Browsing author

SATYA SANDHANA DESK

ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ଆବଶ୍ୟକ -ଅନୁଭବ

ଟିଟିଲାଗଡ଼,୬।୧୨(ଏସଏସନିଉଜ) ହ୍ୟୁମାନ ସାଗରଙ୍କ ମୃତ୍ୟୁର ତଦନ୍ତ ଦାବି କଲେ ଅନୁଭବ ମହାନ୍ତି।ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେବାକୁ ଆସି ହ୍ୟୁମାନଙ୍କ ମାଙ୍କୁ ଭେଟିଲେ।ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ହେବା ସହ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି କହିଲେ।ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧ କରିବି ବୋଲି କହିଛନ୍ତି ଅନୁଭବ ମହାନ୍ତି।

ଆଜିର ରାଶିଫଳ

ଡିସେମ୍ବରମାସ ୦୭ତାରିଖ ୨୦୨୫ମସିହା (ରବିବାର) ପୌଷ ମାସ- କୃଷ୍ଣପକ୍ଷ,ତିଥି-ତୃତୀୟା ରାତ୍ରି ଘ୦୬/୪୫ ଗତେ ଚତୁର୍ଥୀ,ନକ୍ଷତ୍ର-ଆର୍ଦ୍ରା ଦିବା ଘ୦୭/୦୩ ଗତେ ପୁନର୍ବସୁ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୨/୪୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୫୪,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୬/୪୫ ଗତେ ନୈରୁତକୋଣେ,କନ୍ୟା ରାଶି ର ଘାତଚନ୍ଦ୍ର,ମେଷ ରାଶିର ଘାତବାର,ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଏକ ପାଦ ଓ ଦିବା ଘ୦୭/୦୩ ଗତେ ଦ୍ଵିପାଦ ରାତ୍ରି ଘ୦୫/୦୨ ଗତେ ଏକ ପାଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା- ଦିବା ଘ୧୦/୧୫ ଗତେ ଘ୦୧/୦୨ ମଧ୍ୟେ,ବିଶୁଦ୍ଧ ଅମୃତ […]

ଆଜିର ରାଶିଫଳ

ବାଟଓଷା,୬-୧୨-୨୦୨୫(ଶନିବାର)ଅଦ୍ଯ ବିଛା ଦି୨୧ନ,ପୈ।ଷ କୃଷ୍ଣ ଦ୍ଵିତୀୟା ଦ ୩୮।୪୨ ରାଘ୯।୪୦,ମୃଗଶିରା ଦ ୮।୩୧ ଦିଘ୯।୩୫,ମିଥୁନ ଚନ୍ଦ୍ର ଦ୬୦ ନିଶାନ୍ତ।ବିଛା ଦ୩/୪୪/୦ ଇଂଘ୬/ ୧୧/୧୦ ଗତେ ଉଦୟ।ବୃଷ ଦ୩/୨୫/୨୦ ଇଂଘ ୫/୨/୪୧ ଗତେ ଅସ୍ତ ।ଯୋଗିନୀ ଉତ୍ତରେ । ରାତ୍ରି ଘ୯ ।୪୦ ଗତେ ଅଗ୍ନିକୋଣେ । ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶି ମାନଙ୍କର ତାରା ଚନ୍ଦ୍ର ଶୁଦ୍ଧି । ଦିବା ଘ୯।୩୫ ଗତେ ପୁନର୍ବସୁ ପୁଷ୍ୟା ମଘା ଉତ୍ତରାଫାଃ ଚିତ୍ରା […]

