୍ରମଣ କରିବାକୁ ମଧ୍ୟ ପଛାଉନଥିଲେ ।ଏହିଭଳିଘଟଣା ସାବରଙ୍ଗଥାନା ଅଧିନସ୍ଥ ଚଣ୍ଡିଗାଁରେ ଘଟିଥିବାର ଅଭିଯୋଗ ମଧ୍ୟ ଥାନାକୁ ଆସିଥିଲା ।ଶେଷରେ ପୋଲିସ ହାତରେ ୫ଜଣ ଚୋର ସହ ଚୋରୀ ସୁନାଅଳଙ୍କାରକୁ ବିକୁଥିବା ଜଣେ ଦୋକାନୀଙ୍କୁ ଧରିବା ସହ ସେମାନଙ୍କୁ କୋର୍ଟଚାଳଣ କରିଛି ପୋଲିସ […]