Browsing author

SATYA SANDHANA DESK

ଓଲଟିଲା ପିକନିକ୍ ବସ୍

ଗଞ୍ଜାମ ,୩୧ା୧୨(ଏସଏସନିଉଜ) ପୁରୁଷୋତ୍ତମପୁର ବାଲିଆ ଛକନିକଟରେ ଭାରସାମ୍ୟ ହରାଇ ଏକ  ପିକନିକ୍ ବସ୍ ରାସ୍ତା କଡ଼କୁ ଓଲଟିପଡିବାରୁ ଦଶ ରୁ ଉର୍ଦ୍ଧ ଆହାତ ହୋଇଛନ୍ତି ।ଆହତମାନଙ୍କୁ ଚବିକିସ୍‌ାପାଇଁ ପୁରୁଷୋତ୍ତମପୁର ମେଡ଼ିକାଲରେ ଭର୍ତିକରାଯାଇଛି । ଭଦ୍ରକ ଆଞ୍ଚଳର ୪୫ ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ ବସଟି ମା ତାରାତାରିଣୀ ଦର୍ଶନସାରି ଚିଲିକା ଅଭିମୁଖେ ଯାଉଥିବାସମୟରେ ଏହି ଘଟିଛି ଦୁର୍ଘଟଣା ।ବସରେ ଅଧିକାଂଶ କଲେଜପଢୁଆ ଛାତ୍ର ରହିଥିବାର ଜଣାପଡିଛି ।ଖବରପାଇ ପୋଲିସ ଯାତ୍ରୀମାନଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଛି । […]

ଆଜିର ରାଶିଫଳ

ଡିସେମ୍ବରମାସ ୩୧ତାରିଖ ୨୦୨୩ ମସିହା (ରବିବାର)ପୌଷମାସ-କୃଷ୍ଣପକ୍ଷ,ତିଥି- ଚତୁର୍ଥୀ ଦିବା ଘ୧୧/୫୬ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୫/୫୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୫/୦୯,ପଞ୍ଚମୀର ପାର୍ବଣଶ୍ରାଦ୍ଧ,ମେଷରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୧୦ /୨୮ ଗତେ ଘ୦୧/୧୧ ମଧ୍ୟେ,ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୧୩ ଗତେ ଘ ୦୯/୩୭ ମଧ୍ୟେ ଓ ରାତ୍ରି ଘ୦୭/୪୦ଗତେ ଘ ୦୯/୧୫ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୪/୫୦ ଗତେ ଘ ୦୫/୧୫ ମଧ୍ୟେ,ମୂଳା ଦିବା ଘ ୧୧/୫୬ ଗତେ ବେଲ ଭକ୍ଷଣ ନିଷେଧ। […]

ବଢୁଛି କରୋନା

ଭୁବନେଶ୍ୱର,୨୯ା୧୨(ଏସଏସନିଉଜ)ଦୀର୍ଘଦିନର ବ୍ୟବଦାନପରେ ମହାମାରୀ କରୋନା ପୁଣି ତାର କାୟା ମେଲାଇବା ଆରମ୍ଭ କରିଛି । ସଂକ୍ରମଣଙ୍କ ସଂଖ୍ୟା ଧିରେଧିରେ ବିଭିର୍ଣ ରାଜ୍ୟରେ ବୃଦ୍ଧିପାଉଥିବାରୁ ସମସ୍ତଙ୍କୁ ସଜାଗ ରହିବାକୁ କେନ୍ଦ୍ର ସରକାର ସଜାଗ କରାଇଛନ୍ତି ।ଏହାସହ ସମସ୍ତ ରାଜ୍ୟକୁ ଚିଠି ଲେଖି ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ ସର୍ଭେଲାନ୍ସ, ଟେଷ୍ଟିଂ ଓ ପ୍ରସ୍ତୁତି ବଢାଇବାସହ ଅକ୍ସିଜେନଯୁକ୍ତ ବେଡ୍ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।ଏହାସହ ଆକ୍ରାନ୍ତଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ । […]

