Browsing author

SATYA SANDHANA DESK

ଆଜିର ରାଶିଫଳ

ଡିସେମ୍ବରମାସ ୨୩ ତାରିଖ ୨୦୨୩ ମସିହା (ଶନିବାର) ମାର୍ଗଶିରମାସ-ଶୁକ୍ଳପକ୍ଷ,ତିଥି- ଏକାଦଶୀ ଦିବା ଘ ୦୭/୧୫ ପର୍ଯ୍ୟନ୍ତ  ତଦନ୍ତେ ଦ୍ୱାଦଶୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୧/୫୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୦/୨୯,ଯୋଗିନୀ ଅଗ୍ନିକୋଣେ ଦିବା ଘ୦୭/୧୪  ଗତେ ନୈରୁତେ,ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିଛା ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟାରାଶି ର ଘାତବାର,କାଳବେଳା -ଦିବା  ଘ୦୭/୪୪ ମଧ୍ୟେ ଓ ଦିବା ଘ୦୩/୫୦ ଗତେ ଘ୦୫/୧୧ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୮/୦୦ ଗତେ ଘ ୧୦/୨୨ ମଧ୍ୟେ ଓ ଘ୦୨/୨୯ ଗତେ ଘ ୦୩/୫୯ […]

ଆଜିର ରାଶିଫଳ

୨୦୨୩ମସିହା ଡିସେମ୍ବରମାସ ୨୨ତାରିଖ ଶୁକ୍ରବାର। ସୁର୍ଯ୍ୟୋଦୟ- ଘ୬/୨୧/୨ ,ସୂର୍ଯ୍ୟାସ୍ତ- ଘ୫/୯/୧୪ ,ମାର୍ଗଶିରମାସ ,ଶୁକ୍ଳପକ୍ଷ ,ଭୃଗୁବାସ ,ତିଥି- ଦଶମୀ ଦିବାଘ୮/୩୦ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ, ଦିବା ଘ୮/୩୦ମି ପରେ ଆଗ୍ନେୟ କୋଣରେ। ବିଷ୍ଟିକରଣ ଦୋଷ ହେତୁ ସୂର୍ଯ୍ୟୋଦୟରୁ ଯାତ୍ରାଶୁଭ। ଉତ୍ତରଦିଗ, ବାୟୁକୋଣ ଓ ପଶ୍ଚିମଦିଗକୁ ତ୍ୟାଗକରି, ଦିବା ଘ୮/୩୦ମି ପରେ ରାତ୍ରି ଘ୭/୫୨ମିମଧ୍ୟେ ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗ କରି ଯାତ୍ରା କରାଯିବ।ଘାତଚନ୍ଦ୍ର– ମେଷ ରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ […]

ଧରାପଡ଼ିଲେ ଏଟିଏମ୍‌ ଲୁଟେରାଗ୍ୟାଙ୍ଗ

ବଲାଙ୍ଗିର,୨୧।୧୨(ଏସଏସନିଉଜ)ଆନ୍ତଃରାଜ୍ୟ ଏଟିଏମ୍‌ ଲୁଟେରା ଗ୍ୟାଙ୍ଗକୁ ଧରିଲା ପୋଲିସ।୬ ଜଣିଆ ରାଜସ୍ଥାନୀ ଗ୍ୟାଙ୍ଗ ଗିରଫ ହେବାସହ ସେମାନଙ୍କଠାରୁ ୬ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି।ଏମାନେ ଓଡ଼ିଶା, ତେଲେଙ୍ଗାନା, ଛତିଶଗଡ଼, ମଧ୍ୟପ୍ରଦେଶରେ ସକ୍ରିୟ ଥିଲେ।ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟ୍‌ କରୁଥିଲା ଗ୍ୟାଙ୍ଗ।

