Browsing author

SATYA SANDHANA DESK

ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ଦାବି କଲେ ନବୀନ

ଭୁବନେଶ୍ୱର,୭/୮(ଏସଏସନିଉଜ)ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ଦେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ନିତି ଆୟୋଗ ବୈଠକରେ ଦାବି ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାରୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଇଁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇଦେବାକୁ ଦାବି କରିଛନ୍ତି ।.ଟେଲିକମ୍, ରେଲୱେ ଓ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଓଡ଼ିଶାକୁ ସ୍ୱତନ୍ତ୍ର ଧ୍ୟାନ ଲାଗି ଦେବା.ପ୍ରଧାନମନ୍ତ୍ରୀ ଆବାସ ଯୋଜନା(PMAY) ,ଅଧିକାଂଶ ଆଦିବାସୀ ଓ KBK ଜିଲ୍ଲା PMAY ରୁ ବଞ୍ଚିତ ହେଉଥିବାରୁ […]

ବାଇକଧକ୍କାରେ ୬ଆହତ

ଗଞ୍ଜାମ , ୭/୮(ଏସଏସନିଉଜ)ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ସୁରମଣୀ ଗାଁ ନିକଟରେ ବାଇକ ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି ।ଆହତମାନଙ୍କୁ ଚିକିସ୍‌ାପାଇଁ ସୋରଡ଼ା ମେଡିକାଲରେ ଭର୍ତି କରାଯାଇଛି । ନଦୀରୁ ଗାଧୋଇ ଫେରୁଥିବା ବେଳେ ରାସ୍ତା ଉପରେ ଦ୍ରୁତ ଗତିରେ ଏକ ବାଇକ ସହ ଧକ୍କା ହୋଇଥିଲା । ଫଳରେ ୪ ଜଣ ଗ୍ରାମବାସୀ ଗୁରୁତର ହୋଇଥିବା ବେଳେ, ବାଇକରେ ଥିବା ଦୁଇ ଜଣ ଆହତ ହୋଇଛନ୍ତି ।  

ବୋହୂକୁ ପିଟିପିଟି ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା, ୭/୮(ଏସଏସନିଉଜ)ଘର ଭିତରୁ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର ହୋଇଛି ।ସଦର ଥାନା ଚାନ୍ଦୋଳ ଅନନ୍ତପୁର ଗାଁର ଏକ ଘର ଭିତରୁ ଉଦ୍ଧାର ବିଭାହିତ ମହିଳାଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି । ମହିଳାଙ୍କ ବାପଘର ଲୋକେ ଥାନାରେ ହତ୍ୟା ଅଭିଯୋଗ ଆଣିଥିବାରୁ ପୋଲିସ ମହିଳାଙ୍କ ସ୍ୱାମୀ ଫେରାର, ଶାଶୁ ଓ ଶ୍ୱଶୁର ଥାନାରେ ଅଟକ ରଖିଛି ।

ମାନସିକ ଚାପରେ ଜୀବନ ହାରିଲେ ନବବଧୂ

ଭୁବନେଶ୍ୱର, ୭/୮(ଏସଏସନିଉଜ) ମାନସିକ ଚାପ ନେଲା ନବବଧୂର ଜୀବନ । ମଳୟବିହାର ଏକ ଭଡାଘର ଭିତରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ମଞ୍ଚେଶ୍ୱର ଥାନା ପୋଲିସ ।ମାନସିକ ଓ ଶାରୀରିକ ନିର‌୍ୟାତନା ସହି ନପାରି ଆତ୍ମହତ୍ୟା କରିଥିବାର ନବବଧୂଙ୍କ ପରିବାର ପକ୍ଷରୁ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ ଆରମ୍ଭ କରିଛି । ୨୦୨୨ଜୁନ ୮ ତାରିଖରେ ।ଜିଜିପି କଲୋନୀରେ ଏକ ଭଡାଘରେ ରହୁଥିବା ପ୍ରଜ୍ଞା ପଟିଆଗ୍ରାମର ପ୍ରଶାନ୍ତପାତ୍ରନାମକ ଯୁବକକୁ ବୈଦିକ ରିତୀରେ […]

ମାଟିତଳୁ ବିପୁଳ ମାଓସାମଗ୍ରୀ ଜବତ

ମାଲକାନଗିରି, ୬/୮(ଏସଏସନିଉଜ) ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ଜଙ୍ଗଲରୁ ମାଟି ତଳୁ ବିପୁଳ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି ।ଏଥିମଧ୍ୟରେ ୨ଟି ବନ୍ଧୁକ, ବିସ୍ଫୋରକ ପ୍ରସ୍ତୁତ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ରହିଛି । ବିଏସ୍ଏଫ୍, ଏସ୍ଓଜି ଓ ଡିଭିଏଫ୍ ଯବାନଙ୍କ ମିଳିତ ଅପରେସନ୍ ବେଳେ ଏହାକୁ ଠାବ କରିଥିଲେ ।

ବଜ୍ରାଘାତରେ ଦୁଇ ମୃତ ,ପାଞ୍ଚ ଗୁରୁତର

ବରଗଡ, ୬/୮(ଏସଏସନିଉଜ) ବରପାଲି ବ୍ଲକ ବରିକେଲ ଗାଁରେ ବଜ୍ରାଘାତ ଘଟିଛି ।ଛକରେ ଛିଡା ହୋଇ କଥା ହେଉଥିବା ସମୟରେ ବଜ୍ରାଘାତ ହୋଇଥିଲା ।ଏଥିରେ ସାତ ଜଣ ଗୁରୁତର ହୋଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳୁଛି ।

