ଟ୍ରକ ନେଲା ଦୁଇମହିଳାଙ୍କ ଜୀବନ

ସମ୍ବଲପୁର ,୫/୭(ଏସଏସନିଉଜ)ମଙ୍ଗଳବାର ୧୧ଟାରେ ଗୋଡ଼ଭଗା ନିକଟରେ ଏକ ଟ୍ରକ ଧକ୍କାରେ ଦୁଇ ଜଣ ମହଳାଙ୍କ ମୃତ ଘଟିଛି। ମୃତକ ହେଉଛନ୍ତି ବରଗଡ଼ ଜିଲ୍ଲା ଖଗସିପାଲିର ସୁରେନ୍ଦ୍ର ଗରିଆ ତାଙ୍କ ପତ୍ନୀ ଲତିକା ଗରିଆ (୩୮) ଓ ଖୁଡି ମିଥିଲା ଥାପା (୪୮) ।ଉଭୟ ରାସ୍ତା ପାରିହେବା ପାଇଁ ଡିଭାଇଡର ପାଖରେ ଛିଡାହୋଇଥିବାବେଳେ ସମ୍ବଲପୁରରୁ ବରଗଡ଼ ଆଡ଼କୁ ଯାଉଥିବା ଏକ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ଲତିକା ଓ ମିଥିଳାଙ୍କ ମୃତ୍ୟ ଘଟିଥିଲା।ଖବର ପାଇ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଡାକ୍ତରଖାନାକୁ ପଠାଇଛି।

Comments (0)
Add Comment