Browsing author

SATYA SANDHANA DESK

ଚୋରି ଘଟଣାରେ ୨ ଗିରଫ

ବାରଙ୍ଗ,୨୧/୫(ଏସଏସନିୟୁଜ)ବାରଙ୍ଗ ଥାନା ଅନ୍ତର୍ଗତ କୁହ୍ନେଇପଡ଼ା ଗ୍ରାମର ସୁଧିର କୁମାର ପାତ୍ରଙ୍କ ଅଫିସ ଘରୁ ଗତ ଫେବୃଆରୀ ୨୨ ତାରିଖ ରାତିରେ ୧୫ ହଜାର ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ କରିଥିଲେ।ଏହି ଘଟଣାରେ ବାରଙ୍ଗ ଥାନା ପୋଲିସ ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସୂଚନା ମୁତାବକ ଗତ ଫେବୃଆରୀ ୨୨ ତାରିଖରେ ସୁଧିର କୁମାର ପାତ୍ରଙ୍କ ଘରୁ କେହି ଦୁର୍ବୃତ୍ତ ତାଙ୍କର ଅଫିସ ଝରକା ତାଡ଼ି ଘରେ ପଶି ୧୫ ହଜାର ଟଙ୍କା […]

ଦିନ ଦ୍ୱିପ୍ରହରରେ ବାପ-ପୁଅଙ୍କୁ ଗୁଳି

ନୁଆପଡ଼ା,୨୧/୫(ଏସଏସନିୟୁଜ) ନୁଆପଡ଼ା ସିନାପଲି ରାବଣ ଛକରେ ବାଇକରେ ଆସୁଥିବାବେଳେ ବାପପୁଅଙ୍କୁ ପଛପଟୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି । ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନୂଆପଡ଼ା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପଛରୁ ଆସୁଥିବା ଏକ ଦ୍ରୁତଗାମୀ କାରରୁ ଗୁଳି କରାଯାଇଥିବା ସୂଚନା ମିଳିଛି ।ଗୁଳିକାଣ୍ଡର ପକୃତ କାରଣ ଅଦ୍ୟାବଧି ଜଣାପଡିନଥିବାର ଜଣାପଡିଛି ।

କମିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର,୨୧/୫(ଏସଏସନିୟୁଜ) ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ହ୍ରାସ ନେଇ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି କେନ୍ଦ୍ରସରକାର ।ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।ପେଟ୍ରୋଲ ଉପରୁ କେନ୍ଦ୍ରୀୟ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୮ ଟଙ୍କା ହ୍ରାସ କରାଯିବ ଓ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୬ ଟଙ୍କା ହ୍ରାସ ହେବ ଏହା ଫଳରେ ପେଟ୍ରୋଲ ଦର ଲିଟର […]

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି

ଭୁବନେଶ୍ୱର,୨୧/୫(ଏସଏସନିୟୁଜ) ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କ ପାଇଁ ନୂଆ ସବସିଡି ଘୋଷଣା କରିଛନ୍ତି କେନ୍ଦ୍ରସରକାର । ଏହି ସବସିଡି କେବଳ ୧୨ଟି ସିଲିଣ୍ଡର ପର‌୍ୟ୍ୟନ୍ତ ପ୍ରଦାନ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ଏହି ସବସିଡି କେବଳ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀମାନେ ପାଇପାରିବେ । ପ୍ରତ୍ୟେକ ଲାଭାର୍ଥୀ ପ୍ରତି ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କାର ସବସିଡି ପାଇବେ । ଆସନ୍ତାକାଲି ସକାଳ ୬ଟା ଠାରୁ ଏହି ନୂଆ ଦର ଲାଗୁ […]

