Browsing author

SATYA SANDHANA DESK

ଆଜି ବସିବ ଶାନ୍ତକମିଟି

ବାଲେଶ୍ୱର, ୮/୮(ଏସଏସନିଉଜ) ଦରଘା ମଇଦାନରେ ଆଖଡ଼ାକୁ କେନ୍ଦ୍ର କରି ୨ ଗୋଷ୍ଠୀ ଗଣ୍ଡଗୋଳ ଘଟଣାରେ ଅଟକାଇବାକୁ ଯାଇ ଟାଉନ୍ ଥାନା ଆଇଆଇସି ଆହତ ହୋଇଥିଲେ ।ଏହି ଘଟଣାରେ ପୋଲିସ ଉଭୟ ଗୋଷ୍ଠୀର ଜଣେ ଲେଖାଏଁ ଗିରଫ କରିଛି ।ଗ୍ରାମରେ ଏବେବି ଉତେଜନା ରହିଥିବାରୁ ଶାନ୍ତି କମିଟି ବୈଠକରେ ଆଜି ଶାନ୍ତି ଫେରାଇଆଣିବାର ପ୍ରୟାସ କରାଯିବ ବୋଲି ଜଣାପଡିଛି ।

ପ୍ରକାଶ ପାଇଲା ଜେଇଇ ମେନ୍

ଭୁବନେଶ୍ୱର,୮/୮(ଏସଏସନିଉଜ) ପ୍ରକାଶ ପାଇଲା ଜେଇଇ ମେନ୍-୨ର ରେଜଲ୍ଟ, ।ଏହା jeemain.nta.nic.in ଓ ntaresults.nic.in ରେ ରେଜଲ୍ଟ ଉପଲବ୍ଧ ହେଉଛି । ଜୁଲାଇ ୨୫ରୁ ୩୦ ମଧ୍ୟରେ ୨ଟି ସିପ୍ଟରେ କରାଯାଇଥିଲା ପରୀକ୍ଷା ।  

୧୨ରେ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ

ଭୁବନେଶ୍ୱର,୮/୮(ଏସଏସନିଉଜ) ଆସନ୍ତା ୧୨ରେ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, କରି ସେଠାରେ ୨ଟି ବୃହତ ଜଳସେଚନପ୍ରକଳ୍ପ ଲୋକାର୍ପିତ କରିବେ ।ରାସଗୋବିନ୍ଦପୁରଠାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପକୁ ଲୋକାର୍ପିତ କାର୍ଯ୍ୟକ୍ରମ ରହିଥିବା ବେଳେ କରିଆଠାରେ ଦେଓ ଜଳସେଚନ ପ୍ରକଳ୍ପକୁ ଲୋକର୍ପିତ କରିବେ ।ପ୍ରଥମେ ରାସଗୋବିନ୍ଦପୁରର ଟିକପଡାଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ପରେ କରିଆ ହାତିବାଡିଠାରେ ଦେଓ ପ୍ରକଳ୍ପକୁ ଲୋକାର୍ପିତ କରିବେ । ପ୍ରାୟ ୩ ବର୍ଷ ପରେ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରୁଥିବାରୁ ଦଳୀୟ କର୍ମୀ […]

ଆଉ ଜଣଙ୍କ ମୃତଦେହ ମିଳିଲା

ଭୁବନେଶ୍ୱର,୮/୮(ଏସଏସନିଉଜ) ହୀରାକୁଦ ଡ୍ୟାମ୍‌ରେ ନିଖୋଜ ଥିବା ଆଉ ଜଣଙ୍କ ମୃତଦେହ ଆଜି ମିଳିଛି । ନିଖୋଜ ଥିବା ମହେଶ ଛିଟୁରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳେ ଅଭିଷେକ କୁମାରଙ୍କ ମୃତଦେହ ମିଳିଥିଲା । ନିଖୋଜ ୨ ଗଉଖ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କଲା ଓଡ୍ରାଫ ଟିମ୍ ।କାଲି ଝାଙ୍କରାଣୀ ମନ୍ଦିର ନିକଟରେ ଗାଧୋଇଲା ବେଳେ ଏମାନେ ବୁଡ଼ି ଯାଇଥିଲେ ।

ଗୋଟିଏ ମଞ୍ଚରେ ନବୀନ ଓ ଶାହ

କଟକ,୮/୮(ଏସଏସନିଉଜ) କଟକଇଣ୍ଡୋର ଷ୍ଟାଡିୟମରେ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ଦୈନିକ ସମ୍ବାଦପତ୍ର ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଉତ୍ସବ ପ୍ରଜାତନ୍ତ୍ରର ଅମୃତ ଉତ୍ସବ’ କାର‌୍ୟ୍ୟକ୍ରମରେ ଉଭୟ ଯୋଗଦେଇଛନ୍ତି । ଏହା ସହ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାହିତ୍ୟିକା ପ୍ରତିଭା ରାୟ ବି ସାମିଲ ହୋଇଛନ୍ତି ।

