ଭୁବନେଶ୍ୱର,୧୭।୦୪(ଏସଏସନିଉଜ)ସମଗ୍ର ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ କାର୍ଯ୍ୟରତ ବିଦ୍ୟାଭାରତୀ ଉଚ୍ଚଶିକ୍ଷା ସଂସ୍ଥାନର ରାଜ୍ୟ ସାଧାରଣ ସଭା ଗତକାଲି ସ୍ଥାନୀୟ କ୍ଷେତ୍ରୀୟ ଶିକ୍ଷାସଂସ୍ଥାନ(ଆରଇଆଇ)ରେ ସଫଳତା ସହ ଅନୁଷ୍ଠିତ ହୋଇଯାଇଛି।ସଂସ୍ଥାନର ପ୍ରଦେଶସଚିବ ଡଃ ଦୀପକକୁମାର ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସାଧାରଣସଭାରେ ମୁଖ୍ୟଅତିଥିରୂପେ, ପ୍ରଫେସର ଶଶିରଞ୍ଜନ ଅକେଲା,ରାଜୀବଗାନ୍ଧୀ ବୈଷୟିକବିଶ୍ଵବିଦ୍ୟାଳୟ,ଭୋପାଳ,ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ,ବିଦ୍ୟାଭାରତୀ ଉଚ୍ଚଶିକ୍ଷା ସଂସ୍ଥାନ,ଯୋଗଦେଇଥିବା ବେଳେ,ବିଦ୍ୟାଭାରତୀର ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ଗୋବିନ୍ଦଚନ୍ଦ୍ରମହାନ୍ତି ମୂଖ୍ୟବକ୍ତାଭାବେ ଯୋଗ ଦେଇଥିଲେ।ରାଷ୍ଟ୍ରୀୟ ଶିକ୍ଷାନୀତି କ୍ରିୟାନ୍ଵୟନ ଓ ବିଭିନ୍ନ ଶୈକ୍ଷିକ ଆହ୍ବାନସମ୍ବନ୍ଧରେ ଆଲୋଚନା ହୋଇଥିଲା। ବିଶେଷ ଅତିଥି ରୂପେ ନୂତନଭାବେ ନିଯୁକ୍ତ ରେଭେନ୍ସା ବିଶ୍ଵବିଦ୍ୟାଳୟର କୁଳପତି ପ୍ରାଧ୍ୟାପକ ଅର୍କକୁମାରଦାସ ମହାପାତ୍ର,ଉତ୍କଳବିଶ୍ୱବିଦ୍ୟାଳୟର କୁଳପତି ପ୍ରାଧ୍ୟାପକ ଚଣ୍ଡୀପ୍ରସାଦନନ୍ଦ, ମଧୁସୂଦନ ଆଇନବିଶ୍ବବିଦ୍ୟାଳୟର କୁଳପତି ପ୍ରାଧ୍ୟାପକ ଶିବରାମ ତ୍ରିପାଠୀଙ୍କୁ ସଂସ୍ଥାନତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଆସନ୍ତା ତିନିବର୍ଷ ପାଇଁ ସଂସ୍ଥାନର ପ୍ରଦେଶ କାଯ୍ୟକାରିଣୀକୁ କ୍ଷେତ୍ରୀୟ ସଂଯୋଜକ ତଥା ରାଜା ମଧୁସୂଦନଦେବ ଡ଼ିଗ୍ରୀମହାବିଦ୍ୟାଳୟ ପଟିଆର ଅଧ୍ୟକ୍ଷ ଡ଼ଃ ପ୍ରଶାନ୍ତ କୁମାରରାଉତ ଘୋଷଣା କରିଥିଲେ।
ନୂତନ କାର୍ଯ୍ୟକାରିଣୀରେ ଗଙ୍ଗାଧରମେହେର ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଜ୍ଞାନରଞ୍ଜନ ସ୍ୱାଇଁ,ପ୍ରଦେଶସଭାପତି,ସରକାରୀ ବିଏଡ଼ ମହାବିଦ୍ୟାଳୟ,କଳିଙ୍ଗାର ଅଧ୍ୟକ୍ଷ ଡ଼ଃ ଦୀପକକୁମାର ମହାନ୍ତି ସମ୍ପାଦକ,ଡ଼ଃ ସୁବ୍ରତକୁମାର ପାଣିଗ୍ରାହୀ (ବ୍ରହ୍ମପୁର)ଡ଼ଃ ତନୟାମହାନ୍ତି (ଉତ୍କଳ ବିଶ୍ୱବିଦ୍ୟାଳୟ) ଓ ଡ଼ଃ ମନୋରଞ୍ଜନ ମିଶ୍ର (ଫକୀରମୋହନ ବିଶ୍ବବିଦ୍ୟାଳୟ) ରାଜ୍ୟ ଉପସଭାପତିଭାବେ ଓ ଡ଼ଃ ପ୍ରିୟଦର୍ଶୀନୀ ସାହୁ,ଅଧ୍ୟାପିକା ଅନିନ୍ଦିତାରାୟ,ଅଧ୍ୟାପକ ହିମାଂଶୁ ଶେଖରନାୟକ,ଅଧ୍ୟାପକ ମହେଶପ୍ରସାଦତ୍ରିପାଠୀ ଓ ଡ଼ଃ ସିଂହ ଶୁଭଲକ୍ଷ୍ମୀ ବାଇଧର ସହସମ୍ପାଦକ ରୂପେ ନିର୍ବାଚିତହୋଇଥିଲେ। ଅଧ୍ୟାପିକା ସୁଦୀକ୍ଷା ଲେଙ୍କା ଓ ଡ଼ଃ ବ୍ରଜସାହୁ କୋଷାଧ୍ୟକ୍ଷ ଓ ସହ-କୋଷାଧ୍ୟକ୍ଷ ଏବଂ କାର୍ଯ୍ୟାଳୟ ସମ୍ପାଦକ ଡ଼ଃ ସଞ୍ଜୟକୁମାରଜେନା ଓ ସହକାର୍ଯ୍ୟାଳୟ ସମ୍ପାଦକ ଡ଼ଃ ଦେବପ୍ରିୟାପରିଡ଼ା ମନୋନୀତ ହେବା ସହ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ଓ ଚୟନିତ ମହାବିଦ୍ୟାଳୟ ମାନଙ୍କରୁ ଏକୋଇଶ ଜଣ ପ୍ରଦେଶ କାର୍ଯ୍ୟକାରିଣୀ ସଦସ୍ୟ ମନୋନୀତ ହୋଇଥିଲେ। ଏହା ସହ ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନକୁଳପତି ପ୍ରାଧ୍ୟାପକ କ୍ଷିତଭୂଷଣ ଦାସଙ୍କ ଆବାହକତ୍ଵରେ ୧୦ଜଣ ବିଶିଷ୍ଟ ଶିକ୍ଷାବିତଙ୍କୁ ନେଇ ଏକ ଏକାଡେମୀକ୍ କାଉନସିଲ୍ ଗଠନ କରାଯାଇଥିଲା ବୋଲି ସଂସ୍ଥାନର ଜନସଂପର୍କଅଧିକାରୀ ଅଧ୍ୟାପକ ହିମାଂଶୁଶେଖରନାୟକ ପ୍ରକାଶ କରିଛନ୍ତି।