ଆଜିର ରାଶିଫଳ

୨୦୨୩ମସିହା ଡିସେମ୍ବରମାସ ୩୦ତାରିଖ ଶନିବାର। ସୁର୍ଯ୍ୟୋଦୟ- ଘ୬/୨୪/୩୮ ,ସୂର୍ଯ୍ୟାସ୍ତ- ଘ୫/୧୩/ ୩୬ ,ପୌଷମାସ ,କୃଷ୍ଣପକ୍ଷ ,ଶୌରିବାସ ,ତିଥି- ତୃତୀୟା ଦିବା ଘ୯/୩୫ମିପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ,ଦିବା ଘ୯/୩୫ମି ପରେ ନୈର୍ଋତ କୋଣରେ।ଶନିବାର, ରିକ୍ତାତିଥି, ବିଷ୍ଟିକରଣ, ଶନିସପ୍ତ ଦୋଷହେତୁ ଯାତ୍ରାଦିଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ନିଶାନ୍ତ ଘ୬/୨୧ମି ପରେ କର୍କଟ ଓ ମକର ରାଶିର ଘାତଚନ୍ଦ୍ର ।ଘାତବାର–ବୃଷ, ସିଂହ ଓ କନ୍ୟା ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପଟୋଳ, ଦିବା ଘ୯/୩୫ମିପରେ ମୂଳା ଭକ୍ଷଣ ନିଷେଧ।ଅଶୁଭବେଳା-(କାଳବେଳା)ପ୍ରାତଃ ରୁ […]

ହାଇଟେକ୍ ମେଡିକାଲରେ ବିସ୍ଫୋରଣ!

ଭୁବନେଶ୍ୱର,୨୯ା୧୨(ଏସଏସନିଉଜ) ପାଣ୍ଡରା ସ୍ଥିତ ହାଇଟେକ୍ ମେଡିକାଲରେ ଏକ ବିସ୍ଫୋରଣ ଘଟିଥିବାର ଜଣାପଡିଛି । ହସ୍ପିଟାଲ ପରିସରରେ ନିର୍ମାଣ କାମ ଚାଲିଥିବା ବେଳେ ବିସ୍ଫୋରଣ ଘଟିଛି । ଅକ୍ସିଜେନ୍ ସିଲିଣ୍ଡର ଫାଟି ଏହି ବିସ୍ଫୋରଣ ଘଟିବାରୁ ୪ରୁ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଅନୁଯାୟୀ ଏସିରେ ଗ୍ୟାସ୍ ଫିଲିଂ ସମୟରେ ଏହି ବିସ୍ଫୋରଣ ଘଟିଥିଲା ।

ବଢିଲା ମୁଖ୍ୟ ଶାସନସଚିବଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର,୨୯ା୧୨(ଏସଏସନିଉଜ) ମୁଖ୍ୟ ଶାସନସଚିବ ପ୍ରଦୀପଜେନାଙ୍କ କାର୍ଯ୍ୟକାଳ ବଢ଼ିଛି ।ପ୍ରଦୀପଜେନାଙ୍କ କାର୍ଯ୍ୟକାଳ ୬ମାସ ବଢ଼ାଇଲେ ରାଜ୍ୟ ସରକାର ।୨୦୨୪ ଜୁନ୍ ୩୦ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢ଼ାଇଛନ୍ତି ରାଜ୍ୟସରକାର ।ଆସନ୍ତା ୩୧ ତାରିଖରେ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରିବାର ଥିଲା ।