ଆଜିର ରାଶିଫଳ

ପୁତ୍ରଦା ଏକାଦଶ.୨୦୨୨ ମସିହା ଅଗଷ୍ଟ ମାସ ୮ ତାରିଖ (ସୋମବାର) ଶ୍ରାବଣମାସ –ଶୁକ୍ଳପକ୍ଷ ,ତିଥି-ଏକାଦଶୀ ରାତ୍ରି ଘ୬/୫୨ ର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୨୮/୩୬ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୩୨ ,ମିଥୁନ ରାଶିର ଘାତବାର ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଶିମ୍ବ ରାତ୍ରି ଘ୬/୫୨ ଗତେ ପୁତିକା(ପୋଇ) ଭକ୍ଷଣ ନିଷେଧ । ମେଷ- ଆଜି ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ । ପିଲା ମାନେ ଆଜି ଆପଣଙ୍କ ଘରୋଇ […]

ଖୋର୍ଦ୍ଧାଜିଲ୍ଲା କମ୍ୟୁନିଷ୍ଟପାର୍ଟିି ୨ଦିନିଆ ସମ୍ମିଳନୀ ଉଦ୍‌ଯାପିତ

ବାରଙ୍ଗ,୭/୮(ଏସଏସନିଉଜ) ଭାରତୀୟ କମ୍ୟୁନିଷ୍ଟପାର୍ଟିର ନବମ ଖୋର୍ଦ୍ଧାଜିଲ୍ଲାର ଦୁଇଦିିନିଆ ସମ୍ମୀଳନୀ ରବିବାରଦିନ ଉଦଯାପିତ ହୋଇଯାଇଛି ।ଶନିବାରଦିନ ଏହାକୁ କେନ୍ଦ୍ରିୟସଦସ୍ୟ ରାମକୃଷ୍ନପଣ୍ଡା ଆନୁଷ୍ଠାନିକଭାବେ ଉଦଯାଟନ କରିଥିଲେ । ନୁଆବନ୍ତସ୍ଥିତ ରାମକୃଷ୍ନପତିଙ୍କ ସ୍ମୃତିପୀଠ ଠାରେ ଅନୁଷ୍ଠିତ ଏହି ସମ୍ମିଳନୀରେ କେନ୍ଦ୍ରିୟସଦସ୍ୟ ରାମକୃଷ୍ନପଣ୍ଡା ମୁଖ୍ୟଅତିଥିଭାବେ ଯୋଗଦେଇ କମ୍ରେଡ ବନମାଳିଜେନାଙ୍କ ପ୍ରତିିମୁର୍ତୀକୁ ଉନ୍ମୋଚନ କରିଥିଲେ ।ପ୍ରାରମ୍ଭରେ ସବୁଠାରୁ ବୟସ୍କ ସଭ୍ୟ ଚିତରଞନସ୍ୱାଇଁ ପତାକା ଉତୋଳନ କରିଥିଲେ । ରାଜ୍ୟ ସରକାର ନିଜ ଦଳର ସ୍ୱାର୍ଥପାଇଁ ଲୋକମାନଙ୍କୁ ଅନ୍ଧାରରେରଖି ମିଛ ଆଲୋକ ଦେଉଥିବାର ଡିଣ୍ଡିମ ପିଟୁଥିବାର […]

ତଳକୁ ଖସିଲା ଗୋରୁବୋଝେଇ ଟ୍ରକ

ଯାଜପୁର,୭/୮(ଏସ ଏସ ନିଉଜ) ଭାରସାମ୍ୟ ହରାଇ ସଂପ୍ରସାରଣ ରାସ୍ତା ତଳକୁ ଖସିପଡିଲା ଗୋରୁ ବୋଝେଇ ଟ୍ରକ।ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରର ବ୍ରଜନଗର ନିକଟରେ ଏହା ଘଟିଛି ।ଟ୍ରକ ଭିତରେ ଥିବା ୧୫ ଗୋରୁ ମୃତୁବାରଣ କରିଥିବାବେଳେ ଦୃଘଟଣା ଘଟାଇ ଟ୍ରକ ଚାଳକ ଫେରାର ହୋଇଯାଇଛି।

କଳାହାଣ୍ଡି ଓ ରାୟଗଡ଼ାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର,୭/୮(ଏସ ଏସ ନିଉଜ)ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି ।୪୮ ଘଣ୍ଟା ଭିତରେ ଅବପାତର ରୂପ ନେବା ସମ୍ଭାବନା ରହିଛି ।ଏଥିପାଇଁ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ଲାଗି ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।କଳାହାଣ୍ଡି, ରାୟଗଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ।

ମହିଳାହକିରେ ଭାରତକୁ ବ୍ରୋଞ୍ଜ ଓ ବକ୍ସିଂରେ ସ୍ୱର୍ଣ୍ଣ

ଭୁବନେଶ୍ୱର,୭/୮(ଏସ ଏସ ନିଉଜ)ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମହିଳା ହକିରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି । ନ୍ୟୁଜିଲାଣ୍ଡକୁ ହରାଇ ଭାରତୀୟ ମହିଳାଙ୍କ ବ୍ରୋଞ୍ଜ ପଦକ ହାସଲ ହୋଇଛି। ପେନାଲ୍‌ଟି ସୁଟ୍ ଆଉଟରେ ନ୍ୟୁଜିଲାଣ୍ଡକୁ ହରାଇଛି ଭାରତ । ସେହିଁଭଳି ଭାବେରାଜ୍ୟଗୋଷ୍ଠୀ କ୍ରୀଡ଼ାର ବକ୍ସିଂରେ ଭାରତ ଜିତିଲା ସ୍ୱର୍ଣ୍ଣ । ୪୮ କେଜି ବର୍ଗ ମହିଳା ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ନିତୁ ଘଂଘାସ ।