ଦିନ ଦ୍ୱିପ୍ରହରରେ ଚୋରୀ

ଗଜପତି, ୬/୮(ଏସଏସନିଉଜ)ଦିନ ଦ୍ୱିପ୍ରହରରେ ପାରଳାଖେମୁଣ୍ଡି ଟାଉନହଲ ନିକଟସ୍ଥ ଜନ ଗହଳି ପୃର୍ଣ୍ଣ ଅଞ୍ଚଳରୁ ଚୋରି ହୋଇଥିବାର ଅଭିଯୋଗ ହୋଇଛି । ବାହାଘର ଭୋଜିରେ ବ୍ୟସ୍ତ ଥିବା ବେଳେ ଘରେ କଳା କନା ବୁଲାଇଲେ ଦୃବୁତ୍ତ ।ପ୍ରାୟ କୋଡ଼ିଏ ଭରି ସୁନା ସହ ଦୁଇ ଲକ୍ଷ ନଗଦ ଟଙ୍କା ଚୋରି ଅଭିଯୋଗ ହୋଇଛି ।ଖବରପାଇ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି

ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି

ଭୁବନେଶ୍ୱର,୬/୮(ଏସଏସନିଉଜ)ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି ।ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ହରାଇ ସେ ବିଜୟ ଲାଭ କରିଛନ୍ତି । ଧନଖଡ଼ଙ୍କୁ ଏନଡିଏ ପକ୍ଷରୁ ପ୍ରାର୍ଥୀ କରାଯାଇଥିବାବେଳେ ତାଙ୍କ ବିପକ୍ଷରେ ୟୁପିଏ ପକ୍ଷରୁ ଛିଡ଼ା ହୋଇଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାର୍ଗାରେଟ ଆଲଭା । ଶନିବାର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟଗ୍ରହଣ ହୋଇଥିବାବେଳେ ଜଗଦୀପ ଧନଖଡ଼ଙ୍କୁ ମିଳିଛି ୫୨୮ ଖଣ୍ଡ ଭୋଟ୍। ସେହିପରି ମାର୍ଗାରେଟ୍ ଆଲଭାଙ୍କୁ ମିଳିଛି ୧୮୨ ଖଣ୍ଡ ଭୋଟ୍। […]

ଡ୍ରେସ ଦୋକାନରୁ ମୋବାଇଲ ଚୋରି କରିଧରାପଡିଲେ

ବାରଙ୍ଗ,୬/୮(ଏସଏସନିଉଜ)ବାରଙ୍ଗ ଥାନା ଅନ୍ତର୍ଗତ ଦାଢ଼ାପାଟଣା ଗ୍ରାମର ମନୋଜ ବେହେରାଙ୍କ ଉକ୍ତ ଗ୍ରାମରେ ଥିବା ଡ୍ରେସ ଦୋକାନରୁ ଗତ ଶୁକ୍ରବାର ଦିନ ମୋବାଇଲ ଚୋରି ହୋଇଥିବା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।ଗିରଫ ଦୁଇ ଜଣ ହେଉଛନ୍ତି ନନ୍ଦନକାନନଥାନାଅଧିନସ୍ଥ ପଦାସାହି ଗ୍ରାମର ସୁରେଶ ନାୟକ(୨୩) ଏବଂ ସନ୍ତୋଷ ବେହେରା(୪୦)।ପୋଲିସ ସେମାନଙ୍କ ଠାରୁ ୬ଟି ଚୋରା ମୋବାଇଲ,ସିମକାର୍ଡ,ମେମୋରି କାର୍ଡ ଆଦି ଜବତ କରିଛି।ଏନେଇ […]

ଅମିତସାହାଙ୍କ କଟକ ଗସ୍ତ ପାଇଁ ବାରଙ୍ଗ ବିଜେପିର ବୈଠକ

ବାରଙ୍ଗ,୬/୮(ଏସଏସନିଉଜ)ରାଷ୍ଟ୍ରୀୟ ଗୃହମନ୍ତ୍ରୀ ଅମିତ ସାହାଙ୍କ ଆସନ୍ତା ସୋମବାର ଦିନ କଟକ ଗସ୍ତକୁ ନେଇ ବାରଙ୍ଗ ବିଜେପି ପକ୍ଷରୁ ତ୍ରିଶୁଳିଆ ସ୍ଥିତ ବିସ୍ମୟ ମଣ୍ଡପ ଠାରେ ଶନିବାର ଅପରାହ୍ନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢୀଙ୍କ ଆହ୍ବାନ କ୍ରମେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ବାରଙ୍ଗ ୩୨ ନଂ ଜୋନର ବହୁ ବିଜେପି କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।ରାଷ୍ଟ୍ରୀୟ ଗୃହମନ୍ତ୍ରୀଙ୍କ କଟକ ଗସ୍ତ ସମୟରେ କିପରି ବହୁ ସଂଖ୍ୟାରେ କାର‌୍ୟ୍ୟକର୍ତ୍ତା […]