ନଗ୍ନ ଭିଡିଓ କରି ବନ୍ଧାହେଲେ ନକଲି ଶିକ୍ଷକ

ଭୁବନେଶ୍ବର, ୩୧/୭(ଏସଏସନିଉଜ) ଜଣେ ନାବାଳିକାଙ୍କ ନଗ୍ନ ଭିଡିଓ କରି ଭାଇରାଲ୍ କରିବାକୁ ଧମକ ଦେଇ ବ୍ଲାକ୍‌ମେଲ୍ କରୁଥିବା ଅଭିଯୋଗରେ ସାଇବର ଥାନା ପୁଲିସ ଜଣେ ନକଲି ଶିକ୍ଷକ ବାଙ୍କୀର ପ୍ରଦୀପ କୁମାର ସ୍ବାଇଁକୁ ଗିରଫ କରିଛି।ଗତକିଛିମାସ ପୁର୍ବେ ଜଣେ ନାବାଳିକାକୁ ନିଜକୁ ଶିକ୍ଷକ ବୋଲି ପରିଚୟ ଦେଇ ମାଟ୍ରିକ ପରେ ଭଲଲେଜରେ ଆଡମିସନ କରାଇବା,ଲାପଟପ କିଣାଇ ଦେବା ଆଦି ପ୍ରଲୋଭନ ଦେଖାଇ ସର୍ମ୍ପକ ଜମାଇଥିଲା ।ଧିରେଧିରେ ନାବାଳିକର ଅତିନକଟତର ହେବା ସହ ମଝିରେମଝିରେ ହ୍ବାଟ୍ସଆପ୍‌ରେ ଚାଟ କରିବା ସହ ଯୋଗାଯୋଗରେ ଭିଡିଓ କଲ୍ କରୁଥିଲା ।ଏହାଭିରେ ନାବାଳିକାର କିଛି ସମ୍ବେଦନଶୀଳ ଫଟୋ ମଧ୍ୟ ନେଇଯାଇଥିଲା । ଏହାପରେ ବ୍ଲାକମେଲ ଆରମ୍ଭ କରିବା ସହ ଟଙ୍କା ଦାବୀ କରିଥିଲେ ।

 

Comments (0)
Add Comment