ଆଜିର ରାଶିଫଳ

ଶନିବାର୨୦୨୨ ମସିହା ଅଦ୍ୟ ମେଂ ମାସ ୨୧ ତାରିଖ, ଜେଷ୍ଠ ମାସ- କୃଷ୍ଣପକ୍ଷ,ତିଥି- ଷଷ୍ଠୀ ,ସୁର୍ୟୋଦୟ-ପ୍ରାତଃ ଘ୫/୧୩/୧୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୨/୨୭,ଯୋଗିନୀ ପଶ୍ଚିମେ ଦିବା ଘ୩/୭ ଗତେ ବାୟବେ,ଯାତ୍ରାଦି ଶୁଭ କର୍ମ ନାସ୍ତି,ବୃଷ, ସିଂହ ଓ କନ୍ୟା ର ଘାତବାର,ସିଂହ ରାଶିର ଘାତଚନ୍ଦ୍ର,ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନିମ୍ବ ଦିବା ଘ୩/୭ ଗତେ ତାଳ ଭକ୍ଷଣ ନିଷେଧ। 🐏ମେଷ👉ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ […]

ବାରବାଟୀ ମ୍ୟାଚ ଦେଖିବାକୁ ଦର୍ଶକଙ୍କୁ ଅନୁମତି

କଟକ,୨୦/୫(ଏସଏସନିଉଜ) ବାରବାଟୀରେ ଭାରତ-ଦ.ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ ଦେଖିବାକୁ ଦର୍ଶକଙ୍କୁ ଅନୁମତି ମିଳିଛି । ରାଜ୍ୟରେ ସଂକ୍ରମଣ କମିଥିବାରୁ ବିନା କୋଭିଡ଼ ପ୍ରୋଟୋକଲରେ ଦର୍ଶକମାନେ ମ୍ୟାଚ୍ ଦେଖିପାରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଏଥିପାଇଁ ଜୁନ ୧ ରେ ଅନଲାଇନ୍ ଟିକେଟ ଓ ଜୁନ୍ ୯ ଓ ୧୦ ତାରିଖ ଅଫଲାଇନ୍ ଟିକେଟ ବିକ୍ରି ହେବାକୁ ଯାଉଛି । ଟିକେଟ ବିକ୍ରି ବେଳେ ଶୃଙ୍ଖଳା ଉପରେ ଓ ଅନଲାଇନ୍ ଟିକେଟ ଚିଟିଂ ରୋକିବା ଉପରେ ପୋଲିସ ନଜର […]

ଦିନଦ୍ୱିପ୍ରହରେ ୧ ଲକ୍ଷ ଲୁଟ

ରାୟଗଡ଼ା,୨୦/୫(ଏସ ଏସ ନିଉଜ) ଦିନଦ୍ୱିପ୍ରହରେ ୧ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ ।ବାଇକ ଡିକିରୁ ଟଙ୍କା ସହ ଜମାଖାତା ଏଟିଏମ କାର୍ଡ ଲୁଟିନେଲେ ।ଚାଷୀ ବାଙ୍ଗାରରାଜୁ ପେଦେଣ୍ଟିଙ୍କ ଠାରୁ ଲୁଟିନେଲେ ଟଙ୍କା ।ଜେକେପୁର ସ୍ଥିତ SBIବ୍ୟାଙ୍କରୁ ନିଜ ଗାଁ ଅଙ୍ଗୁରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଛି ।

ଅସୁରକ୍ଷିତ ପର୍ଯ୍ୟଟକ !

