ପୋଖରୀରେ ବୁଡ଼ି ୨ଭଉଣୀ ମୃତ
ସାଲେପୁର,୨୫।୧୨(ଏସଏସ ନିଉଜ)ପୋଖରୀରେ ବୁଡ଼ି ୨ ନାବାଳିକା ଭଉଣୀ ମୃତୁବରଣ କରିଛନ୍ତି।ନିଶ୍ଚିନ୍ତକୋଇଲି ଥାନା ବନମାଳିପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ଜଣଙ୍କ ବୟସ ୫ ବର୍ଷ ଓ ଅନ୍ୟ ଜଣେ ୭ ବର୍ଷର ସୂଚନା ମିଳିଛି। ପୋଖରୀ କୂଳରେ ଖେଳୁଥିବା ବେଳେ ୨ ଭଉଣୀ ବୁଡ଼ିଯାଇଥିଲେ ।
Browsing author
ସାଲେପୁର,୨୫।୧୨(ଏସଏସ ନିଉଜ)ପୋଖରୀରେ ବୁଡ଼ି ୨ ନାବାଳିକା ଭଉଣୀ ମୃତୁବରଣ କରିଛନ୍ତି।ନିଶ୍ଚିନ୍ତକୋଇଲି ଥାନା ବନମାଳିପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ଜଣଙ୍କ ବୟସ ୫ ବର୍ଷ ଓ ଅନ୍ୟ ଜଣେ ୭ ବର୍ଷର ସୂଚନା ମିଳିଛି। ପୋଖରୀ କୂଳରେ ଖେଳୁଥିବା ବେଳେ ୨ ଭଉଣୀ ବୁଡ଼ିଯାଇଥିଲେ ।
ଲାଞ୍ଜିଗଡ,୨୫।୧୨(ଏସଏସ ନିଉଜ)ସ୍କୁଲ ଛୁଟି ହେବା ପରେ ନିଜ ଘରକୁ ଫେରିବା ପାଇଁ ବସକୁ ଅପେକ୍ଷା କରିଥିବା ବେଳେ ଜଣେ ଶିକ୍ଷୟତ୍ରୀଙ୍କୁ ଅପହରଣ କରିନେଇଥିବାର ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ ହୋଇଛି।ଅପହୃତ ଶିକ୍ଷୟତ୍ରୀ ହେଉଛନ୍ତି ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତ କିଡି଼ଙ୍ଗ ପ୍ରାଥମିକ ସ୍କୁଲରେ ଭବାନୀପାଟଣା ସହରର ଲୀଳାବତୀ ନାଗ ।ଗତକାଲି ସେ ସ୍କୁଲ ଛୁଟି ହେବା ପରେ ନିଜ ଘରକୁ ଫେରିବା ଓ ବସ୍ ଧରିବା ପାଇଁ ପାଦରେ ଚାଲିଚାଲି କିଡିଙ୍ଗ ଛକକୁ ଯାଉଥିବା ବେଳେ ସେଇ […]
ସୋର,୨୫ା୧୨(ଏସଏସନିଉଜ)ଦୁଇଟିସନ୍ତନର ଜନନୀ ଜଣେ ଘରୋଇ ଫାଇନାନ୍ସ କର୍ମଚାରୀଙ୍କ ସହିତ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି।ଏହିଭଳି ଘଟଣା ସୋରବ୍ଲକ୍ ଅନନ୍ତପୁର ପଞ୍ଚାୟତ ପୁରୁଷୋତ୍ତମ ଗ୍ରାମରେ ଘଟିଛି । ଉମାକାନ୍ତ ମଳିକଙ୍କ ପତ୍ନୀ ରଶ୍ମିତା ମଳିକ ରାଧାକୃଷ୍ଣ ନାମକ ସ୍ୱୟଂସହାୟକଗୋଷ୍ଠିର ସଭାପତିଥିବାବେଳେ କିଛି ଘରୋଇ ଋଣ ପ୍ରଦାନକାରୀ ସଂସ୍ଥାରେମଧ୍ୟ କାମ କରନ୍ତି। ଏହାସହ ବିଭିନ୍ନ ସମୟରେ ସ୍ଥାନୀୟ ଅଞ୍ଚଳର ମହିଳାଙ୍କଠାରୁ ଋଣ ଆଣି ସୁଧ ସହ ପରିଶୋଧ କରୁଥିଲେ।ଏହାରିଭିତରେ ସେ ୩୫ ଲକ୍ଷ ଟଙ୍କା ଋଣ ଆଣିଥିବାବେଳେ ୨୧ ତାରିଖ ଦିନ […]
