Browsing author

SATYA SANDHANA DESK

ବଜ୍ରାଘାତରେ ୩ମୃତ

ବାଲେଶ୍ୱର,୭/୮(ଏସଏସନିୟୁଜ)ବିଲରେ କାମ କରି ଫେରୁଥିବାବେଳେ ବଜ୍ରାଘାତ ହୋଇଥିଲା ।ଏଥିରେ ପୂର୍ଣ୍ଣିମା ସିଂ ,ପାନ ମାଝୀ.ସାବିତ୍ରୀ କିସ୍କୁ ନାମକ ୩ଜଣ ମହିଳା ମୃତ୍ୟୁବରଣ କରିଥିବାବେଳେ ଅନ୍ୟଆହତ ମହିଳାମାନଙ୍କୁ ଜଳେଶ୍ୱର ଓ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କରାଯାଉଛି ।

ଓଡ଼ିଶା ଫେରିଲେ ଦୂତୀ

ଭୁବନେଶ୍ୱର,୭/୮(ଏସଏସନିୟୁଜ) ଆଜି ଓଡ଼ିଶାରେ ପହଞ୍ଚିଛନ୍ତି ଧାବିକା ଦୂତୀ ଚାନ୍ଦ । ଟୋକିଓ ଅଲିମ୍ପିକ ଯାତ୍ରା ସାରି ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଁଚିବାପରେ ଶୁଭେଚ୍ଛୁ ମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ । ସେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇବାସହ ଇଭେଣ୍ଟରୁ ସେ ବହୁତ କିଛି ଶିକ୍ଷାଲାଭ କରିଛନ୍ତି ବୋଲି କହିଛନ୍ତି ଦୁତୀ ।ତେବେ ଅଲିମ୍ପିକର ୧୦୦ ଓ ୨୦୦ ମିଟର ପ୍ରତିଯୋଗିତାରେ ଦୂତୀ ଅସଫଳ ହେବା ସହ ଦେଶବାସୀଙ୍କୁ ନିରାଶ କରିଥିଲେ ।

୧୬ ତାରିଖ ଭିତରେ +୨ ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର,୭/୮(ଏସଏସନିୟୁଜ)+୨ ଆଡମିଶନକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଅଗଷ୍ଟ ୧୬ ତାରିଖ ଭିତରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଗତବର୍ଷ ଅଗଷ୍ଟ ୨୧ରେ ଯୁକ୍ତ ଦୁଇ ପାଇଁ ଆବେଦନ ପକ୍ରିୟା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଏହାର ସପ୍ତାହ ପୂର୍ବରୁ ଆରମ୍ଭ ହେବ ବୋଲି ବିଭାଗ ନିଷ୍ପତ୍ତି ନେଇଛି । ଚଳିତବର୍ଷ ଅଗଷ୍ଟ ୧୪ରୁ ୧୬ ଭିତରେ […]

ଜଗା ଦର୍ଶନ ପାଇଁ ନୂଆ SOP

ପୁରୀ , ୬/୮(ଏସଏସନିୟୁଜ) ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ପୁରୀ ସହରବାସୀଙ୍କ ଦର୍ଶନ ପାଇଁ ନୂଆ ଏସଓପି ଜାରି ହୋଇଛି ।ଏହିଆଧାରରେ ପୌରାଞ୍ଚଳର ୩୨ଟି ୱାର୍ଡରେ ଟୋକନ୍ ବଣ୍ଟନ ହେବ । ଟୋକନ୍ ଆଧାରକାର୍ଡ ଦେଖାଇ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ । ଦର୍ଶନ ପାଇଁ ଟିକା ସାର୍ଟିଫିକେଟ ବାଧ୍ୟତାମୂଳକ ନୁହେଁ ବୋଲି କୁହାଯାଇଛି । ଶ୍ରୀମନ୍ଦିର ପରିସରରେ ଧୂପ, ଦୀପ ଜଳାଇବା, ଆନନ୍ଦବଜାରରେ ବସି ପ୍ରସାଦ ସେବନ କରିବା ମନା ହୋଇଛି ।

୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଭଦ୍ରକ, ୬/୮(ଏସଏସନିୟୁଜ) ଭଦ୍ରକର ପୁରୁଣାବଜାର ଥାନା ଅନ୍ତର୍ଗତ ନଂଘାମହଲା ଓ ସନ୍ଥିଆ ସାଳନ୍ଦୀ ବ୍ରିଜ୍ ନିକଟରୁ ଦୁଇ ଜଣ ବ୍ରାଉନ ସୁଗାର ଚୋରା ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛିପୋଲିସ ।ସେମାନଙ୍କଠାରୁ ପ୍ରାୟ ୨୬ଲକ୍ଷଟଙ୍କାର ୨୬୦ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରାଯାଇଛି ।ଏହାସହ ଏକ ନମ୍ବର ବିହିନ ବାଇକ, ନଗଦ ୧୭ ହଜାର ଟଙ୍କା ଓ ଆଧାର କାର୍ଡ ଜବତ କରାଯାଇଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ନଂଘାମହଲାର ଅଝରଉଦ୍ଦିନ୍ ଖାନ […]

‌ପାଣି ଘେରରେ ପରିବାର

ବାଲିଅନ୍ତା,୬/୮(ଏସଏସନିୟୁଜ) ଗୋପବ୍ରାଞ୍ଚ କେନାଲରେ ଆଜି ସକାଳେ ଏକାଧିକ ସ୍ଥାନରେ ଘଳିଆ ପଡ଼ିବା ଯୋଗୁ ସ୍ଥାନୀୟ ଜୟଦେବ ପଞ୍ଚାୟତର ମହୁଖଣ୍ଡା ଓ କୋଳଥପିଠା ଗାଁ ପାଣି ଘେରରେ ରହିଛି। ଫଳରେ ଉପରୋକ୍ତ ଗ୍ରାମ ଦ୍ବୟର ପ୍ରାୟ ଦୁଇଶହ ପରିବାର ପାଣି ଘେରରେ ରହିଛନ୍ତି।କାହା ଗୁହାଳ ଘରେ ପାଣି ପଶିଛି ତ ବାରି ଓ ଘର ଚାରିପାଖରେ ୩ ଫୁଟ୍ ଉଚ୍ଚରେ ପାଣି ଚାଲିଥିଲା । ଗ୍‌ାରମବାସୀାମନେ ଯାତାୟତ କରିବା କ୍ଷେତ୍ରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।ଖବରପାଇ ଜଳସେଚନ […]

ଶନିରବି ବନ୍ଦ ସୋମବାର ଖୋଲା ରହିବ ନନ୍ଦନକାନନ

ବାରଙ୍ଗ,୬/୮(ଏସ ଏସ ନିୟୁଜ)ଦୀର୍ଘ ୩ମାସ ପରେ ଖୋଲିଥିବା ନନ୍ଦନକାନନ ଏବେ ଶନିବାର ଓ ରବିବାର ବନ୍ଦ ରହି ସୋମବାର ଖୋଲିବାକୁ ନିଷ୍ପତି ନେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।କରୋନା କଟକଣା ପାଇଁ ଶନିବାର,ରବିବାର ସଟଡାଉନ ରହୁଥିବାରୁ ଏହିଦୁଇଦିନ ନନ୍ଦନକାନନ ବନ୍ଦ ରଖି ପରଦିନ ଅର୍ଥାତ ସୋମବାର ନନ୍ଦନକାନନ ଖୋଲାଯିବ ବୋଲି ନନ୍ଦନକାନନ ନିର୍ଦେଶକ ମନୋଜ କୁମାର ମହାପାତ୍ର କହିଛନ୍ତି ।ତେବେ ସପ୍ତାହର ଗୋଟେଦିନ ପ୍ରତି ସୋମବାର ନନ୍ଦନକାନନ ବନ୍ଦ ରହିଥାଏ।ଏବେ କିନ୍ତୁ ସାମୟିକ ଭାବେ ପରିବର୍ତ୍ତନ କରାଯାଇଛି।

