Browsing author

SATYA SANDHANA DESK

୫୩ ଛାତ୍ରୀଙ୍କର ଚିହ୍ନଟ ହେଲା କରୋନା ପଜିଟିଭ୍

ସୁନ୍ଦରଗଡ଼,୨୩/୧୧(ଏସଏସନିୟୁଜ) ୫୩ ଛାତ୍ରୀଙ୍କର ଚିହ୍ନଟ ହୋଇଛି କରୋନା ପଜିଟିଭ୍ । ସେଣ୍ଟ ମେରି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଏହି ଘଟଣା ଘଟିଛି । ସମସ୍ତ ଛାତ୍ରୀମାନେ ସ୍କୁଲ ହଷ୍ଟେଲରେ ରହୁଥିଲେ । ଛାତ୍ରୀମାନଙ୍କର ପଜିଟିଭ୍ ଜଣାପଡିବାପରେ ସଙ୍ଗରୋଧରେ ରଖାଯିବାସହ ୭ ଦିନ ପାଇଁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।ତେବେ ସମସ୍ତ ଛାତ୍ରୀମାନଙ୍କର ସ୍ୱାସ୍ଥ୍ୟବସ୍ଥା ଭଲରହିଥିବାର ଜଣାପଡିଛି ।ସେହିଭଳିଭାବେ ବୁର୍ଲା ମେଡିକାଲ କଲେଜର ୨୨ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି ।  

ବନ୍ଦ କୋଠରୀରୁ ବିପୁଳ ପରିମାଣର ବିଦେଶୀମଦ ଜବତ

ଆସ୍କା,୨୩/୧୧(ଏସଏସନିୟୁଜ)ଆସିକା ବ୍ଲକ ଅନ୍ତର୍ଗତ କେନ୍ଦୁପଦର ନିକଟ ଏକ ବନ୍ଦ କୋଠରୀରୁ ବିପୁଳ ପରିମାଣର ବିଦେଶୀ ଚୋରମଦ ଜବତ ହୋଇଛି । କଟକ ଅବକାରୀ ଫ୍ଲାଇଙ୍ଗ ସ୍କାର୍ଡ ଟିମ ଓ ଗାଙ୍ଗପୁର ଥାନା ପୋଲିସ ଅଚାନକ ଚଢ଼ାଉ କରିଥିବା ଜଣାପଡିଛି. ଆରକ୍ଷୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ୧୬ଜଣିଆ ଟିମ ଘଟଣା ସ୍ଥଳରେ ପହଂଚି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବାସହ ଏହିଘଟଣାରେ କେନ୍ଦୁପଦର ଗ୍ରାମର ଶିବରାମ ଚୌଧୁରୀ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି । ଜବତବିଦେଶୀମଦର […]

ଆଜିର ଅନୁଚିନ୍ତା

🦋ଯେମିତି ସୂର୍ଯ୍ୟ ଅସ୍ତ ହେଲାପରେ ଆକାଶ ର ରଙ୍ଗ ଆପେ ଆପେ ବଦଳି ଯାଏ ଠିକ୍ ସେମିତି ଦୁଖଃ ସମୟରେ ଅତି ଆପଣାର ଭାବୁଥିବା ଲୋକ ମଧ୍ୟ ଏଠି ଠିକଣା ବଦଳାଇ ଦିଅନ୍ତି । 🦋ନିଜକୁ ଛୋଟ ମନେ କରି କାହା ଗୋଡ଼ ଧରିବା ଅପେକ୍ଷା ଚେଷ୍ଟା କରନ୍ତୁ ନିଜେ କେମିତି ବଡ଼ ହେବାକୁ କାରଣ ନିଜ ଭିତରେ ଥିବା ଆତ୍ମବିଶ୍ୱାସ ହିଁ ସଫଳତାର ଶିଖର ଛୁଆଇଁ ଥାଏ । 🦋ମଣିଷ ଯେତେବି ଗର୍ବୀ ହେଇଥାଉନା କାହିଁକି, […]