କମର୍ଦ୍ଦା, ୨୫ା୧୨(ଏସଏସନିଉଜ) ଖରିଦପିପଳ ପଞ୍ଚାୟତ ଅନ୍ତର୍ଗତ ନଥିପୁର ଗ୍ରାମର ସ୍ୱର୍ଗତ ନନ୍ଦଲାଲ ଜେନାଙ୍କ ପୁଅ ସଞ୍ଜୟ କୁମାର ଜେନା (୪୦) କମର୍ଦ୍ଦା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରିନେଇଥିବାନେଇ କମର୍ଦ୍ଦା ଥାନାରେ ଅଭିଯୋଗ ହୋଇଥିଲା ।ପୋଲିସ ଚଢଉ କରି ନାବାଳିକାକୁ ଉଦ୍ଧାର କରିଥିଲେ ।ସେହିଭଳିଭାବେ ଛୋଟଖାନପୁର ଗ୍ରାମର ଖଗେନ୍ଦ୍ର ନନ୍ଦୀଙ୍କ ପୁଅ ଅରବିନ୍ଦ ନନ୍ଦୀ (୩୦) କମର୍ଦ୍ଦାଥାନା ଅଧୀନ ନାଚିନ୍ଦା ପଞ୍ଚାୟତ ଅନ୍ତର୍ଗତ ଏକ ଗ୍ରାମର ଜଣେ ନାବାଳିକାଙ୍କୁ ଅପହରଣ କରିନେଇଥିବାବେଳେ ପୋଲିସ ନାବାଳିକାକୁ ଉଦ୍ଧାର କରିଛି […]
କଣ୍ଟାମାଳ, ୨୫ା୧୨(ଏସଏସନିଉଜ) କୁରୁକୁପା ଛକ ନିକଟରେ ପୁଲିସ ଚଢ଼ଉ କରି ବାଇକ୍ ସହ ୧୦ କେଜି ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତ ତରଭାଥାନା ଅଂଚଳର ଲମ୍ବୋଦର ବାରିକଙ୍କୁ ଗିରଫ କରିଛି।ସେହିପରି ମନମୁଣ୍ଡା ପୁଲିସ ୯ କେଜି ଗଞ୍ଜେଇ ସହିତ ୨ଟି ବାଇକ ଜବତ କରି ୩ ଜଣଙ୍କୁ ଗିରଫ କରିଛି।
କାମାକ୍ଷାନଗର, ୨୫ା୧୨(ଏସଏସନିଉଜ) ଆଜି ଭୋର ସମୟରେ ଢେଙ୍କାନାଳ ବନଖଣ୍ଡ ମହାବୀର ରୋଡ ରେଞ୍ଜ ଅନ୍ତର୍ଗତ ଡିହଡୋଳ ଫରେଷ୍ଟ ସେକ୍ସନ କଲଦା ଗ୍ରାମରେ ଏକ ଗୋଠଛଡ଼ା ହାତୀ ଆକ୍ରମଣରେ ରମେଶ ଚନ୍ଦ୍ର ସାହୁ ନାମକ ଚାଷୀଙ୍କ ମୃତ୍ୟୁ ହୋଇଛି। ସେ ନିଜ ବାଇକରେ ପୋଖରୀକୁ ମାଛ ଦାନା ନେଇ ଯାଉଥିବା ବେଳେ, କଲଦା ଆମ୍ବପଳାସ ଟାସିରି ରାସ୍ତାରେ ଏକ ଗୋଠଛଡ଼ା ଦନ୍ତା ହାତୀ ସାମ୍ନା ପଟୁ ଆସି ଶୁଣ୍ଢରେ ଟେକି କଚାଡି ଦେବା ସହ ଛାତିରେ ମଡ଼ା ପକାଇ […]
ସମ୍ବଲପୁର, ୨୫ା୧୨(ଏସଏସନିଉଜ)ଜଣେ ୧୪ ବର୍ଷର ନାବାଳିକା ମାମୁଁଘରକୁ ଯାଉଥିବାବେଳେ ବାଟରୁ ପ୍ରଲୋଭନ ଦେଖାଇ ଅପହରଣ କରି ୨ଦିନରଖିବାପରେ ଗାଁରେ ନେଇ ଛାଡିଥିଲେ ୪ଜଣ ଯୁବକ ।ପରିବାରଲୋକ ଦୁଷ୍କର୍ମର ଶିକାର ନାବାଳିକା ଜଣକ ହୋଇଥିବା ଜାଣିବାପରେ ଡିସେମ୍ବର ୨୨ତାରିଖରେ ମହୁଲପାଲିଥାନାରେ ଅଭିଯୋଗ କରିଥିଲେ।ପୋଲିସ ଏକ ମକଦ୍ଦମା ରୁଜୁକରି ତଦନ୍ତ କରିବାସହ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଅଇଁଲାପସିର ରାଜିନ୍ଦ୍ର ଭତ୍ରା, ବିକ୍ରମ ପଟେଲ୍, ଖୁଟମୁଣ୍ଡାର ଆକାଶ ମୁଣ୍ଡା ଓ ଦୀପକ ମରେଇଙ୍କୁ ଗିରଫକରି ଶନିବାର କୋର୍ଟଚାଲାଣ କରିଛି।
