ଜଳାର୍ଣ୍ଣବ ହେଲା ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର,୫/୭(ଏସଏସନିଉଜ) ବର୍ଷାରେ ଜଳାର୍ଣ୍ଣବ ହୋଇଛି ଲିଙ୍ଗରାଜ ମନ୍ଦିର ।ବର୍ଷାପାଣିରେ ବୁଡ଼ିଲା ମନ୍ଦିରର ବାଇଶି ପାହାଚ ।ମନ୍ଦିରର ବାଇଶି ପାହାଚରୁ ସିଂହଦ୍ୱାର ପର‌୍ୟ୍ୟନ୍ତ ପାଣି ଜମି ରହିଥିବାରୁ ସେବାୟତ ଏବଂ ଶ୍ରଦ୍ଧାଳୁ ଅସୁବିଧାର ହେଲେ ସମ୍ମୁଖୀନ ହେବାକୁ ପଡିଛି ।ମନ୍ଦିର ଭିତରେ ପାଣି ପଶି ଥିବାରୁ ସେବାୟତମାନେ ମନ୍ଦିର ପାହାଚରେ ବସି ପୂଜା କାର‌୍ୟ୍ୟ କରୁଛନ୍ତି ।ବର୍ଷା ପାଣିରେ ମନ୍ଦିରର କାନ୍ଥ ଓଦା ହୋଇ ଯାଉଥିବାରୁ ବିଦ୍ୟୁତ ପ୍ରବାହିତ ହୋଇ କରେଣ୍ଟ ମାରୁଥିବା ଭଳି ପରିସ୍ଥିତି ଉପୁଜିଛି।

Comments (0)
Add Comment