Browsing author

SATYA SANDHANA DESK

କାଣି ନଦୀରେ କୁମ୍ଭୀର

ଦଶରଥପୁର, ୨୫/୭(ଏସଏସନିୟୁଜ) କାଣି ନଦୀରେ ବୁଲୁଛି କୁମ୍ଭୀôର । ବିଭିନ୍ନ କାର‌୍ୟ୍ୟ ପାଇଁ ନଦୀ ଉପରେ ନିର୍ଭର କରୁଥିବା ନଦୀକୁଳିଆ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୁମ୍ଭୀର କୁନେଇ ଆତଙ୍କ ଖେଳିଯାଇଛି।ଦଶରଥପୁର ବ୍ଲକ୍ କୟାଁ ପଞ୍ଚାୟତର ଇଚ୍ଛାପୁର ଗ୍ରାମର ରବୀନ୍ଦ୍ର ଦାସଙ୍କର ଏକ ଗାଈ କାଣି ନଦୀ କୂଳରେ ଚରୁଥିବାବେଳେ ନଦୀ ଭିତରେ ଥିବା ଏକ କୁମ୍ଭୀର ଗାଈଟିକୁ ପାଣି ଭିତରକୁ ଟାଣି ନେଇଥିଲା। ପାଖରେ ଥିବା କିଛିଲୋକ ଏହାଦେଖି ସଙ୍ଗବଦ୍ଧଭାବେ ଗାଇଟିକୁ ଖୋଜିଥିଲେ ମଧ୍ୟ ଗାଈର ପତା […]

ରାସ୍ତା ଉପରେ ପ୍ରବାହିତ ହେଉଛି ବର୍ଷାଜଳ

ଦେବଗଡ଼, ୨୫/୭(ଏସଏସନିୟୁଜ) ଶୁକ୍ରବାର ଦିନ ପ୍ରବଳ ବର୍ଷା ଯୋଗୁ ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହେଉଛି ।ଫଳରେ ଜାଲିସୁଆଁ, ବୁଢାଭୂଇଁ ଗ୍ରାମ ସମେତ ଆଖପାଖ ଗ୍ରାମରେ ଯୋଗାଯୋଗ ବିଛିନ୍ନ ହୋଇଥିଲା। ବାରକୋଟ ବ୍ଲକ ଅନ୍ତର୍ଗତ ଜାଲିସୁଆଁ ଗ୍ରାମ ଦେଇ ଯାଇଥିବା ପାହାଡ଼ି ନାଳରେ ଜଳ ବଢିବାରୁ ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହୋଇଥିଲା।

ବନବିଭାଗ ଜବତ କଲା ବଜ୍ରକାପ୍ତା କାତି

ଢେଙ୍କାନାଳ, ୨୫/୭(ଏସଏସନିୟୁଜ) ଢେଙ୍କାନାଳ ବନ ବିଭାଗ ୧୪.୨ କିଲୋ ବଜ୍ରକାପ୍ତା କାତି ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ।ରବିବାରଦିନ ଢେଙ୍କାନାଳ ବନ ବିଭାଗ ଏବଂ ଜବଲପୁରର ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବିଭାଗ ଦ୍ବାରା ମିଳିତ ଅପରେସନରେ ବଜ୍ରକାପ୍ତା କାତି ଜବତ କରିବାସହ ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ ବନମାଳିପ୍ରସାଦର ରତ୍ନାକର ରାଉତ ଓ ବାଜି ଛକର ଫିରୋଜ ଖାନ୍ ଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଏକ ବାଇକ୍ ଓ ଦୁଇଟି ମୋବାଇଲ୍ […]

ସେବକଙ୍କ ଖଟଣି ରୋଷଘରୁ ଚୋରି

ସାକ୍ଷୀଗୋପାଳ, ୨୫/୭(ଏସଏସନିୟୁଜ) ସାକ୍ଷୀଗୋପାଳ ମନ୍ଦିର ପରିସରରେ ଥିବା ସେବାୟତଙ୍କ ଖଟଣି ରୋଷଘରୁଗତକାଲି ଚୋରି ହୋଇଛି । ରୋଷଘର କବାଟ କୁନ୍ଦା ଭାଙ୍ଗି ୧ ଗୋଟି ଲୁହା କରେଇ ,୨ ଗୋଟି ପିତ୍ତଳ ଥାଳି ଓ ୬ ଗୋଟି ସିଲଭର ଥାଳି ଦୁର୍ବୃତ୍ତ ମାନେ ଚୋରି କରିନେଇଥିବାର ଜଣାପଡିଛି ।ଏବିଷୟରେ ସେବାୟତ ମାନଙ୍କ ତରଫରୁ ମନ୍ଦିର ସୁପରଭାଇଜର, କାର‌୍ୟ୍ୟନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଯାଇଛି ।

ଏନକାଉଣ୍ଟରରେ ଜଣେ ମାଓବାଦୀ ମୃତ

ମାଲକାନଗିରି, ୨୫/୭(ଏସଏସନିୟୁଜ) ରବିବାର ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଚିନ୍ତଗୁମ୍ଫାରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେଜଣେ ମାଓବାଦୀର ମୃତ୍ୟୁ ଘଟିଥିବାର ଜଣାପଡିଛି । ସିଆରପିଏଫ୍, ଡିଆରଜି ଓ ଏସଟିଏଫ୍ ଯବାନଙ୍କ ମିଳିତ କମ୍ବିଂ ଅପରେସନ ଚାଲିଥିବା ବେଳେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା।ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଓ କିଛି ବିସ୍ଫୋରକ ଜବତ କରାଯାଇଥିବାର ଜଣାପଡିଛି ।