ସାବଧାନ ! ମହାନଦୀରେ ବୁଲୁଛି ବିରାଟ କୁମ୍ଭୀର

ବାରଙ୍ଗ, ୫।୧୨(ଏସଏସନିଉଜ)ମୁଣ୍ଡଳୀ ବ୍ୟାରେଜ ନିକଟସ୍ଥ ମହାନଦୀରେ ଏକ ବିରାଟକୁମ୍ଭୀର ପଠାରେ ଶୋଇଥିବାରଶୁକ୍ରବାର ସକାଳୁ ଦେଖିବାକୁ ମିଳିଛି।ଏହି ଘଟଣା ପ୍ରଚାରିତ ହେବାପରେ ଦେଖଣା ହାରୀଙ୍କ ଭିଡ ଲାଗି ରହିଥିଲା।ଖବର ପାଇ ପୋଲିସ ଓ ଜଙ୍ଗଲ ବିଭାଗ କର୍ମଚାରୀମାନେ ଆସି ପହଂଚିଥିଲେ।ପରେ ବନବିଭାଗ କର୍ମଚାରୀମାନେ ଆସି ନଦୀମଧ୍ଯକୁ ପଶି କୁମ୍ଭୀର ପାଖକୁ ଯିବା ପାଇଁ ଉଦ୍ୟମ କରୁଥିବା ବେଳେ କୁମ୍ଭୀରଟି ନଦୀମଧ୍ଯକୁ ପଳାଇଯାଇଥିଲା।ଏହି ଘଟଣା ପରେ ନଦୀକୂଳିଆ ଗ୍ରାମବାସୀମାନଙ୍କ ମଧ୍ୟରେ ଛନକା ପଶିଯାଇଛି।

ନନ୍ଦନକାନନକୁ ଆସିଲା ପାଣିଓଧ ସମେତ ୧୯

ଭୁବନେଶ୍ଵର,୫।୧୨(ଏସଏସନିଉଜ)ଶୁକ୍ରବାର ବଢ଼ିଭୋର ସମୟରେନନ୍ଦନକାନନ ପ୍ରାଣୀଉଦ୍ୟାନକୁ ପଶୁପକ୍ଷୀ ଅଦଳବଦଳ ପ୍ରକିୟାରେ ୧୯ଟି ନୂଆ ଅତିଥି ଆସି ପହଂଚିଛନ୍ତି। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ ଚଳିତ ବର୍ଷ୨୦୨୫-୨୬ ମସିହାର ପ୍ରଥମ ପର୍ଯ୍ୟାୟ ଅଦଳବଦଳ ପ୍ରକିୟା ନନ୍ଦନକାନନ ଓ ଗୁଜୁରାଟର ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପ୍ରାଣୀଉଦ୍ୟାନ ମଧ୍ୟରେ ହୋଇଛି। ଆସିଥିବା ନୂଆ ଅତିଥିମାନେ ହେଲେ ୩ ପୁରୁଷ ଓ ୨ ମାଈକୁ ମିଶାଇ ୫ପାଣି ଓଧ,୨ ପୁରୁଷ ଭାରତୀୟ ଧୂସର ଗଧିଆ,୫ ପୁରୁଷ ଓ ୫ ମାଈକୁ ମିଶାଇ ୧୦ […]

ଧନୁଯାତ୍ରା ପାଇଁ ୧ କୋଟି

ଭୁବନେଶ୍ୱର,୪।୧୨(ଏସଏସନିଉଜ)ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ପାଇଁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।ଏହାସହ ୨୦୦ କଳାକାର ମାନଙ୍କୁ ୧୦ ହଜାର ଲେଖାଏଁ ସମ୍ମାନ ସୂଚକ ରାଶି ମିଳିବ।ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଅର୍ଥ ରାଶି ମଞ୍ଜୁର ହୋଇଛି।ଚଳିତ ବର୍ଷ ଡ଼ିସେମ୍ବର ୨୪ରୁ ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଧନୁଯାତ୍ରା ହେବ।ଏଲଇଡି ପରଦା ମାଧ୍ୟମରେ ଧନୁଯାତ୍ରା ମହୋତ୍ସବର ମଧ୍ୟ ସିଧାପ୍ରସାରଣ ହେବ।

ଆଜିର ରାଶିଫଳ

ଡିସେମ୍ବରମାସ୦୫ତାରିଖ୨୦୨୫ମସିହା(ଶୁକ୍ରବାର)ମାର୍ଗଶୀରମାସ- ଶୁକ୍ଳପକ୍ଷ ,ତିଥି-ପ୍ରତିପଦ ରାତ୍ରି ଘ୦୧/୦୬ ଗତେ ଦ୍ଵିତୀୟା ,ନକ୍ଷତ୍ର-ରୋହିଣୀ ଦିବା ଘ୧୨/ ୨୭ଗତେ ମୃର୍ଗଶିରା ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୧/୩୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୨୯ ,ଯୋଗିନୀ ପୂର୍ବେ ରାତ୍ରି ଘ୦୧/୦୫ଗତେ ଉତ୍ତରେ ,ବିଛାରାଶିର ଘାତଚନ୍ଦ୍ର ,ବିଛା,ଧନୁ ଓ ମୀନରାଶିର ଘାତବାର ,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମୃତେ ରାତ୍ରି ଘ୦୧/୦୫ଗତେ ଏକ ପାଦ ପୁଷ୍କର ଦୋଷ ,କାଳବେଳା ଓ ବାରବେଳା- ଦିବା ଘ୦୮/୫୩ ଗତେ ଘ୧୧/୩୭ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୦ ମଧ୍ୟେ ଓ ଘ୦୭/୪୭ଗତେ […]

ବିଲଡର ଜମିରେ ସରକାରୀ ଟଙ୍କା ବିନିଯୋଗ ଉଦ୍ୟମ!

