Browsing author

SATYA SANDHANA DESK

ମେଡିକାଲରେ ମାଓନେତା ସବ୍ୟସାଚୀ

ଭୁବନେଶ୍ୱର,୫/୭(ଏସଏସନିଉଜ) ମାଓନେତା ସବ୍ୟସାଚୀ ପଣ୍ଡା ବ୍ରହ୍ମପୁର ଏମକେସିଜି ରେ ଭର୍ତ୍ତି. ହୋଇଛନ୍ତି ।ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଆସି ଏମକେସିଜ ର ଇଏନ୍‌ଟି ଓ୍ୱାର୍ଡରେ ଭର୍ତ୍ତି ହୋଇଛନ୍ତି.ାମେଡିକାଲରେ ଭର୍ତ୍ତି ହେବା ନେଇ ସୂଚନା ଦେଇଛନ୍ତି କାରାଗାର କର୍ତ୍ତୃପକ୍ଷ.ାମେଡିକାଲରେ ସବ୍ୟସାଚୀଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥିବାର ଜଣାପଡିଛି ।

ରୁଚିକାକୁ ନ୍ୟାୟ ଦାବିରେ ଧାରଣା

ଭୁବନେଶ୍ୱର,୫/୭(ଏସଏସନିଉଜ) ତୁହାକୁତୁହା ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଥିବାବେଳେ ବର୍ଷାକୁ ଖାତିରିନକରି ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ଧାରଣାରେ ବସିଛନ୍ତି । ଗତ ତିନି ଦିନହେବ କଲେଜ ସମ୍ମୁଖରେ ଧାରଣା ଦେଇଛନ୍ତି ରୁଚିକା ମା ଏବଂ ପରିବାର ସମେତ କଲେଜର ଛାତ୍ରଛାତ୍ରୀ । ଝିଅକୁ ନ୍ୟାୟ ଦେବା ଦାବି ନେଇ ମୃତକଙ୍କ ମା କଲେଜ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ପୁଣି ଚର୍ଚ୍ଚାରେ ଏନଡିଆରଏଫ ଯବାନ

ବାରଙ୍ଗ,୪/୭(ଏସଏସନିଉଜ)ବାରଙ୍ଗ ମୁଣ୍ଡଳୀ ସ୍ଥିତ ଏନଡିଆରଏଫ ୩ୟ ବାହିନୀର ଯବାନ ମାନେ ଆସାମ ବନ୍ୟା ଉଦ୍ଧାର କାର୍ଯ୍ୟ ସାରି ସୋମବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି କ୍ୟାମ୍ପକୁ ଫେରୁଥିଲେ।ଏହି ସମୟରେ କଟକ ସଦର ଥାନା ଅନ୍ତର୍ଗତ ଭାଣପୁର ନିକଟ ଜାତୀୟ ରାଜପଥରେ ସନ୍ଧ୍ୟା ସମୟରେ କଟକ ନିଆଳି ଅଞ୍ଚଳର ଦମ୍ପତି ଅନ୍ତର୍ଯ୍ୟାମୀ ରଣା(୫୪) ଓ ତାଙ୍କ ପତ୍ନୀ ସୁଭାଙ୍ଗିନୀ ରଣା (୫୨) ଏକ ଟ୍ରକ ସହ ଦୁର୍ଘଟଣା ଘଟି ରାସ୍ତା କଡ଼ରେ ପଡ଼ିରହିଥିଲେ।ବ୍ୟକ୍ତିଙ୍କ ମୁହଁ ଏବଂ ଡାହାଣ ଗୋଡ଼ରେ ଗଭୀର […]

