Browsing author

SATYA SANDHANA DESK

ହାତୀ ଦାନ୍ତ ସହ ଦୁଇ ଯୁବକ ଗିରଫ

ଦେବଗଡ , ୧୫/୮(ଏସଏସନିୟୁଜ) ମୂଲ୍ୟବାନ ହାତୀ ଦାନ୍ତ ବିକ୍ରି ଚାଲୁଥିବା ବେଳେ ଜଙ୍ଗଲ ବିଭାଗର ସ୍ଵତନ୍ତ୍ର ଟିମ ଚଢାଉ କରି ଭୁତେଲ ଗ୍ରାମର ଶିବ ମାଝୀଙ୍କ ପୁଅ ପବିତ୍ର ମାଝୀ ଓ ମନଫୁଲ ମାଝୀ ନାମକ ଦୁଇ ଜଣଙ୍କୁ ଗିରଫ କରିଛି ।ସେମାନଙ୍କଠାରୁ ୮୦ ସେଣ୍ଟିମିଟର ଲମ୍ବ ଓ ଚାରି କେଜି ସାତ ଶହ ଗ୍ରାମ୍ ଓଜନର ଦୁଇଟି ହାତୀଦାନ୍ତକୁ ଜବତ କରିଛି । ଏହିଘଟଣା ଦେବଗଡ ତିଲେଇବଣୀ ବ୍ଲକ ଅନ୍ତର୍ଗତ ସୋଡ ଗ୍ରାମରେ ଘଟିଛି ।

ରାଜଧାନୀ ରାଜରାସ୍ତାରେ ଯୁବତୀଙ୍କ ହାଇଡ୍ରାମା

ଭୁବନେଶ୍ୱର, ୧୫/୮(ଏସଏସନିୟୁଜ) ରାଜଧାନୀ ରାଜରାସ୍ତାରେ ଯୁବତୀଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି । ମଦ୍ୟପାନ କରି ରୁପାଲୀ ଛକରେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି ।ପୋଲିସ ଆସି ଯୁବତୀଙ୍କୁ ବିଝାଇଥିଲେ ମଧ୍ୟ ପୁଲିସକୁ ଦୁର୍ବ୍ୟବହାର କରିବାକୁ ପଛାଇନାହାନ୍ତି ।ଯୁବତୀଜଣଙ୍କ ଏତେ ନିଶାରେ ଥିଲେ ଯେ ପୋଲିସର ଗାଡିକୁ ବି ଛାଡିନଥିଲେ । ଅବସ୍ଥା ଅସମ୍ଭାଳ ହେବାରୁ ଯୁବତୀଙ୍କୁ ଗିରଫ କଲା ସହିଦନଗର ପୁଲିସ । ଗିରଫ ହୋଇଥିବା ଯୁବତୀ ଜଣକ ହେଉଛନ୍ତି ପଞ୍ଜାବର ଲୁଧିଆନାର ବାସିନ୍ଦା । ସେ […]

ଏଣିକି ସୈନିକ ସ୍କୁଲରେ ପଢିବେ ଝିଅ

ଭୁବନେଶ୍ୱର,୧୫/୮(ଏସଏସନିୟୁଜ) ଏଣିକି ସୈନିକ ସ୍କୁଲରେ ଝିଅମାନଙ୍କୁ ପଢ଼ିବାର ସୁଯୋଗ ମିଳିବ । ପୂର୍ବରୁ କେବଳ ମିଜୋରାମର ସୈନିକ ସ୍କୁଲରେ ଛାତ୍ରୀଙ୍କୁ ପଢିବାକୁ ସୁଯୋଗ ଦିଆଯାଇଥିଲା । କିନ୍ତୁ ଏବେ ଦେଶର ସବୁ ସୈନିକ ସ୍କୁଲରେ ଛାତ୍ରୀଙ୍କୁ ପଢିବାକୁ ସୁଯୋଗ ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରିବାସହ ଅନେକ ବଡ଼ ବଡ଼ ଘୋଷଣା ମଧ୍ୟ କରିଛନ୍ତି ।

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଭୁବନେଶ୍ୱର,୧୫/୮(ଏସଏସନିୟୁଜ) ୭୫ତମ ସ୍ୱାଧୀନତା ଦିବସକୁନେଇ ସବୁଆଡେ ଉତ୍ସବର ମାହୋଲ ରହିଥିବାବେଳେ ଜଙ୍କିଆ ଥାନା ସିକୋ ଫାଣ୍ଡିରେ ଘଟିଛି ଅଘଟଣ ।ଆଜି ସକାଳ୭ଟାରେ ଫାଣ୍ଡି ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଉଥିବାବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଧନେଶ୍ଵର ଦାସ ନାମକ ଗ୍ରାମରକ୍ଷୀ ମୃତ୍ୟୁବରଣ କରିଥିବାବେଳେ କନେଷ୍ଟବଳ ବୀରକିଶୋର ଭୋଳ ଆହତ ହୋଇଛନ୍ତି।ତେବେ ଗୁରୁତର ଥିବା କନେଷ୍ଟବଳଙ୍କୁ ଖୋର୍ଦ୍ଧା ମେଡିକାଲରୁ ଏମ୍ସ କୁ ସ୍ଥାନାନ୍ତରିତ କରାଯାଇଛି।

ନୂଆ ରୂପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା

ଭୁବନେଶ୍ୱର,୧୫/୮(ଏସଏସନିୟୁଜ) ଆଜି ଭୁବନେଶ୍ବର ପଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଅନ୍ୟ ବରପୁତ୍ର ମାନଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଦେଶର ଅଖଣ୍ଡତା ଓ ଶାନ୍ତି […]

