Browsing author

SATYA SANDHANA DESK

ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ସାମିଲ ହେବାକୁ ମୋଦୀଙ୍କ ଆହ୍ୱାନ

ଭୁବନେଶ୍ୱର,୩୧/୭(ଏସଏସନିଉଜ)ଆସନ୍ତା ଅଗଷ୍ଟ ୧୫ରେ ଦେଶ ୭୫ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ଏଥିପାଇଁ ଅଗଷ୍ଟ ୧୩ରୁ ୧୫ ତାରିଖ ଯାଏ ନିଜ ନିଜ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ସାରା ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ମନ୍ କି ବାତରେ ସେ କହିଛନ୍ତି, ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ସମସ୍ତେ ସାମିଲ ହୁଅନ୍ତୁ । କେବଳ ଏତିକି ନୁହେଁ ସମସ୍ତେ ନିଜର ସୋସିଆଲ ମିଡିଆର ପ୍ରୋଫାଇଲ୍ ପିକ୍ଚର ମଧ୍ୟ […]

୪ ଡକାୟତ ଗିରଫ

ଭୁବନେଶ୍ବର,୩୧/୭(ଏସଏସନିଉଜ)ଗତକାଲି ରାତିରେ ଆଇଆର୍‌ସି ଭିଲେଜସ୍ଥିତ ଜଣେ ବ୍ୟବସାୟୀଙ୍କ ଘରୁ ଡକାୟତି କରିବା ପାଇଁ ପ୍ରସ୍ତୁତି ଚଳାଇଥିବାବେଳେ ସାଲିଆସାହି ନୀଳଚକ୍ରନଗରର ପ୍ରଶାନ୍ତ କୁମାର ନାୟକ ଓରଫ ଭାଲୁ, ଏକାମ୍ର ବିହାରର ଚିକୁ ସ୍ବାଇଁ, ବାଜପେୟୀନଗରର ସୁରେଶ ସାହୁ ଓ ବସ୍ତି ବିକାଶ ପରିଷଦର ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ଖଣ୍ଡା, ନକଲି ବନ୍ଧୁକ, ଲୁହା ରଡ୍ ଓ ଲଙ୍କାଗୁଣ୍ଡ ଜବତ କରିଛି।ଏହି ଡକାୟତିଗ୍ୟାଙ୍ଗର ମୁଖ୍ୟ ଗଙ୍ଗା ରେଡ୍ଡୀ ଓ ତାର ସହଯୋଗୀ […]

ନଗ୍ନ ଭିଡିଓ କରି ବନ୍ଧାହେଲେ ନକଲି ଶିକ୍ଷକ

ଭୁବନେଶ୍ବର, ୩୧/୭(ଏସଏସନିଉଜ) ଜଣେ ନାବାଳିକାଙ୍କ ନଗ୍ନ ଭିଡିଓ କରି ଭାଇରାଲ୍ କରିବାକୁ ଧମକ ଦେଇ ବ୍ଲାକ୍‌ମେଲ୍ କରୁଥିବା ଅଭିଯୋଗରେ ସାଇବର ଥାନା ପୁଲିସ ଜଣେ ନକଲି ଶିକ୍ଷକ ବାଙ୍କୀର ପ୍ରଦୀପ କୁମାର ସ୍ବାଇଁକୁ ଗିରଫ କରିଛି।ଗତକିଛିମାସ ପୁର୍ବେ ଜଣେ ନାବାଳିକାକୁ ନିଜକୁ ଶିକ୍ଷକ ବୋଲି ପରିଚୟ ଦେଇ ମାଟ୍ରିକ ପରେ ଭଲଲେଜରେ ଆଡମିସନ କରାଇବା,ଲାପଟପ କିଣାଇ ଦେବା ଆଦି ପ୍ରଲୋଭନ ଦେଖାଇ ସର୍ମ୍ପକ ଜମାଇଥିଲା ।ଧିରେଧିରେ ନାବାଳିକର ଅତିନକଟତର ହେବା ସହ ମଝିରେମଝିରେ ହ୍ବାଟ୍ସଆପ୍‌ରେ ଚାଟ କରିବା […]

ସ୍ତ୍ରୀକୁ ହତ୍ୟା କରି ପୋଖରୀରେ ପକାଇଲା ସ୍ୱାମୀ

ବାଲେଶ୍ୱର,୩୧/୭(ଏସଏସନିଉଜ) ସ୍ତ୍ରୀକୁ ହତ୍ୟା କରି ପୋଖରୀରେ ପକାଇଲା ପିଶାଚ ସ୍ୱାମୀ ।ଏହିଭଳି ଅଭାବନୀୟ ଚାଞ୍ଚଲ୍ୟକର ଘଟଣା ସିମୁଳିଆ ଥାନା ପାହିତୁରୁଣା ପଞ୍ଚାୟତ ଦରା ଗାଁରେ ଘଟିଛି । ଶୁକ୍ରବାର ରାତିରେ ଧନେଶ୍ୱର ନାୟକ ନାମକ ଯୁବକ ପତ୍ନୀ କୁନିଲତାଙ୍କୁ ହତ୍ୟାକରି ତାଙ୍କ ଗୋଡ଼ ଏବଂ ବେକରେ ଚିପ୍ସ ଭର୍ତ୍ତି ଅଖାରେ ବାନ୍ଧି ଘର ପାଖରେ ଥିବା ଏକ ପୋଖରୀରେ ଫିଙ୍ଗିଦେଇ ଫେରାର ହୋଇଯାଇଥିଲା ।ଗ୍ରାମବସୀମାନଙ୍କଠାରୁ ଖବରପାଇ ବାପଘରଲୋକ ବହୁଖୋଜାଖୋଜି ପରେ ଗାଡ଼ିଆରୁ କୁନିଙ୍କ ମୃତଦେହ ପଡିଥିବାର ଜାଣିବାକୁ […]

ନିଶାମାଫିଆର ୧କୋଟିସମ୍ପତ୍ତି ବାଜ୍ୟାପ୍ତି

ଭୁବନେଶ୍ୱର,୩୧/୭(ଏସଏସନିଉଜ) ନିଶା ମାଫିଆର ୧ କୋଟି ୩୨ ଲକ୍ଷ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ହୋଇଛି ।କୋଲକାତା ପ୍ରାଧିକୃତ ଅଧିକାରୀଙ୍କ ଦ୍ୱାରା ଶେଖ୍ ଜାମସେଦର ସମ୍ପତ୍ତି ବାଜ୍ୟାପ୍ତି ହୋଇଛି ।ବାଜ୍ୟାପ୍ତ ସଂପତ୍ତି ମଧ୍ୟରେ ୩ ମହଲା ଘର ଓ ଏକାଧିକ ପ୍ଲଟ ମଧ୍ୟ ରହିଥିବାର ଜଣାପଡିଛି ।

ଏବେ ଆମକୁ ଏକୁଟିଆ ଛାଡ଼ିଦିଅ

ଭୁବନେଶ୍ୱର,୩୧/୭(ଏସଏସନିଉଜ) ଏବେ ଆମକୁ ଏକୁଟିଆ ଛାଡ଼ିଦେବାକୁ ଅନୁରୋଧ କରିଛନ୍ତି ଅପରାଜିତା ।ଏହାସହ ସହଯୋଗ ପାଇଁ ମିଡିଆକୁ ଧନ୍ୟବାଦ ଜଣାଇବାସହ ଘର ଆଗରେ ଭିଡ଼ ନକରିବାକୁ ଅନୁରୋଧ କରିଛନ୍ତି ।ସେ କହିଛନ୍ତି ଯେ,ଉତ୍ତମ ବାବୁ ଓ ମୋ ଭିଣୋଇଙ୍କ ଦେହ ଭଲ ନାହିଁ.ଯଦି ଆମ୍ବୁଲାନ୍ସ ଦରକାର ହୁଏ, ଆସିବାରେ ସମସ୍ୟା ହେବ ।ଏହାସହ ସାଧାରଣଲୋକଙ୍କୁ ରାସ୍ତାରେ ଯିବାରେ ସମସ୍ୟା ହେଉଛି’ ବୋଲି କହିଛନ୍ତି ଅପରାଜିତା ।

ହୀରାକୁଦରୁ ଜଳନିଷ୍କାସନ ବନ୍ଦ

ଭୁବନେଶ୍ୱର,୩୧/୭(ଏସଏସନିଉଜ) ରାଜ୍ୟରେ ବର୍ଷାପ୍ରଭାବ କମିଯାଇଥିବାରୁ ହୀରାକୁଦ ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ବନ୍ଦ ହୋଇଛି । ଶେଷରେ ଖୋଲାଥିବା ୨ଟି ଗେଟ୍‌କୁ ମଧ୍ୟ ଏହାଭତରେ ବନ୍ଦ କରିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ । ବର୍ତ୍ତମାନ ଆଉ କୌଣସି ଗେଟ୍ ଦେଇ ଜଳ ନିଷ୍କାସନ ହେଉନଥିବାର ଜଣାପଡିଛିା

ଦିଲ୍ଲୀ ପୋଲିସକମିଶନର ହେଲେ ସଞ୍ଜୟ ଆରୋରା

ଭୁବନେଶ୍ୱର,୩୧/୭(ଏସଏସନିଉଜ) ଓଞଈଚ ଡିଜି ସଞ୍ଜୟ ଆରୋରା ହେଲେ ଦିଲ୍ଲୀ ପୋଲିସ କମିଶନର । ଦିଲ୍ଲୀର ପୋଲିସ କମିଶନର ନେଇ ତାଙ୍କୁ ନିଯୁକ୍ତି ମିଳିଛି ।ତାମିଲନାଡ଼ୁ କ୍ୟାଡରର ଓଚଝ ଅଫିସର ହେଉଛନ୍ତି ସଞ୍ଜୟ ଆରୋରା । ସେ ଅଗଷ୍ଟ ୧ରୁ ଦାୟିତ୍ବ ତୁଲାଇବେ ବୋଲି ଜଣାପଡିଛି ।

୮ ଗ୍ରାମ ବ୍ରାଉନସୁଗାର ଓ ବାଇକ ଜବତ

ସୁନ୍ଦରଗଡ଼, ,୩୧/୭(ଏସଏସନିଉଜ) ସୁନ୍ଦରଗଡ଼ ଟାଉନ ଥାନା ପୋଲିସ ୪ ଜଣ ନିଶା ବେପାରୀ ଓ ଯୋଗାଣକାରୀଙ୍କଠାରୁ ୮ ଗ୍ରାମ ବ୍ରାଉନସୁଗାର ସହ ଗୋଟିଏ ବାଇକ୍ ଜବତ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି ।ଶନିବାରଦିନ ବନଦୁର୍ଗା ମନ୍ଦିର ପାଖରେ କୈାଣସିସୁତ୍ରରୁ ଖବରପାଇ ପୋଲିସ ଜଗି ରହିଥିବାବେଳେକ୍ରେତା ଓ ବିକ୍ରେତାକୁ ଧରିବାରେ ସକ୍ଷମ ହୋଇଥିଲା । ପୋଲିସ ସେମାନଙ୍କ ଠାରୁ ୮ଗ୍ରାମ ୧୫୦ ମିଲିଗ୍ରାମ ବାଉନସୁଗାର ଓ ଏକ ନମ୍ଵର ବିହିନ ବାଇକକୁ ମଧ୍ୟ ଜବତ କରିଥିଲାବୋଲି ସାମ୍ଵାଦିକ […]

ଡାକ୍ତରଖାନରୁ ବିଚାରାଧୀନ ବନ୍ଦୀ ଫେରାର୍

ଝାରସୁଗୁଡ଼ା,୩୧/୭(ଏସଏସନିଉଜ) ବିଳମ୍ବିତ ରାତିରେ ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିଚାରାଧୀନ ବନ୍ଦୀ ଇନ୍ଦ୍ରଜିତ ସାହାଣୀ ଫେରାର୍ ହୋଇଯାଇଥିବା ଜଣାଯାଇଛି। ।ଏହିଘଟଣାରେ ଡ୍ୟୁଟିରେ ଥିବା ଜେଲ୍ ୱାର୍ଡର କିରଣ କୁମାର ଯୋଶୀଙ୍କୁ ଜେଲ୍ ଅଧୀକ୍ଷକ ଏଲ. କେ. ଧାଙ୍ଗଡ଼ା ନିଲମ୍ବିତ କରିଛନ୍ତି । ଫେରାର୍ ମାରିଥିବା ଇନ୍ଦ୍ରଜିତଙ୍କ ଘର ବିହାରର ମାଧୋପୁର ଥାନା ବୋଥନା ଗାଁରେ ହୋଇଥିବାବେଳେ ଗତ ୨୬ ତାରିଖ ଏକ ଟ୍ରକ୍ ଚୋରି ମାମଲାରେ ଗିରଫ ହୋଇ ଓରିଏଣ୍ଟ୍ ଥାନାପୋଲିସ ତାଙ୍କୁ କୋର୍ଟଚାଲାଣ କରିଥିଲା । […]