ହାଇୱା ଧକ୍କାରେ ଲୁନା ଚାଳକର ଭାଙ୍ଗିଲା ଗୋଡ଼

କଟକ, ୨୦।୪(ଏସଏସନିଉଜ) ସିଆଇଏସଏଫ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ହାଇୱା ଧକ୍କାରେ ଲୁନା ଚାଳକ ଗୁରୁତର ଆହତ ହୋଇଛନ୍ତି।ଆହତଙ୍କ ଗୋଡ଼ରେ ଗାଡି ଚଢ଼ିଯାଇଥିବାରୁ ତାଙ୍କୁ ଚିକିତ୍ସା ପାଇଁ
ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପ୍ରକାଶଯେ, ସୋମବାର ଅପରାହ୍ନ ସାଢେ ୧ ସମୟରେ ଓଡି ୦୫ ୟୁ ୧୯୫୯ ନମ୍ୱର ଲୁନା ଯୋଗେ ଜଣେ ବ୍ୟକ୍ତି ଗୋଡିସାହି ବଜାରରୁ ଗୋବିନ୍ଦପୁର ଅଭିମୁଖେ ଆସୁଥିଲା।ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏମ୍ଏଚ୍ ୨୮ଏବି ୮୫୦୪ ନମ୍ୱର ହାଇୱାଟି ମୁହାଁ ମୁହିଁ ଧକ୍କା ଦେଇଥିଲା। ଫଳରେ ଲୁନା ଚାଲକ ଗାଡିରୁ ଛିଟିକି ପଡିବାରୁ ତାଙ୍କ ଡାହାଣ ଗୋଡ଼ ଉପରେ ହାଇୱା ଚଢିଯାଇଥିଲା।ଖବର ପାଇ ଗୋଡିସାହି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଚି ଗୁରୁତର ଅବସ୍ଥାରେ ଥିବା ଲୁନା ଚାଳକଙ୍କୁ ଉଧାର କରି ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଛି।ଅନ୍ୟପଟେ ଦୁର୍ଘଟଣା ଗ୍ରସ୍ତ ଗାଡି ଦୁଇଟିକୁ
ପୋଲିସ ଜବତ କରିଛି।

Comments (0)
Add Comment