ଆଜିର ଅନୁଚିନ୍ତା

🦋ମଣିଷ ପଛରେ ଯିଏ ଚାଲେ.. ● ତା ନାଁ “ଛାୟା” ମଣିଷ ଯାହା ପଛରେ ଚାଲେ.. ●ତା ନାଁ “ମାୟା” 🦋ବିବେକ ହେଉଛି ଏପରି ଏକ ରାସ୍ତା ତାକୁ ଠିକ୍ ଭାବେ ନ ଚିହ୍ନି ହେୟଜ୍ଞାନ କରିଗଲେ ବାଟବଣା ହେବାକୁ ପଡେ, ଅସାବଧାନତାରେ ଗଲେ ଦୁର୍ଘଟଣାର ଶିକାର ହେବାକୁ ପଡିଥାଏ ଆଉ ତାକୁ ଠିକ୍ ଭାବେ ଚିହ୍ନି, ତା ନିୟମ ମାନି ଚାଲିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଆନନ୍ଦ ଉପଭୋଗ କରି ହୋଇଥାଏ । 🦋ନିଜେ ଜଣେ […]

ଆଜିର ରାଶିଫଳ

ଶ୍ରାବଣମାସ-ଶୁକ୍ଳପକ୍ଷ,ତିଥି-ସପ୍ତମୀ,ମେଷ ରାଶିର ଘାତବାର,ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ତାଳ ନଡ଼ିଆ ଭକ୍ଷଣ ନିଷେଧ । ମେଷ-ଆଜି ଆଗରୁ ବାକିରହିଥିବା କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ବୃଥା ବିବାଦ, ଟଣା ଓଟରା ମଧ୍ୟରେ ଆଗକୁ ଯାଇପାରିବେ ନାହିଁ। ବୃଷ-ବାଣିଜ୍ୟ, ସନ୍ତାନଙ୍କ ସମସ୍ୟା ସମାଧାନ ହେବ । ବିବାଦ, ଚୋରି, ବୃଥାଟନଜନିତ ଅପବ୍ୟୟର ସୀମା ଟପିଯିବ। ଗୃହସୀମା, […]

ମହାରାଷ୍ଟ୍ରରେ ହଇଚଇ

➡️୧-ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି କୋବିନ୍ଦ । କହିଲେ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବ । ସେପଟେ ଆଜି ଲାଲକିଲ୍ଲା ରେ ଦେଶବାସୀଙ୍କୁ ସୋମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ➡️୨-ଆସନ୍ତାକାଲି ଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର,ଏଥିପାଇଁ ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ । ➡️୩-ସିବିଏସଇ ଓ ମାଟ୍ରିକ ବୋର୍ଡ ଢାଞ୍ଚାରେ ହେବ ସିଏଚଏସଇର ଯୁକ୍ତ ଦୁଇ ପରୀକ୍ଷା । ୟୁନିଟ ଟେଷ୍ଟ ସହ ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ମାର୍କ ଆଧାରରେ […]

ଭିମସାରରେ ୨ ଶିଶୁ କରୋନା ପଜିଟିଭ୍‌

ସମ୍ବଲପୁର , ୧୪/୮(ଏସଏସନିୟୁଜ)ଆଗକୁ ଆସୁଥିବା ତୃତୀୟ ଲହରରେ ବିଶେଷକରି ଛୋଟ ଛୁଆମାନଙ୍କ ଉପରେ ଏହାର ପ୍ରଭାବ ପଡିବ ବୋଲି ଚର୍ଚ୍ଚା ଯୋର ଧରିଥିବାବେଳେ ଆଜି ବୁର୍ଲା ଭିମସାରରେ ଦୁଇ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରେ ଜଣେ ୮ ମାସର ଶିଶୁ ଓ ଅନ୍ୟ ଜଣେ ୫ ବର୍ଷର ଶିଶୁ କରୋନା ଆକ୍ରାନ୍ତ ହୋଇଥିବାର ଜଣାପଡିଛି । ଉଭୟ ଶିଶୁ ଅସୁସ୍ଥତା ଯୋଗୁଁ ଭିମସାରରେ ଭର୍ତ୍ତି ହୋଇଥିଲେ। ଏମାନଙ୍କୁ ସ୍ୱତନ୍ତ୍ର ଚାଇଲ୍ଡ କୋଭିଡ୍ ୱାର୍ଡରେ ଉଭୟଙ୍କ […]

୧୯ ରୁ ୨୨ ବିଜେପିର ଜନ ଆଶିର୍ବାଦ୍ ଯାତ୍ରା

ଭୁବନେଶ୍ୱର, ୧୪/୮(ଏସଏସନିୟୁଜ) ଅଗଷ୍ଟ ୧୯ ରୁ ୨୨ ପର୍ଯ୍ୟନ୍ତ ଓଡିଶାରେ ବିଜେପି କରିବ ଜନ ଆଶିର୍ବାଦ୍ ଯାତ୍ରା । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅଗଷ୍ଟ ୧୯ରେ ଭୁବନେଶ୍ୱରରେ ପୁରୀରୁ ଏହି ଯାତ୍ରା ଆରମ୍ଭ କରିବେ । ଅଗଷ୍ଟ ୧୯ ରୁ ୨୨ ପର୍ଯ୍ୟନ୍ତ ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଭୁବନେଶ୍ୱର, କଟକ ଏବଂ ଖୋର୍ଦ୍ଧାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବେ। ଏହି ଯାତ୍ରା ସମୟରେ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ […]