Browsing author

SATYA SANDHANA DESK

ଭିଜିଲାନ୍ସ‌ ଜାଲରେ ଯାଜପୁର ଡ୍ରେନେଜ୍ ସୁପରିଣ୍ଟେଣ୍ଡେଣ୍ଟ

ଯାଜପୁର,୫/୮(ଏସଏସନିୟୁଜ)ଯାଜପୁର ଡ୍ରେନେଜ ଡିଭିଜନର ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ଚଣ୍ଡି ପ୍ରସାଦ ମହାପାତ୍ର। ଭଡ଼ାଗାଡ଼ିର ବକେୟା ଅର୍ଥ ବିଲ୍ ପାସ୍ କରିଦେବା ପାଇଁ ସେ ଏହି ଲାଞ୍ଚ ନେଉଥିବାବେଳେ କଟକ ଓ ଯାଜପୁର ଭିଜିଲାନ୍ସ‌ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ତାଙ୍କୁ ଗିରଫ କରିଛି । ଯାଜପୁର କାର୍ଯ୍ୟାଳୟରେ ଦେବାଶିଷ ପଣ୍ଡା ନାମକ ବ୍ୟକ୍ତି ଗାଡ଼ି ଭଡ଼ାରେ ଲଗାଇଥିଲେ । ଗାଡ଼ିର ୩ ମାସର ଭଡ଼ା ମାଲିକଙ୍କୁ ପ୍ରଦାନ କରାଯାଇ ନ ଥିଲା । ୩ ମାସର ବକେୟା ଅର୍ଥର […]

ରୋହିତ ପୂଜାରୀ ଙ୍କୁ କରୋନା

ସମ୍ବଲପୁର,୫/୮(ଏସଏସନିୟୁଜ) ରେଢ଼ାଖୋଲ ବିଧାୟକ ତଥା ଶାସକ ଦଳର ଉପମୁଖ୍ୟ ସଚେତକ ଇଂ.ରୋହିତ ପୂଜାରୀ, ତାଙ୍କ ପତ୍ନୀ ବୈଶାଳି ପୂଜାରୀ ଏବଂ ପିତା ରମେନ୍ଦ୍ର ନାଥ ପୂଜରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରୋହିତ ଓ ତାଙ୍କ ପତ୍ନୀ ଅବସ୍ଥା ଭଲ ଥିବାବେଳେ ରମେନ୍ଦ୍ରଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାର ଜଣାପଡିଛି ।

ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ

କନ୍ଧମାଳ,୫/୮(ଏସଏସନିୟୁଜ) କୋମ୍ବିଂ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ସମାଗାଁ ଜଙ୍ଗଲ ର ଏକ ପାହାଡ ଉପରେ କିଛି କ୍ୟାଡର ମାଓବାଦୀ ଏକାଠି ହୋଇଥିବାର ବିଶେଷସୁତ୍ରରୁ ଖବରପାଇ କନ୍ଧମାଳ ଓ କଳାହାଣ୍ଡି ସିମା ସମାଗାଁ ଜଙ୍ଗଲରେ ଜୀ ୧୨୭ ସି.ଆର୍.ପି.ଏଫ ବାଟାଲିୟନ ପକ୍ଷରୁ କୋମ୍ବିଂ ଅପରେସନ କରାଯାଇଥିଲା । ଜଙ୍ଗଲ ରୁ ମାଓବାଦୀ ଛତ୍ରଭଙ୍ଗ କରିଥିବା ବେଳେ ବହୁ ପରିମାଣର ମାଓ ସାମଗ୍ରୀ ଓ ବନ୍ଧୁକ ସହିତ ବିସ୍ପୋରକ ସାମଗ୍ରୀ ଜବତ ହୋଇଥିବାର […]