ଆଜିର ରାଶିଫଳ

ଡିସେମ୍ବରମାସ ୨୯ତାରିଖ ୨୦୨୩ମସିହା(ଶୁକ୍ରବାର)ପୌଷମାସ-କୃଷ୍ଣପକ୍ଷ .ତିଥି- ଦ୍ଵିତୀୟା ଦିବା ଘ୦୭/୫୧ ପର୍ଯ୍ୟନ୍ତ ତଦନ୍ତେ ତୃତୀୟାସୁର୍ୟୋଦୟ-ପ୍ରାତଃ ଘ୦୬/୨୪/୫୪ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୧୪/୩୯ ,ଯୋଗିନୀ ଉତ୍ତରେ ଦିବାଘ୦୭/୫୧ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେ ,ତୃତୀୟା ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ବିଛା,ଧନୁ ଓ ମୀନରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୯/୦୬ ଗତେ ଘ୧୧/୫୦ ମଧ୍ୟେ ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୭/ ୧୩ ମଧ୍ୟେ ଓ ଘ୦୮/୦୦ ଗତେ ଘ ୦୯/୦୬ ମଧ୍ୟେ ଓ ଘ୧୨/୫୦ଗତେ ଘ ୦୪/୦୧ ମଧ୍ୟେ ,ବିଶୁଦ୍ଧ […]

ଘରେ ଛାଡିବାକୁ କହି ମହିଳାଙ୍କୁ ଗଣଦୁଷ୍କର୍ମ!

ପାରାଦୀପ,୨୮ା୧୨(ଏସଏସନିଉଜ) ଲକ୍ ଥାନା ଅଞ୍ଚଳରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି ।ଜଣେ ସଂପର୍କୀୟ ଓ ତାଙ୍କ ୨ ବନ୍ଧୁ ମିଶି ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ଥାନାରେ ହୋଇଛି ।ପାରିବାରିକ ବିବାଦରୁ ଗତକାଲି ମହିଳା ଘର ଛାଡ଼ି ପଳାଇଥିଲେ ।ଖୋଜାଖୋଜି କରି ସଂପର୍କୀୟ ଓ ତାଙ୍କ ୨ ବନ୍ଧୁ ମହିଳାଙ୍କୁ ଠାବ କରିଥିଲେ ।ଠାବ କରି ଘରେ ଛାଡ଼ିଦେବାକୁ କହି ଗଣଦୁଷ୍କର୍ମ କରିଥିବାନେଇ ମହିଳାଜଣଙ୍କ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ।ଅଭିଯୁକ୍ତ ୩ ଜଣଙ୍କୁ ଅଟକ ରଖି ଲକ୍ […]

ବଲାଙ୍ଗିର ମେଡ଼ିକାଲ କଲେଜରେ ଉତ୍ତେଜନା

ବଲାଙ୍ଗିର୨୮ା୧୨(ଏସଏସନିଉଜ)ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି ।ହାଉସ୍ ସର୍ଜନ ଛାତ୍ରଙ୍କୁ ଜଣେ ଦୁର୍ବୃତ୍ତର ଆକ୍ରମଣ ପରେ ଏହି ଉତ୍ତେଜନା ଦେଖାଦେଇଛି ।କଲେଜ ନିକଟରେ କେହି ଜଣେ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।ଏହାକୁ ନେଇ ମେଡ଼ିକାଲ କଲେଜ ଛାତ୍ରମାନେ ହସ୍ପିଟାଲ ଫାଟକରେ ତାଲା ପକାଇ ଆବ୍ଦୋଳନ କରିଛନ୍ତି ।ଆକ୍ରମଣର ଶିକାର ହୋଇଥିବାଛାତ୍ର ଗୁରୁତରଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଥିବାର ଜଣାପଡିଛି ।

ପୁଣି ୩ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର,୨୮ା୧୨(ଏସଏସନିଉଜ) ଗତକାଲି ରାଜ୍ୟରୁ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୩ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮ରେ ପହଞ୍ଚି ଥିବାବେଳେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗାକରୋନାରା ନୂଆ ସବ୍-ଭାରିଆଣ୍ଟ ଜେଏନ.୧କୁନେଇ ଏବେ ଚିନ୍ତା ବଢିବା ଆରମ୍ଭ କରିବାକୁ ଲାଗିଥିବାବେଳେ ଦେଶରେ ଆଜି ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବା ସହିତ ୭୦୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।