Browsing author

SATYA SANDHANA DESK

ଆଉ ଏକ ଦନ୍ତାହାତୀର ଜୀବନ ଗଲା !

ଢେଙ୍କାନାଳ, ୬/୭(ଏସଏସନିଉଜ)ହିନ୍ଦୋଳ ରେଞ୍ଜରେ ଅସରଡା ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ହେବା ନେଇ ସୂଚନା ମିଳିଛି । ବରହା ଶିକାର ପାଇଁ ବିଛାଯାଇଥିବା ଜାଲରେ ଫସି ହାତୀ ଟି ପ୍ରାଣ ହରାଇଛି । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚିବା ସହ ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି ।  

ପୁଣି ରାଗିଂ ଥାନାରେ ଅଭିଯୋଗ

ଭୁବନେଶ୍ୱର, ୬/୭(ଏସଏସନିଉଜ)ବିଜେବି କଲେଜ ଛାତ୍ରୀ ରୁଚିକା ରାଗିଂ ଯୋଗୁଁ ଆତ୍ମହତ୍ୟା କରିଥିବା ବେଳେ ଏବେ ମଦ ପିଇବା ପାଇଁ ଟଙ୍କା ନଦେବାରୁ ରାଗିଂର ଶିକାର ହୋଇଥିବାର ଜଣେ ଛାତ୍ର ଖଣ୍ଡଗିରି ଥାନାରେ ଅଭିଯୋଗ କରିବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ମଦ ପିଇବା ପାଇଁ ଟଙ୍କା ମାଗିଥିଲେ । ସେ ଟଙ୍କା ନ ଦେବାରୁ ତାଙ୍କୁ ମାଡ ମାରିବା ସହ ସିନିୟର ଛାତ୍ର ତାଙ୍କୁ ଉଠ୍‌ବସ କରାଇଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ।

ଓଲଟିଲା ବସ ଆହତ ହେଲେ ୩୦

ରାୟଗଡ଼ା, ୬/୭(ଏସଏସନିଉଜ)ଚାନ୍ଦିଲି ଥାନା ହାତୀଖମ୍ବା ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବା ଫଳରେ ୩୦ଜଣ ଆହତ ହୋଇଥିବାବେଳେ ଜଣେ ମହିଳାଯାତ୍ରୀଙ୍କର ମୃତ୍ୟୁ ଘଟିଛି ।ଏମାନଙ୍କ ମଧ୍ୟରୁ ୧୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବାବେଳେ ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସଟି ପାରଳାଖେମୁଣ୍ଡିରୁ ୪୦ ଜଣ ଯାତ୍ରୀ ନେଇ ବସ ଟି ଉମରକୋଟ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା ।ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

ମାଆକୁ ପନିକିରେ ହାଣିଲା ପୁଅ 

ସାଲେପୁର, ୬/୭(ଏସଏସନିଉଜ) ଘରୋଇ କଳହକୁ କେନ୍ଦ୍ର କରି ମାଆକୁ ପନିକିରେ ହାଣି ହତ୍ୟା କରିଛି  ପୁଅ । ଏହି ଚାଞ୍ଚଲ୍ୟକର ଘଟଣା ନିଶ୍ଚିନ୍ତକୋଇଲି ଥାନା ସୁକରପଡାରେ ଘଟିଛି । ଘଟଣା ପରେ ଅଭିଯୁକ୍ତ ପୁଅ ଜିତେନ୍ଦ୍ର ସ୍ୱାଇଁ ଫେରାର ହୋଇ ଯାଇଛି ।ଖବରପାଇ ନିଶ୍ଚିତକୋଇଲି ପୋଲିସ ପହଁଚି ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ।

ସିଲିଣ୍ଡର ପିଛା ବଢିଲା ୫୦

ନୂଆଦିଲ୍ଲୀ, ୬/୭(ଏସଏସନିଉଜ) କିଛି ଦିନର ବ୍ୟବଧାନ ପରେ ପୁଣି ଘରୋଇ ଏଲପିଜି ସିଲିଣ୍ଡର ଦରରେ ବୃଦ୍ଧି କରାଯାଇଛି । ୧୪.୨ କେଜି ଏଲପିଜି ସିଲିଣ୍ଡର ପିଛା ୫୦ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ୫ କେଜିର ଛୋଟ ସିଲିଣ୍ଡରର ଦାମ ୧୮ଟଙ୍କା ବୃଦ୍ଧି କରାଯାଇଛି ।

୩୦ ଫୁଟ ତଳକୁ ଖସିଲା ସ୍କର୍ପିଓ

ରାଉରକେଲା,୬/୭(ଏସଏସନିଉଜ) ରାଉରକେଲାରୁ କୋଇଡା ବରଯାତ୍ରୀରେ ଯାଉଥିବା ଏକ ସ୍କର୍ପିଓ ଦୁର୍ଘଟଣାଗ୍ରସ୍ଥ ହୋଇ ଟିଙ୍କୋ ଘାଟିରୁ ୩୦ ଫୁଟ ତଳକୁ ଖସିପଡିଛି ।ଏଥିରେ ଥିବା ୮ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ପରିଚୟ ମିଳିପାରିନାହିଁ । ଖବରପାଇ ଲହୁଣୀପଡା ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବାସହ ଆହତମାନଙ୍କୁ ଚିକିସ୍‌ାପାଇଁ ରାଉରକେଲା ସରକାରୀ ଡାକ୍ତରଖାନରେ ଭର୍ତ୍ତି କରିଛନ୍ତି ।

