Browsing author

SATYA SANDHANA DESK

ସରିଲା ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ,୧/୬(ଏସ ଏସ ନିଉଜ) ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଦ୍ୱିତୀୟ ସମନ୍ୱୟ ବୈଠକ ଶେଷ ହୋଇଛି । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକ ଶେଷ ହୋଇଛି । ଯାତ୍ରା ସମୟରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ରେ ୫୦ଟି ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବାକୁ ନିଷ୍ପତି ହୋଇଥିବାର ଜଣାପଡିଛି ।

ଜୁଲାଇ ୪ରୁ୮ OJEE

ଭୁବନେଶ୍ୱର,୧/୬(ଏସ ଏସ ନିଉଜ)OJEE-୨୦୨୨ ପାଇଁ ପ୍ରକାଶ ପାଇଲା ପରୀକ୍ଷା ସୂଚୀଜୁଲାଇ ୪ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୮ ତାରିଖରେ ସରିବ।ପ୍ରତିଦିନସକାଳ ୯ଟାରୁ ଆରମ୍ଭ ହୋଇ ୩ଟି ସିଫ୍ଟରେ ପରୀକ୍ଷା ହେବ ।ଜୁଲାଇ ୪ରେ ୩ଟି ଯାକ ସିଫ୍ଟରେ ଲାଟେରାଲ୍ ଏଣ୍ଟ୍ରି ଡିପ୍ଲୋମା ପରୀକ୍ଷା ହେବ।ଜୁଲାଇ ୫ର ୧ମ ଓ ୨ୟ ସିଫ୍ଟରେ MCA/M.Sc ପରୀକ୍ଷା ଓ ଜୁଲାଇ ୫ରେ ୩ୟ ସିଫ୍ଟରେ M.Tech, M.Arch, M.Pharm, B.CAT ପରୀକ୍ଷା ହେବ।୬ ତାରିଖରେ ପ୍ରଥମ ୨ଟି ସିଫ୍ଟରେ […]

କେକେଙ୍କ ମୁହଁ ମୁଣ୍ଡରେ କ୍ଷତ!

ଭୁବନେଶ୍ୱର,୧/୬(ଏସ ଏସ ନିଉଜ)ବଲିଉଡର ଲୋକପ୍ରିୟ ଗାୟକ କ୍ରିଷ୍ଣକୁମାର କୁନ୍ନାଟ ଓରଫ କକ କୋଲକାତାର ଏକ ଲାଇଭ ଶୋରେ ଗୀତ ଗାଉଥିବା ବେଳେ ଅସୁସ୍ଥ ହୋଇପଡି ତଳେ ପଡିଯାଇଥିଲେ । ଏହାପରେ ତାଙ୍କୁ କୋଲକାତା ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ହସ୍ପିଟାଲରେ ଭର୍ତି କରାଯାଇଥିଲା ।ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ତାଙ୍କୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।କେକେଙ୍କ ମୃତ୍ୟୁକୁ ନେଇ ଏବେ ବଢୁଛି ସସ୍ପେନ୍ସ ।ପଞ୍ଚନାମା ବେଳେ କେକେଙ୍କ ମୁହଁ, ମୁଣ୍ଡରେ ଆଘାତ ଚିହ୍ନ […]

ରାସ୍ତାକଡ଼ରୁ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ଚୌଦ୍ୱାର,୧/୬(ଏସ ଏସ ନିଉଜ)ରାସ୍ତାକଡ଼ରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ଏନଏଚ-୫୫ର ନୁଣ୍ଟିକିରି ଛକ ନିକଟ ରାସ୍ତାକଡ଼ରୁ ଏହି ମୃତଦେହକୁ ପୋଲିସ ଉଦ୍ଧାର କରିଛି। ମୃତ ଯୁବକ ଙଞଗ ଦୁର୍ଗାବଜାର ଅଞ୍ଚଳର ଲୋକନାଥ ବିଶ୍ୱାଳ ବୋଲି ଜଣାପଡିଛି। ହତ୍ୟା ସନ୍ଦେହରେ ଚୌଦ୍ୱାର ପୋଲିସର ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି ।

ବାରବାଟୀ ମ୍ୟାଚ ବନ୍ଦ ପାଇଁ ହାଇକୋର୍ଟରେ ମାମଲା

କଟକ,୧/୬(ଏସ ଏସ ନିଉଜ) ବାରବାଟୀରେ ହେବାକୁ ଥିବା ଟି-ଟ୍ୱେଣ୍ଟି ମ୍ୟାଚ ବନ୍ଦ ପାଇଁ ହାଇକୋର୍ଟରେ ମାମଲା ଦାୟର ହୋଇଛି ।ମ୍ୟାଚ୍ ବନ୍ଦ ପାଇଁ ଦାୟର ହେଲା ଜନସ୍ୱାର୍ଥ ମାମଲା ।ଢେଙ୍କାନାଳ ଭୁବନର ଜନୈକ ବ୍ୟକ୍ତିଙ୍କ ପକ୍ଷରୁ ମାମଲା ଦାୟର କରାଯାଇଥିବାବେଳେ ରାଜ୍ୟ ସରକାର, ଈଉଉଓ ଆଦି ୧୫ ଜଣଙ୍କୁ ପକ୍ଷଭୁକ୍ତ କରି ମାମଲା ଦାୟର ହୋଇଥିବାର ଜଣାପଡିଛି ।

ସୋନିଆ ରାହୁଲଙ୍କୁ ଇଡି ନୋଟିସ !

