Browsing author

SATYA SANDHANA DESK

ଆଜିର ରାଶିଫଳ

ଶୁକ୍ରବାର,୨୦୨୨ ମସିହା ମଇ ମାସ ୨୦ ତାରିଖ, ଜେଷ୍ଠ ମାସ- କୃଷ୍ଣପକ୍ଷ, ତିଥି- ପଞ୍ଚମୀ , ସୁର୍ୟୋଦୟ -ପ୍ରାତଃ ଘ୫/୧୩/୨୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୨/୦୬,ଯାତ୍ରା ଶୁଭ,ବ୍ରତପୟୋନ, ବିବାହ ଓ ପାଣିଗ୍ରହଣ,ବିଛା, ଧନୁ ଓ ମୀନର ଘାତବାର,ସିଂହ ରାଶିର ଘାତଚନ୍ଦ୍ର,ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବେଲ ଦିବା ଘ୫/୨୯ ଗତେ ନିମ୍ବ ଭକ୍ଷଣ ନିଷେଧ। 🐏ମେଷ👉ଆଜି ଆପଣ ଘରେ ଝଗଡ଼଼ା କରିପାରନ୍ତି, ନିଜ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ଏହି ଝଗଡ଼ା ଘରର ସଫା ସୁତୁରା କିମ୍ବା କର୍ତ୍ତବ୍ୟକୁ […]

କଟକଚଣ୍ଡୀ ମନ୍ଦିରର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

କଟକ,୧୯/୫(ଏସ ଏସ ନିଉଜ)କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀ । ହଜ଼ାର ହଜ଼ାର ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ପୀଠ.ଏହି ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ଏଥିପାଇଁ ଖର୍ଚ୍ଚ ହେବ ୭୦ କୋଟି ଟଙ୍କା । ଭକ୍ତ ମାନଙ୍କ ପାଇଁ ବିଭନ୍ନ ସୁବିଧା ସୁଯୋଗ ସହିତ ଏକ ସୁନ୍ଦର ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯିବ। କାମ ଏକ ବର୍ଷରେ ଶେଷ ହେବ।5T initiative ଅଧୀନରେ integrated […]

ରାଜଧାନୀରେ ଚର୍ଚ୍ଚା…

ଭୁବନେଶ୍ବର’୧୯/୫(ଏସ ଏସ ନିଉଜ) ଇନଫୋସିସ୍ ଥାନା ଅଧୀନ ଶିଖରଚଣ୍ଡୀ ପାହାଡ଼ରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର କରିଛି ପୋଲିସ ।ବିଳମ୍ବିତ ରାତ୍ରିରେ ଯୁବକଙ୍କୁ ହତ୍ୟା କରିବା ପରେ ହତ୍ୟାକାରୀମାନେ ଶବକୁ ଜାଳି ଦେବାକୁ ପ୍ରୟାସ କରିଥିବାର ଅନୁମାନ କରିଛି ପୋଲିସ ।ମୃତ ଯୁବକ ହେଉଛନ୍ତି ନନ୍ଦନକାନନ ଥାନା ଅଧିନସ୍ତ ବାଲିପଡ଼ା ଗ୍ରାମର ଲଲାଟେନ୍ଦୁ ପ୍ରଧାନଙ୍କ ୨୨ ବର୍ଷ ପୁଅ ଅବିନାଶ ପ୍ରଧାନ ।ଅବିନାଶକୁ କାହିଁକି ହତ୍ୟା କରି ପୋଡିବା ଭଳି ଜଘନ୍ୟ କାମ କରାଗଲା ତାହାକୁ ନେଇ […]

ଆଜିର ରାଶିଫଳ

ଗୁରୁବାର୨୦୨୨ ମସିହା ଅଦ୍ୟ ମେଂ ମାସ ୧୯ତାରିଖ,ଜେଷ୍ଠ ମାସ- କୃଷ୍ଣପକ୍ଷ,ତିଥି- ଚର୍ତୁର୍ଥୀ , ସୁର୍ୟୋଦୟ ପ୍ରାତଃ ଘ୫/୧୩ /୩୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/ ୧୧/୪୩,ତୁଳା ଓ କୁମ୍ଭର ଘାତବାର, ତୁଳା ଓ କୁମ୍ଭ ରାଶି ର ଘାତଚନ୍ଦ୍ର,ଚର୍ତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୂଳାଭକ୍ଷଣ ନିଷେଧ। 🐏ମେଷ👉 ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶ ଯିବା ଲୋକ […]