ଦୋକାନ ଚାବିଭାଙ୍ଗୁଥିବା ବେଳେ ଧରାପଡିଲେ

ସାକ୍ଷୀଗୋପାଳ,୪/୮(ଏସଏସନିୟୁଜ) ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ଗ୍ରାମରେ ଏକ ଦେକାନ ଚାବି ଭାଙ୍ଗି ଚୋରି କରିବାକୁ ଆସିଥିବା ଦୁଇ ଜଣ ଯୁବକଙ୍କୁ କାବୁ କଲେ ବ୍ୟବସାୟୀ । ଅଳଗୁମ ଜାଗେଶ୍ୱରୀ ମନ୍ଦିର ପଛପଟ ହନୁମାନ ମନ୍ଦିର ନିକଟରେ ଦୋଳମଣ୍ଡପ ସାହିର ରବି ପଣ୍ଡା ଙ୍କର ଲେଡିଜି କର୍ଣ୍ଣର ଦେକାନରୁ ରାତିରେ ଦୁଇଜଣ ଯୁବକ ଚାବି ଭାଙ୍ଗି ଚୋରି କରିବା ପାଇଁ ଉଦ୍ୟମ କରିଥିଲେ ।କିନ୍ତୁ ଦିନରେ ଏହି ଯୁବକଦ୍ୱୟ ଦେକାନ ଆଗରେ ଏପଟ ସେପଟ ହେଉଥିବା ଦେଖି […]

ଆଜିର ରାଶିଫଳ

ଅଗଷ୍ଟ ମାସ ୦୫ ତାରିଖ ୨୦୨୧ ମସିହା(ଗୁରୁବାର)ଶ୍ରାବଣମାସ-କୃଷ୍ଣପକ୍ଷ,ତିଥି-ଦ୍ଵାଦଶୀ,କନ୍ୟା ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ଦ୍ଵାଦଶୀ ର ଏକୋଡ଼ିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପୋଇ ବାଇଗଣ ଭକ୍ଷଣ ନିଷେଧ | ମେଷ– ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ | ପରିବାରରେ ମନୋମାଳିନ୍ୟ ଦେଖାଦେବ । ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ | ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ | କର୍ମକ୍ଷେତ୍ରରେ ଉଚ୍ଚସ୍ଥଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ | ବୃଷ– ଆଜି ମିତ୍ରଙ୍କ […]

ଆଜିର ଅନୁଚିନ୍ତା

🦚”ଅତୀତ ହେଉଛି ଏକ ଆବର୍ଜନା କାଗଜ ।ବର୍ତ୍ତମାନ ହେଉଛି ଏକ ଖବରକାଗଜ ,। ଭବିଷ୍ୟତ ହେଉଛି ଏକ ପ୍ରଶ୍ନ ପେପର, ତେଣୁ, ଭଲଭାବେ ପଢ଼ ଏବଂ ଲେଖ, ନଚେତ୍ ଜୀବନ ଏକ ଟିସୁ ପେପର ହେଇଯିବ…….. ! 🦚”ଜୀବନରେ ସର୍ବଦା ଏହି ସବୁ ବ୍ରାଣ୍ଡେଡ୍ ଆଇଟମ୍ ବ୍ୟବହାର କରନ୍ତୁ ଯଥା :- ଓଠ ପାଇଁ – ସତ୍ୟ | ସ୍ୱର ପାଇଁ- ପ୍ରାର୍ଥନା, ଆଖି ପାଇଁ- ସହାନୁଭୂତି, ହାତ ପାଇଁ ଦାନ ପୁଣ୍ୟ, ହୃଦୟ ପାଇଁ- ପ୍ରେମ […]