ନନ୍ଦନକାନନରେ ଜନ୍ମ କଲା ଜଳହସ୍ତୀ

ବାରଙ୍ଗ,୫/୭(ଏସଏସନିଉଜ) ମଙ୍ଗଳବାର ସକାଳେ ପ୍ରାଣୀ ଉଦ୍ୟାନ ନନ୍ଦନ କାନନର ୬୨ନମ୍ବର ଖୁଆଡରେ ଥିବା ଜଳହସ୍ତୀ ଏକ ଶାବକ ଜନ୍ମ ଦେଇଛି ।ଏହି ଶାବକ ଜନ୍ମ ପରେ ନନ୍ଦନକାନନରେ ଜଳହସ୍ତୀ ସଂଖ୍ୟା ବୃଦ୍ଧି ପାଇ ୧୨ ରେ ପହଁଚିଛି ।ସେଥିମଧ୍ୟରେ ୬ମାଈ ,୫ଅଣ୍ଡିରା ଓ ଗୋଟିକର ଲିଙ୍ଗ ନିରୂପଣ ହୋଇନଥିବାର ଉପନିର୍ଦେଶକ ଡ.ସଞ୍ଜିତ କୁମାର କହିଛନ୍ତି ।

ଆଜିର ରାଶିଫଳ

୨୦୨୨ ମସିହା ଜୁଲାଇ ମାସ ୦୬ ତାରିଖ (ବୁଧବାର)ଆଷାଢ଼ ମାସ -ଶୁକ୍ଳପକ୍ଷ ,ତିଥି-ସପ୍ତମୀ ରା ଘ୭/୫୬ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ,ସୁର୍ୟୋଦୟ ପ୍ରାତଃ ଘ୦୫/୧୬/୨୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୨୭,କର୍କଟ ରାଶିର ଘାତବାର,ବୃଷ ରାଶିର ଘାତଚନ୍ଦ୍ର,ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ତାଳ ରାତ୍ରି ଘ୭/୫୬ ଗତେ ନାରୀକେଳ (ନଡିଆ) ଭକ୍ଷଣ ନିଷେଧ। 🐏ମେଷ-ପାରିବାରିକ ଜୀବନ ସୁଖମୟ ରହିବ। ହଜିଯାଇଥିବା କୌଣସି ବସ୍ତୁ ଆଜି ମିଳିବାର ସମ୍ଭାବନା ଅଧିକ ଅଟେ। ନିଜର ବିଚାର ଏବଂ ଇଚ୍ଛାକୁ ଅଂକୁଶରେ ରଖିବେ। ବିଦେଶୀ […]

ଟ୍ରକ ନେଲା ଦୁଇମହିଳାଙ୍କ ଜୀବନ

ସମ୍ବଲପୁର ,୫/୭(ଏସଏସନିଉଜ)ମଙ୍ଗଳବାର ୧୧ଟାରେ ଗୋଡ଼ଭଗା ନିକଟରେ ଏକ ଟ୍ରକ ଧକ୍କାରେ ଦୁଇ ଜଣ ମହଳାଙ୍କ ମୃତ ଘଟିଛି। ମୃତକ ହେଉଛନ୍ତି ବରଗଡ଼ ଜିଲ୍ଲା ଖଗସିପାଲିର ସୁରେନ୍ଦ୍ର ଗରିଆ ତାଙ୍କ ପତ୍ନୀ ଲତିକା ଗରିଆ (୩୮) ଓ ଖୁଡି ମିଥିଲା ଥାପା (୪୮) ।ଉଭୟ ରାସ୍ତା ପାରିହେବା ପାଇଁ ଡିଭାଇଡର ପାଖରେ ଛିଡାହୋଇଥିବାବେଳେ ସମ୍ବଲପୁରରୁ ବରଗଡ଼ ଆଡ଼କୁ ଯାଉଥିବା ଏକ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ଲତିକା ଓ ମିଥିଳାଙ୍କ ମୃତ୍ୟ ଘଟିଥିଲା।ଖବର ପାଇ ପୋଲିସ ମୃତଦେହକୁ ଉଦ୍ଧାର […]

ସିଲିଣ୍ଡର ଫାଟି ୩ ଶ୍ରମିକ ଗୁରୁତର

ବଲାଙ୍ଗିର, ୫/୭(ଏସଏସନିଉଜ) ନାଇଟ୍ରୋଜେନ୍ ଗ୍ୟାସ୍ ଭର୍ତ୍ତି ସିଲିଣ୍ଡର ଫାଟି ୩ ଶ୍ରମିକ ଗୁରୁତର. ଆହତ ହୋଇଛନ୍ତି । ଦେଓଗାଁ ଥାନା ଭୂତିଆରବାହାଲ ଗାଁ କ୍ରସରରେ ସିଲିଣ୍ଡର ଫାଟିଛି ।ଗୁରୁତର ୩ ଶ୍ରମିକ ପଶ୍ଚିମବଙ୍ଗର ହୋଇଥିବାବେଳେ ସେମାନଙ୍କୁ ଚିକିସ୍‌ ପାଇଁ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବାର ଜଣାପଡିଛି ।