ଅଗଷ୍ଟ ୧୬ରୁ ଖୋଲିବ କଲେଜ

ଭୁବନେଶ୍ୱର,୬/୮(ଏସଏସନିୟୁଜ) ରାଜ୍ୟରେ ଅଗଷ୍ଟ ୧୬ରୁ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା କଲେଜ ଓ ୟୁନିଭର୍ସିଟି ଖୋଲିବ । ତେବେ ପିଜି ପ୍ରଥମ ବର୍ଷ ଓ ୟୁଜି ପ୍ରି-ଫାଇନାଲ ବର୍ଷ ପାଇଁ ପାଠପଢ଼ା ଆରମ୍ଭ ହେବ । ୟୁଜି/ପିଜି କ୍ଲାସ୍। ପିଜି ପ୍ରଥମ ବର୍ଷ ଏବଂ ୟୁଜି ପ୍ରଥମ ଓ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀମାନେ କ୍ଲାସ୍ ରୁମ୍‌ରେ କ୍ଲାସ୍ କରିବେ। ଛାତ୍ରଛାତ୍ରୀମାନଙ୍କ ପାଇଁ ହଷ୍ଟେଲ ଖୋଲିବ।କିନ୍ତୁ ପିଜି/ୟୁଜି ଫାଇନାଲ ପରୀକ୍ଷା ଅନଲାଇନରେ ହିଁ ହେବାନେଇ ଟ୍ୱିଟ୍ ଯୋଗେ ଉଚ୍ଚଶିକ୍ଷା […]

ପ୍ରଂଶସା କଲେ ପୂର୍ବତନ ହକି କ୍ୟାପଟେନ

ଭୁବନେଶ୍ୱର,୬/୮(ଏସଏସନିୟୁଜ) ଟୋକିଓରେ ଭାରତୀୟ ମହିଳା ହକି ଟିମ୍‌ର ସଂଘର୍ଷପୂର୍ଣ୍ଣ ପରାଜୟ ହୋଇଛି । ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ କଡ଼ା ମୁକାବିଲାରେ ୩-୪ ଗୋଲ୍‌ରେ ଗ୍ରେଟ୍ ବ୍ରିଟେନ ଠାରୁ ହାରିଲା ଭାରତୀୟ ମହିଳା ହକି ଟିମ୍ । ପରାଜୟ ପରେ ଭାବବିହ୍ୱଳ ହୋଇପଡ଼ି ଦିଲ୍ଲୀପ ତିର୍କୀ କାନ୍ଦି ପକାଇବାସହ ଦଳର ଖେଳାଳିଙ୍କୁ ପ୍ରଶଂସା କଲେ, ମହିଳା ଟିମ ଲଢୁଆ ପ୍ରଦର୍ଶନ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

ଉଦ୍ଧାର ହେଲା ଜୀବନ୍ତ ବଜ୍ରକାପ୍ତା

ଭୁବନେଶ୍ୱର,୬/୮(ଏସଏସନିୟୁଜ)କଳିଙ୍ଗ ଷ୍ଟୁଡିଓ ଛକରେ ଚଢ଼ାଉ କରି ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି ଏସ୍‌ଟିଏଫ୍ ।ଏହାସହ ଚାଲାଣରେ ସଂପୃକ୍ତ ଥିବା ବଡମ୍ବାର ଚିତ୍ରସେନ ସାହୁ, ପାତ୍ରପଡ଼ାର ଖଗେଶ୍ବର ସାହୁ ଓ ଗଞ୍ଜାମ ଜିଲ୍ଲାର ଭାଗିରଥୀ ବେହେରାଙ୍କୁ ଗିରଫ କରିଛି । ଜଗତ୍‌ସିଂହପୁରରୁ ଏକ ଅଟୋ ଯୋଗେ ଭୁବନେଶ୍ବର ଅଣା ଯାଉଥିବା ଏହି ବଜ୍ରକାପ୍ତାକୁ ନେଇ ୫ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା ବୋଲି ଏସ୍‌ଟିଏଫ୍ ହାବୁଡରେ ଧରାପଡିଥିବା ୱେବ୍ ସାମ୍ବାଦିକ ଚିତ୍ରସେନ ଗୁମର ଖୋଲିବାସହ ବାଇକରେ ସେ […]