Browsing author

SATYA SANDHANA DESK

Folding walker ପ୍ରଦାନ କଲେ ପଞ୍ଚସଖା

ବାରଙ୍ଗ,୯/୮(ଏସ ଏସ ନିୟୁଜ)ଦାଢ଼ା ପଞ୍ଚାୟତ ବାଲିପଡ଼ା ଗ୍ରାମର ଜଣେ ବୃଦ୍ଧା କୁସୁମ ଭୋଇଙ୍କର ଗୋଡ ଭାଙ୍ଗିଯାଇଥିବାରୁ ଚାଲିବା ପାଇଁ ଅସୁବିଧା ହେବା ଜାଣି ପଞ୍ଚସଖା ଚାରିଟେବୁଲ ଟ୍ରଷ୍ଟ ବାଲିପଡ଼ା ସଭାପତି ଜନକ ମାଝୀ,ଅସିତ ସାସ୍ମଲ,ଲଲିଟେନ୍ଦୁ ପ୍ରଧାନ,ଅମୁଲ୍ୟ ଜେନା,ସୁରେଶ ଜେନା ଓ ଉପଦେଷ୍ଟା ଭଗବାନ ଜେନା, ନିରଞ୍ଜନ ପରିଡା ଙ୍କ ତରଫରୁ Folding walker ପ୍ରଦାନ କରାଗଲା.

ଆଜିର ଅନୁଚିନ୍ତା

ନିଜ ଜୀବନକୁ ଅନ୍ୟମାନଙ୍କ ସହିତ ତୁଳନା କରିବା ଅନୁଚିତ…. କାହିଁକିନା ….ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ବି କୌଣସି ତୁଳନା ନାହିଁ, କିନ୍ତୁ ଯେତେବେଳେ ସେମାନଙ୍କର ସମୟ ଆସିଥାଏ ସେତେବେଳେ ସେମାନେ ଉଜ୍ଜଳ ହୋଇଥାନ୍ତି…. !!ଏ ସଂସାରରେ ଯେଉଁ ବ୍ୟକ୍ତି ଜୀବନରେ ସଦାସର୍ବଦା ନିଜକୁ ପରଖି ନିଜ ଭୁଲକୁ ସୁଧାରି ଥାଏ ସେହି ବ୍ୟକ୍ତି ଜୀବନର ମାର୍ଗରେ ସଦା ସଫଳ ଓ ସମ୍ନାନ ପ୍ରାପ୍ତି କରିଥାଏ। ପରନ୍ତୁ ଯେଉଁ ବ୍ୟକ୍ତି ସଦା ଅନ୍ୟର ଦୋଷ ଓ ଅବଗୁଣ […]

ଆଜିର ରାଶିଫଳ

ଅଗଷ୍ଟ ମାସ ୦୯ ତାରିଖ ୨୦୨୧ ମସିହା(ସୋମବାର)ଶ୍ରାବଣମାସ-ଶୁକ୍ଳପକ୍ଷ,ତିଥି-ପ୍ରତିପଦ,କର୍କଟ ଓ ମକର ରାଶିର ଘ।ତଚନ୍ଦ୍ର,ମିଥୁନ ରାଶିର ଘାତବାର,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପାଣିକଖାରୁ ବୋଇତୀ କଖାରୁ ଭକ୍ଷଣ ନିଷେଧ । ମେଷ:-ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ଆକସ୍ମିକ ଅର୍ଥ ଲାଭହେବ। […]

ସୁନାପୁଅକୁ ମିଳିଲା ଅଫର୍

୧. ଟୋକିଓ ଅଲିମ୍ପିକ୍ସ ଉଦଯାପିତ-ଆମେରିକା ଟପ୍ପର । ୩୯ଟି ସ୍ବର୍ଣ୍ଣ ପଦକ ସହ ୧୧୩ଟି ପଦକ ଜିତି ଆମେରିକା ଟେବୁଲ ଟପ୍ପର । ୩୮ଟି ସ୍ବର୍ଣ୍ଣ ସହ ୮୮ଟି ପଦକ ଜିତି ଦ୍ବିତୀୟ ସ୍ଥାନରେ ରହିଲା ଚୀନ । ୨. ଆୟୋଜକ ଜାପାନ ୨୭ଟି ସ୍ବର୍ଣ୍ଣ ସହ ୫୮ଟି ପଦକ ଜିତି ତୃତୀୟ ସ୍ଥାନ ଅଧିକାର । ବ୍ରିଟେନ ଚତୁର୍ଥ, ଋୁଷିୟ ଅଲିମ୍ପିକ୍ସ କମିଟି ପଞ୍ଚମ, ଅଷ୍ଟ୍ରେଲିୟାକୁ ଷଷ୍ଠ ସ୍ଥାନ ୩. ଗୋଟିଏ ସ୍ବର୍ଣ୍ଣ, ୨ଟି ରୌପ୍ୟ […]

ନିଲମ୍ବିତ ହେଲେ ୩ ସରକାରୀ ଅଧିକାରୀ

ଯାଜପୁର,୮/୮(ଏସଏସନିୟୁଜ) ମନରେଗା ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମରେ   ବ୍ୟାପକ ଅନିୟମିତତା ହୋଇଥିବାର ଅଭିଯୋଗ ଆଧାରରେ ଯାଜପୁର ଜିଲ୍ଲାପାଳ ତିନି ସରକାରୀ ଅଧିକାରୀଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି । ବିଂଝାରପୁର ବ୍ଲକ ଜରୀ ପଞ୍ଚାୟତରେ ବ୍ୟାପକ ଅନିୟମିତତା ଅଭିଯୋଗରେ ପଞ୍ଚାୟତର ପିଇଓ ପ୍ରକାଶ କୁମାର ଜେନା, ଜିଆରଏସ ପାର୍ଥସାରଥୀ ଥାଟୋଇ ଏବଂ କନିଷ୍ଠ ଯନ୍ତ୍ରୀ ତୁଷାର କୁମାର ପାତ୍ରଙ୍କୁ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ନିଲମ୍ବନ କରିଛନ୍ତି।

ସମ୍ବଲପୁରରେ ନକଲି ନୋଟ ଜବତ

ସମ୍ବଲପୁର, ୮/୮(ଏସଏସନିୟୁଜ)ନକଲି ଟଙ୍କା ତିଆରି କରୁଥିବାଏକ ଗ୍ୟାଙ୍ଗ କୁ ଧରିବାରେ ସକ୍ଷମ ହୋଇଛି ଟାଉନ ଥାନା ପୁଲିସ୍‌।ଏହାସହ ୬ ଜଣଙ୍କୁ ଗିରଫ କରିଛି ।ଏମାନେ ହେଲେ ସାଗର ସାହୁ, ଅଶୋକ ସାହୁ,ଶିବଶଙ୍କର ବଣିଆ.ଗୁଣନିଧି ଭୋଇ ,ସତ୍ୟନାରାୟଣ ନିରଳ ଓ ଅଭିରାମ ଝାଙ୍ଗଡ଼େ ।ପୋଲିସ ଏହି ଗ୍ୟାଙ୍ଗପାଖରୁ ୧୩, ୮୫,୦୦୦ ଟଙ୍କାର ନକଲି ନୋଟ , ନକଲି ନୋଟ୍ ଛାପୁଥିବା ମେସିନ୍, ନକଲି ଷ୍ଟାମ୍ପ, ରଙ୍ଗ ଓ କାଗଜ ସହିତ ମୋବାଇଲ୍ ଆଦି ଜବତ କରାଯାଇଛି।

ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୩ ଗିରଫ

କେନ୍ଦୁଝର , ୮/୮(ଏସଏସନିୟୁଜ) ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଘରୁ ଡାକି ନେଇ ଗଣଦୁଷ୍କର୍ମ କରାଯିବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରି ବଡ଼ବିଲ ପୁଲିସ କୋର୍ଟଚାଳଣ କରିଛି ।ସେମାନେ ହେଲେ ଦୁଇନାବାଳକ ସହ ଇନ୍ଦିରା କଲୋନିର ମହେଶ ଲୋହାର (୨୧) ।ବଡ଼ବିଲ ରେଳଷ୍ଟେସନ ନିକଟ ଝୁପୁଡ଼ିହଟିଂରେ ରହୁଥିବା ଜଣେ ୧୯ ବର୍ଷୀୟା ଯୁବତୀକୁ ଏମାନେ ଆଗରୁ ଜାଣିଥିଲେ । ୫ ତାରିଖ ରାତି ପ୍ରାୟ ୯ଟାବେଳେ ଏହି ୩ଜଣ ଯୁବତୀଙ୍କ ଘରକୁ ଯାଇ କୈାଶଳକ୍ରମେ କଥାପ୍ରସଙ୍ଗରେ ଘରଠାରୁ […]

ଦେଶବିଦେଶରେ ମହକିବ ‘କୋରାପୁଟ କଫି’

ଭୁବନେଶ୍ୱର,୮/୮(ଏସ ଏସ ନିୟୁଜ)କୋରାପୁଟ ଜିଲ୍ଲାର ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଉତ୍ପାଦନ ହେଉଥିବା ‘କୋରାପୁଟ କଫି’ ଦେଶବିଦେଶର କୋଣଅନୁକୋଣ ରେ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଛି। ରାଜ୍ୟର କଫି ଚାଷୀଙ୍କ ଉନ୍ନତି ଓ ସମୃଦ୍ଧି ପାଇଁ ଟିଡିସିସିଓଏଲର ପ୍ରୟାସରେ ‘କୋରାପୁଟ କଫି’ର ବିକ୍ରିବଟା ପାଇଁ ‘ଟାଟା କଫି’ ସହମତି ପ୍ରକାଶ କରିଛି। ଏହାର ସ୍ୱତନ୍ତ୍ରତାକୁ ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇ ‘ଟାଟା କଫି’ ପ୍ରଥମ ଥର ପାଇଁ ଓଡ଼ିଶାରୁ କଫି କ୍ରୟ କରିବାକୁ ଯାଉଛି। କୋରାପୁଟରେ […]

ସିଲ୍ ହେଲା ୪ ନମ୍ବର ମାଛ ମାର୍କେଟ

ଭୁବନେଶ୍ୱର, ୮/୮(ଏସଏସନିୟୁଜ) କୋଭିଡ ଗାଇଡ଼ଲାଇନ ଉଲ୍ଲଂଘନ ଅଭିଯୋଗରେ ବିଏମସି ପକ୍ଷରୁ ଭୁବନେଶ୍ୱରର ୪ ନମ୍ବର ମାଛ ମାର୍କେଟକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସିଲ୍ କରାଯାଇଛି । ସାପ୍ତାହାନ୍ତ ସଟଡାଉନ ସମୟରେ ବି ମାଛ ମାର୍କେଟ ଖୋଲା ରହିଥିବାରୁ ବିଏମସି ପକ୍ଷରୁ ଏହାକୁ ସିଲ୍ କରାଯାଇଛି ।ଏହାପୁର୍ବରୁ ବିଏମସି ପକ୍ଷରୁ ଅଗଷ୍ଟ ମାସରେ ନୂଆ ଗାଇଡ଼ଲାଇନ ଆସିବା ପରେ ୨ ଥର ଚେତାବନୀ ଦିଆଯାଇଥିଲା ।କିନ୍ତୁ ସଟଡାଉନରେ ମାଛ ଦୋକାନ ଓ ଗୋଦାମ ଖୋଲି ବେପାର ଚାଲିଥିଲା ।

ନିଖୋଜ ମୃତଦେହ କାଠଯୋଡିରୁ ଉଦ୍ଧାର

ବାରଙ୍ଗ,୮/୮(ଏସଏସନିୟୁଜ)କାଠଯୋଡ଼ି ନଦୀରେ ଭାସି ନିଖୋଜ ଥିବା ଆଉ ଜଣଙ୍କର ମୃତଦେହକୁ ସ୍ଥାନୀୟ ଲୋକମାନେ ରବିବାରଦିନ ସକାଳେ ଉଦ୍ଧାର କରିଛନ୍ତି । ମୃତକ ଜଣକ ହେଉଛନ୍ତି ସେକ୍ ସାଦୁ ଖାନ୍ (୧୮)।ଆଜି ସକାଳେ ନଦୀରେ ଭାସୁଥିବାର ଦେଖି ସ୍ଥାନୀୟ ମସ୍‌ଜିବୀମାନେ ଉଦ୍ଧାର କରିଥିଲେ । ଗତକାଲି କାଠଯୋଡିରେ ୪ ଜଣ ଗାଧୋଉଥିବା ବେଳେ ଭାସି ଯାଇଥିଲେ । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ସୁରକ୍ଷିତ କୂଳରେ […]