କେନ୍ଦ୍ରାପଡ଼ା, ୨୫ା୧୨(ଏସଏସନିଉଜ)କେନ୍ଦ୍ରାପଡ଼ା ସଦରଥାନା ଅନ୍ତର୍ଗତ ଗଣ୍ଡାକିଆ ଲୋକନାଥପୁର ଛକରେ ଶ୍ରୀମନ୍ଦିରନାମକ ଗତକାଲି ବିଳମ୍ବିତ ରାତିରେ ଏକ ପିକନିକ ବସ ଓଲଟିବା ଫଳରେ ଡ୍ରାଇଭର୍ ଓ ହେଲପର୍ ଗୁରୁତର ହୋଇଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ୍ ଅରଡ଼ପଲ୍ଲୀ ଗାଁରୁ ଶନିବାରଦିନ ଶ୍ରୀମନ୍ଦିର ନାମକ ବସଟି ଲୋକମାନଙ୍କୁ ନେଇ ପୁରୀବୁଲାଇ ବିଳମ୍ବିତ ରାତିରେ ଅରଡ଼ପଲ୍ଲୀରେ ଯାତ୍ରୀଙ୍କୁ ଛାଡ଼ି ଫେରିବା ବେଳେ ଏହି ଦୁର୍ଘଟଣାଘଟିଥିଲା । ଲୋକନାଥପୁର ଛକରେ ଥିବା କେନାଲ ପାଖରେ ଓଲଟିପଡିଥିଲା।ଫଳରେ ଚାଳକ ଓ ହେଲପର ଗୁରୁତର ଆହତ ହୋଇଥିବାବେଳେ […]
ରାଉରକେଲା, ୨୫ା୧୨(ଏସଏସନିଉଜ) ବୁଧବାର ଶିଶୁଭବନ ଛକ ହୋର୍ଡିଂ ହୋର୍ଡିଂ ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ ଧମକ ଦେଇ ଚର୍ଚ୍ଚାରେ ରହିଥିବା ରାଉରକେଲାର ମୁକ୍ତିକାନ୍ତ ବିଶ୍ବାଳ ଘରେ ପହଁଚିଛନ୍ତି । ତାଙ୍କୁ ଗତକାଲି କ୍ୟାପିଟାଲ ହସ୍ପିଟାଲରୁ ଭୁବନେଶ୍ବର ଷ୍ଟେସନପର୍ଯ୍ୟନ୍ତ କଡ଼ା ସୁରକ୍ଷା ମଧ୍ୟରେ ପୁଲିସ ଭ୍ୟାନରେ ବସାଇ ନିଆଯାଇଥିଲା। ଷ୍ଟେସନରେ ପହଞ୍ଚିବା ପରେ ରାଜା-ରାଣୀ ଏକ୍ସପ୍ରେସରେ ଅପେକ୍ଷାରେ ଥିବା ତାଙ୍କ ପୀଉସୀ ପୁଅ ଶୁଭମକୁ ମୁକ୍ତିକାନ୍ତଙ୍କ ଜିମା ଦିଆଯାଇଥିଲା। କ୍ୟାପିଟାଲ ଥାନାର ଦୁଇ ଜଣ ପୁଲିସ କନଷ୍ଟେବଲ୍ ମୁକ୍ତିକାନ୍ତଙ୍କୁ […]
ବାରଙ୍ଗ,୨୪/୧୨(ଏସଏସ ନିଉଜ) ଭୁବନେଶ୍ବର ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ଖୈରାପଡା ଗ୍ରାମରେ ଏକାଧିକ ରାସ୍ତା ନିର୍ମାଣ ପାଇଁ ଶନିବାର ସଂନ୍ଧ୍ୟାରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ମୁରବୀ ଅନ୍ତର୍ଯ୍ୟାମି କୁଅଁର,ପୂର୍ବତନ ପ୍ରଶାସନ ବସନ୍ତ ରଥ,ନୃସିଂହ ଖାଡେଙ୍ଗାଙ୍କ ସମେତ ଲୋକ ପ୍ରତିନିଧିମାନେ ଉପସ୍ଥିତ ଥିଲେ।୧୭ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଭୁବନେଶ୍ବର ଗ୍ରାମ୍ୟଉନ୍ନୟନ ବିଭାଗ ଦ୍ବାରା ଖୈରାପଡା ବ୍ରାହ୍ମଣ ସାହି ଗାଁରେ ୩୪୮ମିଟର […]