ବିଏସଏନଏଲ ଖୋଳିଥିବା ଗାତରେ ପଡି ଷଣ୍ଢ ମୃତ

ଚନ୍ଦ୍ରଶେଖରପୁର,,୪/୮(ଏସ ଏସ ନିୟୁଜ)ଉତ୍ତର ଭୁବନେଶ୍ୱର କଳାରାହାଙ୍ଗ ଧବଳେଶ୍ୱର ଗଡା ଟ୍ରେନ ଲେବେଲ କ୍ରସିଂ ପାଖରେ ଆଜି ସକାଳେ ଏକ ଷଣ୍ଢ ଅଣଓସାରିଆ ଗାତରେ ପଶି ଥିବା ଲୋକେ ଦେଖିଥିଲେ | ତେବେ ଲୋକେ ଷଣ୍ଢଟିକୁ ଉଦ୍ଧାର କରିବାକୁ ଯାଇ ଦେଖିଲେ ଯେ ତାର ମୃତ୍ୟୁ ହେଇ ଯାଇଛି | ଲୋକେ ଅନୁମାନ କରୁଛନ୍ତିକି ଷଣ୍ଢ ଷଣ୍ଢ ଭିତରେ ମାରାମରି ହେଇ ଭାରସାମ୍ୟ ହରାଇ ଷଣ୍ଢଟି ଗାତରେ ପଡ଼ି ଯାଇଥାଇ ପରେ | କଳାରାହାଙ୍ଗ ନାୟାବ ସରପଞ୍ଚ ନିବାସ […]

ଖୋଲିଲା ରେଙ୍ଗାଳି ଡ୍ୟାମର ଗୋଟିଏ ଗେଟ

ଅନୁଗୁଳ , ୪/୮(ଏସଏସନିୟୁଜ) ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ରେଙ୍ଗାଳି ଡ୍ୟାମଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମର ଗେଟ ନଂ-୭କୁ ଖୋଲାଯାଇ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି । ରେଙ୍ଗାଳି ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩.୫୦ ମିଟର ରହିଥିବାବେଳେ ଅପରାହ୍ନ ୪ଟା ସୁଦ୍ଧା ଡ୍ୟାମର ଜଳସ୍ତର ୧୧୯.୮୪ ମିଟର ରହିଥିଲା ।

ନିୟମ ପାଳନରେ ହେଳା କଲେ ପୁଣି ଥରେ ଲକ୍କଡାଉନ -ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୪/୮(ଏସଏସନିୟୁଜ)ତୃତୀୟ ଲହର ସଂପର୍କରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସତର୍କ କରିସାରିଲେଣି । ବିଶ୍ବର ବିଭିନ୍ନ ସ୍ଥାନରେ ତୃତୀୟ ଲହର ଭୟଙ୍କର ହେବାରେ ଲାଗିଛି। ତେଣୁ ଏପରି ପରିସ୍ଥିତିରେ କୋଭିଡ ନିୟମ ପାଳନରେ କୌଣସି ଢିଲା ଗୁରୁତର ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି । ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନୟକ କହିଛନ୍ତି ଯେ ଅନ୍‌ଲକ୍ ପରେ କେତେକ ମାର୍କେଟରେ ଵହୁତ ଭିଡ ହେଉଛି । ଏହା […]

୧୬ ରୁ ଖୋଲିବ ,୨୩ ରୁ ସମସ୍ତେ କରିବେ ଜଗା ଦର୍ଶନ

ପୁରୀ,୪/୮(ଏସଏସନିୟୁଜ) ଆସନ୍ତା ୧୬ ତାରିଖ ସୋମବାରରୁ ଖୋଲିବ ଶ୍ରୀମନ୍ଦିର ।  ପ୍ରଥମ ପାଞ୍ଚ ଦିନ ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ  ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ରହିଛି । ୨୧, ୨୨ ତାରିଖ ସଟଡାଉନ ଥିବାରୁ ଭକ୍ତ ମନ୍ଦିର ମନା ଥିବାବେଳେ ୨୩ ତାରିଖରୁ ସମସ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ତେବେ ଜଗାଦର୍ଶନ ପାଇଁ ଡବଲ ଡୋଜ୍ ଟିକା କିମ୍ବା ୯୬ ଘଣ୍ଟା ପୂର୍ବରୁ ଆରଟିପିସିଆର ନେଗେଟିଭ […]