🙏ମାଁ ପରମେଶ୍ବରୀ ନମଃ🙏ମାସ- ମାର୍ଗଶୀର,ପକ୍ଷ-କୃଷ୍ଣ,ତିଥି- ଚତୁର୍ଥୀ ରାତ୍ରି ଘ୧୨-୫୯ମି ଗତେ ପଞ୍ଚମୀ,ସୁର୍ୟୋଦୟସୂର୍ଯ୍ୟା ଦୟ-ପ୍ରାତଃ ଘ୦୬ -୦୨ -୦୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫-୦୬-୫୬,ଚନ୍ଦ୍ର ଶୁଦ୍ଧି- ମେଷ ମିଥୁନ କର୍କଟ ସିଂହ ଧନୁ ମକର ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର କନ୍ୟା ରାଶିର ଘାତ ଚନ୍ଦ୍ର,ନିଷିଦ୍ଧ ଖାଦ୍ୟ- ମୂଳା ରାତ୍ରି ଘ୧୨-୫୯ମି ଗତେ ବେଳ ଓ ପଣସ ଭକ୍ଷଣ ନିଷେଧ👉🏿ମେଷ: ପରିଶ୍ରମ👉🏿ବୃଷ: ପରାଧୀନ👉🏿ମିଥୁନ:ଶ୍ରୀ ଚନ୍ଦ୍ର👉🏿 କର୍କଟ:ପଥରୋଧ👉🏿 ସିଂହ: ଆୟଯୋଗ👉🏿 କନ୍ୟା: ଘାତ ଚନ୍ଦ୍ର👉🏿 ତୁଳା: […]

ଡାକ୍ତର ଓ କର୍ମଚାରୀମାନଙ୍କର ଦାୟିତ୍ୱ ଯାଂଚ କଲେ ଜିଲ୍ଲା ଆଇନସେବା ପ୍ରାଧିକରଣ ଟିମ୍‌

ବାରଙ୍ଗ,୨୨/୧୧(ଏସଏସନିୟୁଜ) ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଗଠିତ ୪ଜଣିଆ ଟିମ୍ ସୋମବାର ପ୍ରଥମକରି ବାରଙ୍ଗ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ଅଚାନକ ଚଢ଼ାଉ କରିଥିଲେ।ଡାକ୍ତର ଓ କର୍ମଚାରୀ ମାନଙ୍କର ଦାୟିତ୍ୱ ଯାଂଚ କରିବା ଉଦ୍ଦେଶ୍ୟରେ ଅଚାନକ ଏହି ଟିମ୍ ପ୍ରଥମକରି ବାରଙ୍ଗ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଁଚିଥିଲା ।ଏହି ଟିମ୍ ଡାକ୍ତର ଖାନାରେ ପହଂଚିବାପରେ ସେଠରେ କେନ୍ଦ୍ର ମୁଖ୍ୟ ଡାକ୍ତର ମିନାକ୍ଷୀ ମାରାଣ୍ଡି, ଆୟୁଷ ଡ଼ାକ୍ତର ଉଷା ଆଶ୍ରମ ଷଡ଼ଙ୍ଗୀ,ଡ୍ରେସିଂ କର୍ମଚାରୀ ପ୍ରମୁଖ […]

୫ ବନ କର୍ମଚାରୀ ଆହତ

ଖୋର୍ଦ୍ଧା,୨୨/୧୧(ଏସ ଏସ ନିଉଜ) ହାତୀ ଆକ୍ରମଣରେ ୫ ବନ କର୍ମଚାରୀ ଆହତ ହୋଇଛନ୍ତି।ଏହି ଆହତ ମାନଙ୍କ ମଧ୍ୟରେ ଜଣେ ଏସିଏଫ୍ ଙ୍କ ସମେତ ୫ ବନବିଭାଗ କର୍ମଚାରୀ ଥିବାର ଜଣାପଡିଛି । ଜଙ୍କିଆ ଥାନା ଗୟାବନ୍ଧ ଗାଁ ନିକଟରେ ଏହି ଘଟଣା ଘଟିଛି । ହାତୀକୁ ଟ୍ରାଙ୍କୁଲାଇଜ କରି ପାଖକୁ ଯିବାବେଳେ ହାତୀଟି ଆକ୍ରମଣ କରିଥିଲା ।ଟ୍ରଙ୍କୁଲାଇଜ ପରେ ମଧ୍ୟ ହାତୀଟି ସଂପୂର୍ଣ୍ଣ ନିଶ୍ଚେତ ହୋଇ ନଥିବାରୁ ଏପରି ଅଘଟଣ ଘଟିଥିବାର ଜଣାପଡିଛି ।

ମେଡିକାଲରୁ ଫେରିବାବେଳେ ପୁଣି ଦୁର୍ଘଟଣା

ଆନନ୍ଦପୁର,୨୨/୧୧(ଏସ ଏସ ନିଉଜ) ଭାରସାମ୍ୟ ହରାଇ କାର ଟି ଗଛରେ ପିଟିହେବାରୁ କାର ରେ ଥିବା ୪ଜଣ ଗୁରୁତର ଆହତ ହୋଇଛନ୍ତି । ଆନନ୍ଦପୁର-କରଞ୍ଜିଆ ରାସ୍ତାର ଗୋଳାବନ୍ଧ ନିକଟରେ ଦୁର୍ଘଟଣା ଏହି ଦୁର୍ଘଟଣା ଘଟିଛି ।କଟକ ବଡ ମେଡିକାଲରୁ ସୁସ୍ତ ହୋଇ ଜାମସେଦପୁରକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ୪ ଜଣଙ୍କୁ ଗରୁତର ଅବସ୍ଥାରେ ପୁଣି କଟକ ରେ ଭର୍ତି କରାଯାଇଛି ।  