ଫୁଲବାଣୀରେ ମାତିଛି ପାଗଳକୁକୁର

ଫୁଲବାଣୀ,୨୧।୧୨(ଏସଏସ ନିଉଜ)ଫୁଲବାଣୀରେ ପାଗଳ କୁକୁର କାମୁଡ଼ାରେ ୨୦ରୁ ଅଧିକ ଆହତ ହୋଇଛନ୍ତି।ସହରର ବିଭିନ୍ନ ସାହିରେ ଗୋଡ଼ାଇ କାମୁଡ଼ିଛି ପାଗଳ କୁକୁର।କୁକୁର କାମୁଡ଼ାରେ ଆହତ ହୋଇ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ପାଗଳ କୁକୁରକୁ ନେଇ ଏବେ ସେହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ରାତିରେ ଗାଡିଚାଳକଙ୍କୁ ମିଳିବ ମାଗଣା ଚା

ଭୁବନେଶ୍ୱର,୨୧।୧୨(ଏସଏସନିଉଜ)NH କଡ଼ରେ ଥିବା ଢ଼ାବା, ହୋଟେଲରୁ ମିଳିବ ଚା।ରାତିରେ ଭାରିଯାନ ଚଳାଉଥିବା ଡ୍ରାଇଭରଙ୍କୁ ମିଳିବ ଚା’। ଦୁର୍ଘଟଣା ହ୍ରାସ ପାଇଁ ରାତିରେ ଓ ସକାଳେ ମିଳିବ ଚା’। RTOଙ୍କ ସହ ଆଲୋଚନା କରି ଢ଼ାବା ଚିହ୍ନଟ କରିବେ ଜିଲ୍ଲାପାଳ।ରାତିରେ ଯାଉଥିବା ଗାଡ଼ିକୁ ଅଟକାଇ ଏହାର ଚାଳକଙ୍କୁ ମାଗଣାରେ ଚା’ ଦିଆଯିବାକୁ ନିଷ୍ପତି ହେଉଥିବାର ଜଣାପଡିଛି।

ଭିଜିଲାନ୍ସ ପଞ୍ଝାରେ ମୁଖ୍ୟ ଯୋଗାଣଅଧିକାରୀ

ଭୁବନେଶ୍ୱର,୨୧।୧୨(ଏସଏସ ନିଉଜ)ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସଚଢ଼ାଉ କରିଛି । ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ସରକାରୀ ବାସଭବନ, ଘର ସମେତ ୮ଟି ସ୍ଥାନରେ ଚଢ଼ାଉ ଚାଲିଛି । ଭୁବନେଶ୍ୱର ଓ ଗଂଜାମରେ ଏକକାଳୀନ ଚଢ଼ାଉ ଜାରି ରହିଛି । ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଚଢ଼ାଉ କରୁଛି ଭିଜିଲାନ୍ସ । ଭୁବନେଶ୍ୱରର ପାଣ୍ଡରା, ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗରରେ ଥିବା ଘର ଓ ବ୍ରହ୍ମପୁରର ପୈତୃକ […]

ଆଜିର ରାଶିଫଳ

୨୦୨୩ମସିହା ଡିସେମ୍ବରମାସ ୨୧ତାରିଖ ଗୁରୁବାର।ବୁଧାଷ୍ଟମୀସ୍ନାନ,ଗୁରୁବାରମାଣବସା(୪ର୍ଥପାଳି)।ସୁର୍ଯ୍ୟୋଦୟ- ଘ୬/୨୦/୩୦ ,ସୂର୍ଯ୍ୟାସ୍ତ- ଘ୫/୮/୪୬ ,ମାର୍ଗଶିରମାସ ,ଶୁକ୍ଳପକ୍ଷ ,ବୃହସ୍ପତିବାସ ,ତିଥି- ନବମୀ ଦିବା ଘ୯/୫୯ମିପର୍ଯ୍ୟନ୍ତ ତଦନ୍ତେ ଦଶମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ, ଦିବା ଘ୯/୫୯ମିପରେ ଉତ୍ତରଦିଗରେ।ରିକ୍ତାତିଥିଦୋଷ ହେତୁ ଦିବାଘ୯/୫୯ମିପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରାଶୁଭ। ଉତ୍ତରଦିଗ, ବାୟୁକୋଣ ଓ ପଶ୍ଚିମଦିଗକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର-ଧନୁରାଶିର ଏବଂ ରାତ୍ରି ଘ୧୧/୪ମିପରେ ମେଷ ରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ଲାଉ ଦିବା ଘ୯/୫୯ମିପରେ କଳମଶାଗଭକ୍ଷଣ ନିଷେଧ।ଅଶୁଭବେଳା-କାଳ ଓ ବାରବେଳା ଦିବା ଘ୨/୨୮ମିରୁ […]