ରାସ୍ତାରେ ଲାଗିଲା ସୋଲାର ଲାଇଟ

ବାରଙ୍ଗ,୪/୭(ଏସଏସନିଉଜ)ଭୁବନେଶ୍ବର ଉପକଣ୍ଠ ପଞ୍ଚସଖା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବାରଙ୍ଗ କୁଞ୍ଜବିହାରୀ କଲେଜ ନିକଟସ୍ଥ ଛୋଟ ସାଇପନ ପାଖରେ ଲୋକଙ୍କର ଗମନା ଗମନ ଅସୁବିଧା ହେତୁ ଏକ ସୋଲାର ଲାଇଟ ଲଗାଇଛନ୍ତି ।ଜ୍ଝଏହି ରାସ୍ତା ଦେଇ ପଟିଆ ରୁ ଦୈନିକ ସହ ସହ ଲୋକ ଯିବା ଆସିବା କରନ୍ତି ଜ୍ଝତାସହ ବାରଙ୍ଗ ବ୍ଲକ ଛକ ରୁ. ଭୁବନେଶ୍ବର ରସୁଲଗଡ଼. ପଟିଆ. ମଞ୍ଚେଶ୍ୱର. ପ୍ରତାପନଗରୀ ଲୋକ ସୁବିଧା ରେ ଗମନା ଗମନ କରନ୍ତି ଜ୍ଝଆଜିର ଏହି ସୋଲାର ଆଲୁଅ ଲଗାଇଛନ୍ତି […]

ତିନି ରଥର ମରାମତି କାର୍ଯ୍ୟ ଆରମ୍ଭ

ପୁରୀ,୫/୭(ଏସଏସନିଉଜ) ପୂର୍ତ୍ତ ବିଭାଗର ଯାଞ୍ଚ ସମୟରେ ତାଳଧ୍ଵଜ ରଥର ପଡିନାହାକା ଚକ ଓ ଦର୍ପଦଳନ ରଥର ବଡ ଉଛୁଳା ଚକରେ ଫାଟ ଥିବା ଜଣାପଡିଥିଲା ।ଏହାପରେ ଭୋଇ, ମହାରଣା, କମାର ସେବକଙ୍କ ଉପସ୍ଥିତିରେ ଚାଲିଛି ମରାମତି କାର୍ଯ୍ୟ ପହିପାତିଆ ଓ ଲୁହା କ୍ଲାମ୍ପ ଦିଆଯାଇ ହେବ ମରାମତି କାର୍ଯ୍ୟ ।ଅନ୍ୟପଟେ ଆଜି ଅନୁଷ୍ଠିତ ହେବ ହେରାପଞ୍ଚମି ନୀତି, ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯିବେ ମାଆ ଲକ୍ଷ୍ମୀ, ଫେରିଲା ବେଳେ ଭାଙ୍ଗିବେ ନନ୍ଦିଘୋଷ ରଥ । ଏଥିପାଇଁ ସମସ୍ତ […]

୨୦ ଲକ୍ଷର ଗଞ୍ଜେଇ ଜବତ

ଭୁବନେଶ୍ୱର,୫/୭(ଏସଏସନିଉଜ)ପ୍ରାୟ ୨୦ ଲକ୍ଷର ଗଞ୍ଜେଇ ଜବତ କଲା ଲମତାପୁଟ ପୋଲିସ ।ଆନ୍ଧ୍ର ସୀମାନ୍ତ ଜଲାପୁଟରୁ ଚାଲାଣ ବେଳେ ୨୭୯ କେଜି ଗଞ୍ଜେଇ ଜବତ ହୋଇଛି ।.ସିଲେଇପୁଟ ଛକରେ ଗାଡ଼ି ଯାଞ୍ଚ ବେଳେ ଏହାଜଣାପଡିଥିଲା ।ତେବେ କୈାଶଳକ୍ରମେ ଚାଳକ ଫେରାର ହୋଇଯାଇଥିଲା ।

ମୁମ୍ବାଇରେ ଅସମ୍ଭାଳ ବର୍ଷା

ଭୁବନେଶ୍ୱର,୫/୭(ଏସଏସନିଉଜ) ମୁମ୍ବାଇରେ ଅସମ୍ଭାଳ ବର୍ଷା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ମୁମ୍ବାଇର ଅଧିକାଂଶ ସହରରେ ବର୍ଷା ହୋଇ ଚାରିଆଡ଼ ଜଳମୟ ହୋଇଛି। ସହରର ଲୋକାଲ ଟ୍ରେନ୍ ଏକ୍ସପ୍ରେସ୍ ବି ଏହି ବର୍ଷା ହେତୁ ହେଲା ପ୍ରଭାବିତ ।ଉଦ୍ଧାର କାର‌୍ୟ୍ୟରେ ୫ ଏନଡିଆରଏଫ୍ ଟିମ୍ ସାମିଲ୍ ହୋଇଥିବାର ଜଣାପଡିଛି ।  

ଦେଶରେ ପୁଣି ବଢିଲା କରୋନା

ଭୁବନେଶ୍ୱର,୫/୭(ଏସଏସନିଉଜ) ଦେଶରେ ପୁଣି ବଢିବଢି ଚାଲିଛି କରୋନାର ପ୍ରକୋପ ।ନୂଆଦିଲ୍ଲୀସ୍ଥିତ ଆଇଜିଆଇବିର ଜଣେ ବରିଷ୍ଠ ବୈଜ୍ଞାନିକଙ୍କ ମତ ଅନୁସାରେ ୯ ପ୍ରକାରର ନୂଆ ଭାରିଆଣ୍ଟ ଚିହ୍ନଟ ହେଲାଣି ।ଏହି ଭାରିଆଣ୍ଟ ଡେଲଟା ପରି ମଣିଷ ଶରୀରର ଇମ୍ୟୁନିଟିକୁ କମ କରିଥାଏ। ବିଏ.୨.୭୫ ଭାରିଆଣ୍ଟ କିଛି ଦିନ ପୂର୍ବରୁ ବାହାରିଥିବା ବେଳେ ବର୍ତ୍ତମାନ ବାହାରିଥିବା ନୂଆ ଭାରିଆଣ୍ଟ ବିଏ.୪ ଏବଂ ବିଏ.୫ ଭାରିଆଣ୍ଟ ଇମ୍ୟୁନିଟିକୁ କମ କରି ଦେଉଛି ।ଗତକାଲି ଗୋଟିଏ ଦିନରେ ୧୬,୧୩୫ ଟି ନୂଆ କରୋନା […]

ଜଳାର୍ଣ୍ଣବ ହେଲା ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର,୫/୭(ଏସଏସନିଉଜ) ବର୍ଷାରେ ଜଳାର୍ଣ୍ଣବ ହୋଇଛି ଲିଙ୍ଗରାଜ ମନ୍ଦିର ।ବର୍ଷାପାଣିରେ ବୁଡ଼ିଲା ମନ୍ଦିରର ବାଇଶି ପାହାଚ ।ମନ୍ଦିରର ବାଇଶି ପାହାଚରୁ ସିଂହଦ୍ୱାର ପର‌୍ୟ୍ୟନ୍ତ ପାଣି ଜମି ରହିଥିବାରୁ ସେବାୟତ ଏବଂ ଶ୍ରଦ୍ଧାଳୁ ଅସୁବିଧାର ହେଲେ ସମ୍ମୁଖୀନ ହେବାକୁ ପଡିଛି ।ମନ୍ଦିର ଭିତରେ ପାଣି ପଶି ଥିବାରୁ ସେବାୟତମାନେ ମନ୍ଦିର ପାହାଚରେ ବସି ପୂଜା କାର‌୍ୟ୍ୟ କରୁଛନ୍ତି ।ବର୍ଷା ପାଣିରେ ମନ୍ଦିରର କାନ୍ଥ ଓଦା ହୋଇ ଯାଉଥିବାରୁ ବିଦ୍ୟୁତ ପ୍ରବାହିତ ହୋଇ କରେଣ୍ଟ ମାରୁଥିବା ଭଳି ପରିସ୍ଥିତି ଉପୁଜିଛି।

ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ୨୯.୩୬ କୋଟି ଟଙ୍କା

ଭୁବନେଶ୍ୱର ,୫/୭(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ ପର୍ଯ୍ୟାୟରେ ୨୯ କୋଟି ୩୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ,୯୮ କୋଟି ଟଙ୍କା ବ୍ୟୟରେ ଅଧିକ ୫୫ ଟି ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରାଯାଉଛି । ତଦନୁଯାୟୀ ଚଳିତ ଏପ୍ରିଲ ମାସରେ ପ୍ରଥମ ପର୍ଯ୍ୟାୟରେ ୨୯.୩୬ କୋଟି ଟଙ୍କା […]