ବାହା ହେବେ ତିର୍ତ୍ତୋଲ ବିଧାୟକ

ଜଗତସିଂହପୁର,୧୮/୫(ଏସଏସନିଉଜ)ବିଭା ହେବେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ ତଥା ତିର୍ତ୍ତୋଲର ଯୁବ ବିଜେଡ଼ି ବିଧାୟକ ବିଜୟ ଶଙ୍କର ଦାସ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଦେଉଳିଗ୍ରାମେଶ୍ୱର ଅଞ୍ଚଳର ସଂଗ୍ରାମ କେଶରୀ ଦାଶଙ୍କ ଝିଅ ସୋମାଲିକା ଦାଶଙ୍କୁ ବିବାହ କରିବାକୁ ଯାଉଛନ୍ତି ।ଏଥିନିମନ୍ତେ ୍‌ତକାଲି ଜଗତସିଂହପୁର ସବରେଜିଷ୍ଟ୍ରରଙ୍କ କାର‌୍ୟ୍ୟାଳୟରେ ଆବେଦନ କରାଯାଇଛି । ଉଭୟ ବିଜୟ ଶଙ୍କର ଓ ତାଙ୍କ ପ୍ରେମିକା ସୋମାଲିକା ଦାଶ ଜଗତସିଂହପୁର ସବ ରେଜିଷ୍ଟରଙ୍କ ଅଫିସରେ ପହଞ୍ଚି ରେଜେଷ୍ଟ୍ରି ମ୍ୟାରେଜ ପାଇଁ ଆବେଦନ କରିଛନ୍ତି ।

 

Comments (0)
Add Comment