ବାରଙ୍ଗ,୧୯/୫(ଏସଏସନିଉଜ)ଅଧିକ ରାଜସ୍ୱ ପାଇବା ଆଶାରେ ନନ୍ଦନକାନନ କର୍ତୁପକ୍ଷ ପାକିଁ,ସଫାରୀ ,ବେଟାରୀ ଚାଳିତଅଟୋ ଓ ବୋଟିଂକୁ ଘରୋଇକରଣରେ ଦେଇଛନ୍ତି । ଘରୋଇକରଣ ଦେଇଦେଇ ଥିଲେ ମଧ୍ୟ ତା ଉପରେ ଆଉ ନଜର ଦେଇନାହାନ୍ତି ।ଯାହାର ଜ୍ୱଳନ୍ତ ଉଦାହରଣ ସଫାରୀରେ ଚାଲିଥିବା ବସ କ୍ଷେତ୍ରରେ ଦେଖିବାକୁ ମିଳିଛି ।ସଫାରୀରେ ଚାଲିଥିବା ୪ଟି ବସ ମଧ୍ୟରୁ ।କାହାର ଫିଟନେସ କାହାର ଇନସୁରାନ୍ସ ନାହିଁ ତ କିଏ ଟ୍ୟାକ୍ସ ଠିକିଚାଲିଛି ।ସବୁଠାରୁ ବଡକଥା ହେଲା ଟେଣ୍ଡର ସମୟରେ ନନ୍ଦନକାନନ ପକ୍ଷରୁ ରଖାଯାଇଥିବା ସର୍ତ […]

ହେପାଜତରୁ ୨ ଅଭିଯୁକ୍ତ ଚମ୍ପଟ

ମାଲକାନଗିରି,୨୦/୫(ଏସଏସନିଉଜ) ମାଲକାନଗିରି କାଲିମେଳା ମେଡିକାଲକୁ ଚେକଅପ୍ ପାଇଁ ଆସିଥିବା ୨ ଅଭିଯୁକ୍ତ ପୋଲିସ କବଳରୁ ଖସି ପଳାଇଛନ୍ତି । ବୁଧବାର ଗଞ୍ଜେଇ ଚାଲାଣ ବେଳେ ଏହି ୨ ଅଭିଯୁକ୍ତକୁ ଧରିଥିଲା ପୋଲିସ । କୋର୍ଟଚାଲାଣ ପୂର୍ବରୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲକୁ ଚେକଅପ୍ ପାଇଁ ଏହି ୨ ଅଭିଯୁକ୍ତଙ୍କୁ ପୋଲିସ ଆଣିଥିବାବେଳେ ପୋଲିସ ଆଖିରେ ଧୁଳିଦେଇ ଖସିଯାଇଥିଲେ ।ଏହାପରେ ପୋଲିସ ନିକଟ ଜଙ୍ଗଲରୁ ଜଣଙ୍କୁ ଧରିଥିବାବେଳେ ଅନ୍ୟ ଜଣେ ଏବେ ବି ଫେରାର ଥିବା ଜଣାପଡିଛି ।

ନନ୍ଦନକାନନରେ ପଶିଲା ଦନ୍ତା

ବାରଙ୍ଗ,୧୯/୫(ଏସଏସନିଉଜ)ପୁଣି ନନ୍ଦନକାନନରେ ପଶିଛି ଦନ୍ତାହାତୀ ।ବୁଧବାର ବିଳମ୍ଭିତ ରାତିରେ ହାତୀଟି ଚନ୍ଦକା ଜଙ୍ଗଲରୁ ବାହାରି ନନ୍ଦନକାନନର ସୁରକ୍ଷା ପ୍ରାଚୀର ଭାଙ୍ଗି ଭିତରେ ପଶିଛି । ନନ୍ଦନକାନନର ପୁଣି ୪ଟିସ୍ଥାନରେ ତାରଜାଲି ଭାଙ୍ଗି ଘାସପାର୍କ ଓ ଭାଲୁସଫାରୀ ମଧ୍ୟରେ ଥିବା ଜଙ୍ଗଲରେ ରହିଥିବାର ଗୁରୁବାର ସକାଳେ ଜଣାପଡିଥିଲା ।ତେବେ ଏହି ହନ୍ତାହାତୀଟି ବହୁବାର ନନ୍ଦନକାନନକୁ ଆସିବା ସହ ବ୍ୟାପକ ନଷ୍ଟ ମଧ୍ୟ କରିଛି । ହନ୍ତାହାତୀ ନନ୍ଦନକାନନକୁ ଆସିବା ନୁଆ କଥା ହୋଇନଥିବାବେଳେ ଏହାର ସ୍ଥାୟୀ ପ୍ରତିକାର ପାଇଁ […]