ହାତୀ ପଲ ଭାଙ୍ଗିଲେ ଘର,ଖାଇଲେ ଧାନ

ସୁବର୍ଣ୍ଣପୁର,୨୨/୧(ଏସ ଏସ ନିଉଜ) ଏହି ଜିଲ୍ଲା କୁଦୋପାଲିରେ ଗତକିଛି ଦିନ ହେବ ୩୫ ଟିକିଆ ହାତୀପଲ ଉତ୍ପାତ କରିଚାଲିଛନ୍ତି।ଏହି ହାତୀ ପଲଙ୍କ ଯୋଗୁ ୮ ବଖରା ଘର ଭାଙ୍ଗି ଯାଇଛି।ଏହାସହ ଧାନ ବିଲରେ ଓ ବାଡ଼ିରେ ପଶି ଧାନ ଖାଇଯାଉଛନ୍ତି।ଏତିକିରେ ହାତୀ ପଲଙ୍କ ଉତ୍ପାତ କମିନାହିଁ, ୩ ବାଇକକୁ ମଧ୍ୟ ହାତୀପଲ କଚାଡ଼ି ଭାଙ୍ଗିଥିବା ଅଭିଯୋଗ ହୋଇଛି ।

ପୋଲିସ ପରିଚୟ ଦେଇ ଯୁବକଙ୍କୁ ଅପହରଣ

ବାରଙ୍ଗ,୨୧/୧୧(ଏସଏସନିୟୁଜ)ସାଙ୍ଗ ମାନଙ୍କ ସହ ଆସିଥିଲେ ବୁଲିବାକୁ।କିଛି ବ୍ୟକ୍ତି ସାଧା ପୋଷାକରେ ଆସି ପୋଲିସର ପରିଚୟ ଦେଇ ଯୁବକଙ୍କୁ ଅପହରଣ କଲେ।ଅଧବାଟରେ ମାଡ଼ ମାରି ଟଙ୍କା ଓ ମୋବାଇଲ ଛଡ଼ାଇ ନେଇ ଚଳନ୍ତା ଅଟୋରୁ ଠେଲି ଦେଲେ।ଏ କୌଣସି ଫିଲ୍ମ ର କାହାଣୀ ନୁହେଁ,ଏଭଳି ଘଟଣା ରବିବାର ନନ୍ଦନକାନନ ଥାନା ଅଧିନସ୍ଥ ନନ୍ଦନକାନନଛକରେ ଘଟିଛି । ସୂଚନାନୁସାରେ କଟକର ଏକ ଛାପା କାରଖାନାରେ ଦୀର୍ଘ ୨ ମାସ ହେବ କାର‌୍ୟ୍ୟ କରୁଥିବା ଗଜପତି ଜିଲ୍ଲା ଅଡବା ଥାନା ଆଶ୍ରୟ […]

ଗଂଜେଇ ଗଛରେ ନିଆଁ ଲଗାଇଲା ପୁଲିସ

ମାଲକାନଗିରି, ୨୧/୧୧(ଏସଏସନିୟୁଜ) ଆଜି ଚିତ୍ରକୋଣ୍ଡା ଥାନା ଅଂଚଳର ଗୁଣ୍ଠାଵାଡା ପଞ୍ଚାୟତର କନ୍ଧଗୁଡା ଏବଂ ଗୋଲାପିଗୁଡା ଅଂଚଳରେ ପ୍ରାୟ ୧୧୨ ଏକର ସରକାରୀ ଜମିରେ ଲଗାଯାଇଥିବା ୧ ଲକ୍ଷ ୬୮ ହଜାର ଗଂଜେଇ ଗଛକୁ ନଷ୍ଟ କରିଛି ପୋଲିସ । ନଷ୍ଟ କରାଯାଇଥିବା ଗଂଜେଇ ର ଆନୁମାନିକ ମୂଲ୍ୟ ପ୍ରାୟ ୧୬ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଇଛି। ଏବେ ବି ଚିତ୍ରକୋଣ୍ଡାର ସ୍ବାଭିମାନ ଅଂଚଳରେ ଗଂଜେଇ ଚାଷ ଜୋରସୋରେ ଚାଲିଛି, ଯାହାକୁ ନଷ୍ଟ କରିବା ପାଇଁ ପୁଲିସ […]