ଗ୍ୟାସ ଚୁଲାରୁ ବାହାରିଲା ନାଗସାପ

ବାରଙ୍ଗ,୧୮/୫(ଏସଏସନିଉଜ)ଚନ୍ଦକା ଥାନା ଅନ୍ତର୍ଗତ ଭୋଳା ଗ୍ରାମର ଚନ୍ଦନ ବେହେରାଙ୍କ ଘର ଗ୍ୟାସ ଚୁଲାରେ ପଶି ରହିଥିବା ଏକ ନାଗସାପକୁ ମଙ୍ଗଳବାର ରାତିରେ ଉଦ୍ଧାର କରାଯାଇଛି ।୫ଫୁଟ ଲମ୍ବର ଏହି ନାଗ ସାପଟି ଗ୍ୟାସ ଚୁଲାରେ ପଶି ରହିଥିବାର ସନ୍ଧ୍ୟାରେ ଘରର ମହିଳା ରୋଷେଇ କରିବାକୁ ଯିବାବେଳେ ଜାଣିବାକୁ ପାଇଥିଲେ ।ଏହାପରେ ମେଣ୍ଢାଶାଳ ଗ୍ରାମର ସାପଧରାଳି ସଂଯୁକ୍ତ ପାତ୍ରଙ୍କୁ ସାପକୁ ଧରିବା ପାଇଁ ଖବର ଦିଆଯାଇଥିଲା ।ପାତ୍ର ଘଟଣାସ୍ଥଳକୁ ଯାଇ ସାପଟିକୁ ଧରି ଚନ୍ଦକା ଜଙ୍ଗଲରେ ଛାଡିଥିଲେ ।(ପଦ୍ମଚରଣବଡଜେନାଙ୍କ […]

ତାରାତାରିଣୀପୀଠରେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ,୧୮/୫(ଏସଏସନିଉଜ) ତାରାତାରିଣୀ ପୀଠରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ।ଏଥିପାଇଁ ପୁରୁଷୋତ୍ତମପୁରରେ ଏକ ଅସ୍ଥାୟୀ ହେଲିପ୍ୟାଡ୍ କରାଯାଇଥିଲା । ଶକ୍ତିପୀଠ ମାଆ ତାରାତାରିଣୀରେ ଚାଲିଛି ମନ୍ଦିର ପ୍ରତିଷ୍ଠା ଦିବସ। ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ। ଏହାସହ ବ୍ୟାଖ୍ୟାନ କେନ୍ଦ୍ର, ପ୍ରସାଦ ସେବନ ହଲ୍‌ର ମଧ୍ୟ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!  

ବାହା ହେବେ ତିର୍ତ୍ତୋଲ ବିଧାୟକ

ଜଗତସିଂହପୁର,୧୮/୫(ଏସଏସନିଉଜ)ବିଭା ହେବେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ ତଥା ତିର୍ତ୍ତୋଲର ଯୁବ ବିଜେଡ଼ି ବିଧାୟକ ବିଜୟ ଶଙ୍କର ଦାସ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଦେଉଳିଗ୍ରାମେଶ୍ୱର ଅଞ୍ଚଳର ସଂଗ୍ରାମ କେଶରୀ ଦାଶଙ୍କ ଝିଅ ସୋମାଲିକା ଦାଶଙ୍କୁ ବିବାହ କରିବାକୁ ଯାଉଛନ୍ତି ।ଏଥିନିମନ୍ତେ ୍‌ତକାଲି ଜଗତସିଂହପୁର ସବରେଜିଷ୍ଟ୍ରରଙ୍କ କାର‌୍ୟ୍ୟାଳୟରେ ଆବେଦନ କରାଯାଇଛି । ଉଭୟ ବିଜୟ ଶଙ୍କର ଓ ତାଙ୍କ ପ୍ରେମିକା ସୋମାଲିକା […]

