ଚନ୍ଦ୍ରଶେଖରପୁର,୧୮।୦୪( ଏସଏସନିଉଜ)ସ୍ଥାନୀୟ ପଟିଆ କାନନ ବିହାର-୨ ସ୍ଥିତ ଶ୍ରୀଜୟଦେବ ଇଣ୍ଟରନ୍ୟାସନାଲ ସ୍କୁଲର ନବମ ବାର୍ଷିକୋତ୍ସବ ଶୁକ୍ରବାର ରାତିରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସଭାନେତ୍ରୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ଯଅତିଥି ଭାବେ ବିଜେପିନେତା ଗୋଲକ ପ୍ରସାଦ ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଓ ସହପାଠ୍ୟ ପ୍ରତିଯୋଗିତାରେ ହାସଲକରିଥିବା କୃତିତ୍ବକୁ ଭୁୟସୀ ପ୍ରଶଂସା କରିଥିଲେ। ମୁଖ୍ଯବକ୍ତା ଭାବେ ଦଧିଚି ପବ୍ଲିକ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନି ପଟ୍ଟନାୟକ,ରାଜ୍ୟ ରେଡକ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁ ଓ ଜୟପ୍ରକାଶ ମିଶ୍ର ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ ଓ ଅଧ୍ୟବସାୟ ଜାରି ରଖିବା ପାଇଁ ପ୍ରେରଣା ଦେଇଥିଲେ। ସ୍କୁଲର ଅଧ୍ୟକ୍ଷା ମନପାଲି ଭାଣୀ ବାର୍ଷିକ ବିବରଣୀ ପାଠ କରିଥିଲେ। ସ୍କୁଲର ସଂପାଦକ ପ୍ରଦୀପ କୁମାର ପାଣି ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ବିକାଶ ଦିଗରେ ଅଭିଭାବକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶିକ୍ଷକ କେବଳ ଶିଶୁକୁ ଶିକ୍ଷା ଦେଇ ନଥାଏ,ଶିଶୁକୁ ଜଣେ ବଳିଷ୍ଠ ନାଗରିକ ଗଢିବାରେ ମୁଖ୍ଯ ଭୂମିକା ଗ୍ରହଣକରିଥାଏ ବୋଲି ମତବ୍ୟକ୍ତ କରିଥିଲେ।ପରେ ପିଲାମାନଙ୍କ ଦ୍ଵାରା ଆୟୋଜିତ ସାଂସ୍କୃତିକକାର୍ଯ୍ୟକ୍ରମ ବେଶ୍ ମନଲୋଭା ହୋଇଥିଲା।ସହକାରୀ ଶିକ୍ଷକ ସତ୍ୟପ୍ରକାଶ ମିଶ୍ର ଧନ୍ୟବାଦ୍ ଦେଇଥିଲେ।