କଟକ, ୪।୧୨(ଏସଏସନିଉଜ) କୁହ୍ନେଇଁପଡା ଗ୍ରାମ ପଞ୍ଚାୟତର ଭୁବନପୁର ଗ୍ରାମରେ ଏକ ବିଲଡର ଜମିରେ ସରକାରୀ ଅନୁଦାନରେ କରାଯିବାକୁ ଥିବା ରାସ୍ତା ନିର୍ମାଣ କାର୍ଯ୍ୟକୁ ଗ୍ରାମବାସୀଙ୍କ ପକ୍ଷରୁ ବିରୋଧ କରାଯାଉଛି। ପ୍ରକାଶଯେ, ବାରଙ୍ଗବ୍ଲକ ପକ୍ଷରୁ ଭୁବନପୁର ଗ୍ରାମର କଚ୍ଚାମୁଖ୍ୟରାସ୍ତାକୁ ପକ୍କା ରାସ୍ତା କରିବା ପାଇ ସରକାରୀ ଅନୁଦାନ ୪ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ରାସ୍ତା ନିର୍ମାଣ କାର୍ଯ୍ୟରେ ଜମି ବ୍ୟବସାୟୀଙ୍କ କିଛି ବେସରକାରୀ ଜମି ରହୁଥିବାର ଜଣାପଡି ଛି।ଏହି ଜାଗାରେ ପକ୍କା ରାସ୍ତା କରିବା […]

ନନ୍ଦନକାନନକୁ ଆଫ୍ରିକାରୁ ଆସିବ ଚିତା ବାଘ

ଭୁବନେଶ୍ୱର,୪।୧୨(ଏସଏସନିଉଜ) ଓଡ଼ିଶା ମାଟିରେ ଦୌଡ଼ିବ ଆଫ୍ରିକା ଚିତା। ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଦେଖିବାକୁ ମିଳିବ ଚିତାବାଘ। ନନ୍ଦନକାନନର ଖୁଆଡ଼ ମଧ୍ୟରେ ପର୍ଯ୍ୟଟକମାନେ ଚିତା ଦେଖିବାର ସୁଯୋଗ ପାଇବେ ଓ ଏହାର ଭରପୁର ମଜା ଉଠାଇପାରିବେ। ପୂର୍ବରୁ ଭାରତରେ ଚିତା ରହିଥିଲେ। ହେଲେ ଅବାଧ ଶୀକାର ଓ ସମୟକ୍ରମେ ଧୀରେଧୀରେ ଏମାନଙ୍କ ସଂଖ୍ୟା ହ୍ରାସ ପାଇ ଭାରତରୁ ଚିତା ବଂଶ ଲୋପ ପାଇଯାଇଛି। ଭାରତରେ ପୁଣି ଚିତାବଂଶ ବୃଦ୍ଧି ତଥା ଭାରତରେ ଚିତାଙ୍କ ଉପସ୍ଥିତି ଜାହିର କରିବା ପାଇଁ ‘ପ୍ରୋଜେକ୍ଟ […]

ଆଶା ହରାନ୍ତୁ ନାହିଁ…

ଭୁବନେଶ୍ୱର,୩।୧୨(ଏସଏସନିଉଜ)ଭିନ୍ନକ୍ଷମମାନଙ୍କ ସମସ୍ୟା ଉପରେ ଆମ ସରକାର ସବୁବେଳେ ପ୍ରାଥମିକତା ଦେଉଛି, ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଓ ଯତ୍ନ ପ୍ରଦାନ କରି ସାମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆମ ସରକାର ଗୁରୁତ୍ୱ ଦେଇ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ- ୨୦୨୫ ଅବସରରେ ଉଦ୍‌ବୋଧନ ଦେଇ କହିଛନ୍ତି ।ଭୁବନେଶ୍ୱର SOA ଅଡିଟୋରିଅମ ଠାରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଚଳିତ ମାସ […]