ପୁଣି କଡ଼ଲେଉଟିଲାଣି କରୋନା

ଭୁବନେଶ୍ୱର,୨୦।୧୨(ଏସଏସନିଉଜ)ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି ‘କୋଭିଡ୍’ ସମୀକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ।ଆଜି କୋଭିଡ୍ ସ୍ଥିତିର ସମୀକ୍ଷା କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। ଉଚ୍ଚସ୍ତରୀୟ ବୈଠକ ଡାକିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ।ଭିଡିଓ କନଫରେନ୍ସିଂ ଜରିଆରେ କରିବେ ସ୍ଥତିର ସମୀକ୍ଷା।ବୈଠକରେ ଯୋଗଦେବେ ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଓ ସଚିବ। କେରଳରେ କୋଭିଡ୍ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପରେ ସମୀକ୍ଷା ବୈଠକ ଆରମ୍ଭ ହେବାକୁ ଯାଉଛି।

ନିର୍ବାଚନ ଲଢ଼ି ପାରିବେନି ଟ୍ରମ୍ପ

ଭୁବନେଶ୍ୱର,୨୦।୧୨(ଏସଏସ ନିଉଜ)ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟ୍‌କା।ରାଷ୍ଟ୍ରପତି ପଦ ପାଇଁ ଡୋନାଲ୍ଡ ଟ୍ରମ୍ପ ଅଯୋଗ୍ୟ ଘୋଷିତ ହୋଇଛନ୍ତି।କ୍ୟାପିଟାଲ୍ ହିଂସା ମାମଲାରେ ଟ୍ରମ୍ପଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି।ଅଯୋଗ୍ୟ ଘୋଷଣା କଲେ କୋଲୋରାଡୋ କୋର୍ଟ।ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନଧାରା ୩ ଅନୁସାରେ କୋର୍ଟଙ୍କ ରାୟ ହୋଇଛି।ତେବେ , ରାୟକୁ ଉପର କୋର୍ଟରେ ଚାଲେଞ୍ଜ କରିପାରିବେ ଟ୍ରମ୍ପ ।

ଭେଣ୍ଡିଂ ଜୋନ୍‌ରେ ଅଗ୍ନିକାଣ୍ଡ

ଭୁବନେଶ୍ବର,୨୦।୧୨(ଏସଏସନିଉଜ)କଳିଙ୍ଗ ଷ୍ଟାଡିୟମ୍‌ ନିକଟ ଭେଣ୍ଡିଂ ଜୋନ୍‌ରେ ଅଗ୍ନିକାଣ୍ଡ ହୋଇଛି।ଷ୍ଟାଡିୟମ୍‌ର ମୁଖ୍ୟ ଫାଟକ ସାମ୍ନା ଭେଣ୍ଡିଂ ଜୋନ୍‌ରେ ଅଗ୍ନିକାଣ୍ଡ ଘଟି ଭେଣ୍ଡିଂ ଜୋନ୍‌ର ୧୧ ଦୋକାନ ଜଳିଯାଇଛି।ସର୍ଟସର୍କିଟରୁ ଅଗ୍ନିକାଣ୍ତ ଘଟିଥିବାର କୁହାଯାଉଥିବା ବେଳେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଦ୍ବାରା ନିଆଁକୁ ଆୟତ୍ତ କରିଛି।