ଭୁବନେଶ୍ୱର,୧/୫(ଏସ ଏସ ନିଉଜ) କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ ଜରିକରିଛି ।ସୋନିଆଙ୍କ ସହ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଇଡି ନୋଟିସ କରୁଥିବାର ଚର୍ଚ୍ଚା ଧରୁଛି ।ନ୍ୟାସନାଲ ହେରାଲ୍ଡ ମାମଲାରେ ଉଭୟଙ୍କୁ ନୋଟିସ କଲା ଇଡି ।ସୋନିଆ, ରାହୁଲଙ୍କୁ ନୋଟିସ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରଚାର ଚାଲିଛି ।

ସମ୍ପତ୍ତିତାଲିକା ପ୍ରକାଶ କଲେ ରାଜ୍ୟସଭାପ୍ରାର୍ଥୀ

ଭୁବନେଶ୍ୱର,୧/୬(ଏସ ଏସ ନିଉଜ)ସମ୍ପତ୍ତିତାଲିକା ପ୍ରକାଶ କରିଛନ୍ତି ରାଜ୍ୟସଭାପ୍ରାର୍ଥୀ ।ମାନସ ମଙ୍ଗରାଜଙ୍କ ନାଁରେ ୩ କୋଟିର ସମ୍ପତ୍ତି ଥିବାବେଳେ ପତ୍ନୀଙ୍କ ନାଁରେ ୪.୮ କୋଟିର ସମ୍ପତ୍ତି ରହିଛି । ସୁଲତା ଦେଓଙ୍କ ନାଁରେ ୧.୧ କୋଟିର ସମ୍ପତ୍ତି ରହିଥିବା ବେଳେ ସ୍ବାମୀଙ୍କ ନାଁରେ ୫୮ ଲକ୍ଷର ସମ୍ପତ୍ତି ରହିଛି ।ସେହିଭଳି ଭାବେ ସସ୍ମୀତ ପାତ୍ରଙ୍କ ସମ୍ପତ୍ତିର ମୂଲ୍ୟ ୧ କୋଟି ଟଙ୍କା ହୋଇଥିବା ବେଳେ ପତ୍ନୀଙ୍କ ନାଁରେ ୧.୫ କୋଟିର ସମ୍ପତ୍ତି ରହିଥିବାର ପାର୍ଥିମାନେ ପ୍ରକାଶ କରିଛନ୍ତି ।

କମର୍ସିଆଲ ଗ୍ୟାସ୍ ଦର କମିଲା

ଭୁବନେଶ୍ୱର,୧/୬(ଏସ ଏସ ନିଉଜ)ଦେଶରେ ଶସ୍ତା ହେଲା କମର୍ସିଆଲ ଗ୍ୟାସ୍ ଦର।୧୯ କିଲୋ LPG ସିଲିଣ୍ଡର ୧୩୫ ଟଙ୍କା କମ୍ ହେଲା ।ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ନଥିବାବେଳେ ନୂଆ ସିଲିଣ୍ଡର ଦର ଆଜି ଠାରୁ ଲାଗୁ ହେବ ବୋଲି ଜଣାପଡିଛି ।

ଆଜିର ରାଶିଫଳ

ବୁଧବାର୨୦୨୨ ମସିହା ଅଦ୍ୟ ଜୁନ ମାସ ୧ ତାରିଖ,ଜେଷ୍ଠ ମାସ- ଶୁକ୍ଳପକ୍ଷ,ତିଥି- ଦ୍ୱିତିଆ , ସୁର୍ୟୋଦୟ-ପ୍ରାତଃ ଘ୫/୧୦/ ୨୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/ ୧୭/ ୦୫,କର୍କଟ ରାଶିର ଘାତବାର,କନ୍ୟା ରାଶିର ଘାତଚନ୍ଦ୍ର,ଦ୍ୱିତିଆର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବୋଇତି କଖାରୁ ରାତ୍ରୀ ଘ୯/୩୩ ଗତେ ପୋଟଳ ଭକ୍ଷଣ ନିଷେଧ। 🐏ମେଷ👉ଆପଣ ନିଜକୁ ସ˚ବରଣରେ ରଖିବା ଦରକାର। ଜରୁରୀ କାମ କରିବା ପୂର୍ବରୁ ବଡ଼ଙ୍କ ମତ ନିଅନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ। 🐮ବୃଷ👉କୌଣସି ବଡ଼ କାମରେ ଲାଭ ହେବ। ଖୁସି […]

ଚାଷୀଙ୍କୁ ମିଳିଲା ପିଏମ କିଷାନ କିସ୍ତି

ଭୁବନେଶ୍ୱର,୩୧/୫(ଏସଏସନିଉଜ)ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ସମ୍ମାନ ନିଧି ଏକାଦଶ କିସ୍ତି। ଦେଶର ପ୍ରାୟ ୧୦ କୋଟି ଚାଷୀଙ୍କ ଖାତାକୁ ଗଲା ୨୧ ହଜାର କୋଟି। ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ସିମଲାରେ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମରେ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ।ଏହିଅବସରରେ ଗରିବ କଲ୍ୟାଣ ସମ୍ମେଳନରେ ମୋଦିଙ୍କ ଉଦବୋଧନ ଦେଇ ଗତ ୮ ବର୍ଷ ହେଲାଣି ନିଜକୁ କେବେ ପ୍ରଧାନମନ୍ତ୍ରୀ ବୋଲି ଭାବିନି। ଲୋକଙ୍କ ପ୍ରଧାନ ସେବକ ଭାବେ ସେବା କରି ଚାଲିଛି। ଭାରତବାସୀଙ୍କୁ […]