ପାଣିଟାଙ୍କି ତଳେ ପଡ଼ିଛି ମୃତଦେହ

କଟକ, ୧୮/୫(ଏସଏସନିଉଜ)ବିଡାନାସି ଥାନା ଅନ୍ତର୍ଗତ କୃଷକ ବଜାର ପାଣିଟାଙ୍କିଠାରେ ଏକ ଅଜଣା ମହିଳାଙ୍କ ମୃତଦେହକୁ ଜବତ କରିଛି ପୋଲିସ । ଅଜଣା ମହିଳାଙ୍କ ମୃତ ଦେହ ପଡିଥିବାବେଦେଖି ସ୍ଥାନୀୟ ଲୋକ ପୋଲିସ କୁ ଖବର ଦେଇଥିଲେ ।ମୃତ ମହିଳା ଜଣଙ୍କର ବୟସ ୨୫ରୁ ୩୦ ବର୍ଷ ହୋଇଥିବାର ଅନୁମାନ କରାଯାଉଥିବାବେଳେ ତାଙ୍କର କୌଣସି ପରିଚୟ ମିଳିପାରିନାହିଁ। ମହିଳାଙ୍କ ମୃତ ଶରୀର ପାଖରେ ଏକ ଚାରି ଚକିଆ ଗାଡିର ଚକା ପଡିଥିବା ଜଣାପଡୁଥିବାବେଳେ ପାଖରେ ମଦ ବୋତଲ ମଧ୍ୟ […]

ରାଜଧାନୀରେ ପୁଣି ଫୁଟିଲା ଗୁଳି

ଭୁବନେଶ୍ବର, ୧୮/୫(ଏସଏସନିଉଜ) ଗତକାଲି ସଂଧ୍ୟାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସିଆର୍‌ପି ଛକସ୍ଥିତ ଫୁଡ୍ ଷ୍ଟଲ୍ ନିକଟରେ ଗୁଳି ଫୁଟିଛି। ସଂଧ୍ୟା ସାଢ଼େ ୬ଟା ପାଖାପାଖି ବିନୟ ଆଚାର‌୍ୟ୍ୟ ନାମକ ଯୁବକ ଥିବା ଏକ ପାନ ଦୋକାନକୁ ବନ୍ଦ କରାଇବା ସହ ୨ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ। ଏହାକୁ ଦେଖି ଫୁଡ୍ ଷ୍ଟଲ୍ ନିକଟ‌ିରେ ଉପସ୍ଥିତ ଶହଶହ ଲୋକ ଆତଙ୍କିତ ହୋଇପଡ଼ିଥିଲେ। ବିନୟ ଗୁଳିଫୁଟାଇଥିବାର ପୋଲିସ ଜାଣିବାପରେ ବିଳମ୍ବିତ ରାତିରେ ନୂଆପଲ୍ଲୀ ଥାନା ପୁଲିସ […]

କଳ୍ପନାରୁ ୨ଛାତ୍ରୀ ଉଦ୍ଧାର

ଭୁବନେଶ୍ବର, ୧୮/୫(ଏସଏସନିଉଜ) ଦୁଇ ନାବାଳିକାଙ୍କୁ ଛୁରୀ ଦେଖାଇ ଭୟଭିତ କରାଇ ଅପହରଣ କରି ବସରେ ନେଉଥିବାବେଳେ ଧରାପଡିଛି ।ହେଲେ ନାବାଳିକାଦ୍ୱୟ ଉଦ୍ଧାର ହୋଇଥିବାବେଳେ ଅପହରଣକାରୀ ଖସି ପଳାଇଯଇଛନ୍ତି ୩ଜଣ ଯୁବକ ୨ଜଣ ନାବାଳିକାଙ୍କୁ ଶାନ୍ତିଲତା ବସରେ ଭୁବନେଶ୍ବରରୁ ପୁରୀ ନେଉଥିବାର ସୁଚନାପାଇ ଚାଇଲ୍ଡଲାଇନ୍ ନିର୍ଦ୍ଦେଶକ ବେଣୁଧର ସେନାପତି କଳ୍ପନା ଛକରେ ଏହି ବସକୁ ରୋକିଥିଲେ ।ଘଟଣାସ୍ଥଳରୁ ୩ ଦୁର୍ବୃତ୍ତ ଖସିଯାଇଥିବାବେଳେ ୨ ନାବାଳିକାଙ୍କୁ ଉଦ୍ଧାର କାରଯାଇ ଅତିରିକ୍ତ ସିଡବ୍ଲୁସିରେ ହାଜର କରାଇବା ପରେ ତମାଣ୍ଡୋ ଥାନା ଅନ୍ତର୍ଗତ […]