ଡମ୍ଫରରେ ଲାଗିଗଲା ନିଆଁ

ବାଲେଶ୍ବର,୨୫/୭(ଏସଏସନିୟୁଜ) ରବିବାର ଦ୍ୱିପହର ସମୟରେ ତାମୁଳିଆ ପୋଲ ଉପରେ ଏକ ଚଳନ୍ତା ଡମ୍ଫରରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ ଡମ୍ଫରଟି ଆସୁଥିବାବେଳେ ହଠାତ ନିଆଁ ଲାଗିଯିବାରୁ ଚାଳକ ସୈାଭାଗ୍ୟକ୍ରମେ ଗାଡିରୁ ଓହ୍ଲାଇ ପଡ଼ିଥିଲେ ।ଖବରପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ୱର, ୨୫/୦୭(ଏସ ଏସ ନିୟୁଜ)   ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୮ ତାରିଖବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ରାଜ୍ୟରେ ୨୭ ତାରିଖରୁ ୨୯ ତାରିଖ ଯାଏଁ ବର୍ଷା ହେବ ।ପାଣିପାଗ ବିଭାଗ ଆକଳନ ଅନୁଯାୟୀ ରବିବାର ରାଜ୍ୟରେ କେତେକ ଜାଗାରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ସୋମବାର ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁରରେ ଘଡ଼ଘଡ଼ି […]

ଟୋକିଓରେ ଦୂତୀ

ଭୁବନେଶ୍ୱର,୨୫/୭(ଏସ ଏସ ନିୟୁଜ)ଟୋକିଓ ଅଲିମ୍ପିକ୍ସରେ ଦୂତୀ ଚାନ୍ଦ । ଅଲିମ୍ପିକ୍ସ ଭିଲେଜରୁ ଫଟୋ ସେୟାର କଲେ ଦୂତୀ ।ଏହାସହ ଟୋକିଓ ପାରା ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ପ୍ରମୋଦ ଭଗତ । ବାଡମିଣ୍ଟନରେ ଯୋଗ୍ୟତା ଅର୍ଜନ କରିଥିବା ପ୍ରମୋଦ ଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଘଟଣାସ୍ଥଳରୁ ମିଳିଲା ୨ଟି ଖୋକା

ବାଲେଶ୍ବର,୨୫/୭(ଏସଏସନିୟୁଜ) ଗତକାଲି ଗ୍ୟାଙ୍ଗଷ୍ଟର ହାଇଦରକୁ ସିମୁଳିଆଠାରେ କରାଯାଇଥିବା ଏନକାଉଣ୍ଟର ସ୍ଥଳରୁ ସାଇଂଟିଫିକ ଟିମ୍କୁ ୨ଟି ଖୋକା ମିଳଛି । ଘଟଣାସ୍ଥଳରେ ସାଇଂଟିଫିକ ଟିମ୍ ପହଂଚି ଛାନଭିନ ଆରମ୍ଭ କରୁଛି । ଆଜି ହାଇଦରର ଶବ ବ୍ୟବଚ୍ଛେଦ ହେବାପରେ ପରିବାର ସଦସ୍ୟଙ୍କୁ ହାଇଦରର ମୃତ ଶରୀର ହସ୍ତାନ୍ତର କରାଯାଇପାରେ ବୋଲି ଜଣାପଡିଛି ।ବାଲେଶ୍ବର ସିମୁଳିଆ ଥାନାରେ ଗ୍ୟାଙ୍ଗଷ୍ଟର ହାଇଦର ନାଁରେ ମାମଲା ରୁଜୁ ହୋଇଛି। ଖସି ପଳାଇବା, ଡକାୟତି, ଅସ୍ତ୍ରଶସ୍ତ୍ର ରଖିବା ଦଫାରେ ମାମଲା ରୁଜୁ ହୋଇଛି।ସରକାରୀ କର୍ମଚାରୀଙ୍କୁ […]

ଫୁଲୁଛି ଗୋଦାବରୀ

ମାଲକାନଗିରି , ୨୫/୭(ଏସଏସନିୟୁଜ) ଉପରମୁଣ୍ତରେ ବର୍ଷା ଲାଗି ରହିଥିବା ଯୋଗୁ ଫୁଲିବାରେ ଲାଗିଛି ଗୋଦାବରୀ ନଦୀ। ତେଲେଙ୍ଗାନାର ଭଦ୍ରାଚଲମ ନିକଟରେ ୪୦ ଫୁଟ ଉଚ୍ଚରେ ଗୋଦାବରୀ ପାଣି ପ୍ରବାହିତ ହେଉଛି। ଫଳରେ କୁନାଭରମ-ଭଦ୍ରାଚଲମ ମୁଖ୍ୟରାସ୍ତାରେ ବନ୍ୟାଜଳ ପ୍ରବାହିତ ହେବାରୁ ମାଲକାନଗିରିରୁ ଆନ୍ଧ୍ର ଏବଂ ଛତିଶଗଡ଼ରୁ ଆନ୍ଧ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କାଲିମେଳା ବ୍ଲକ୍‌ର ଛତିଶଗଡ଼ ଓ ଆନ୍ଧ୍ର ସୀମାନ୍ତରେ ରହିଛି ମୋଟୁ ତହସିଲ। ମୋଟୁ ଅଞ୍ଚଳର ଗୋଟିଏ ପଟେ ସିଲେରୁ ନଦୀ ଏବଂ ଅନ୍ୟପଟେ ଅନ୍ୟପଟେ ସାବେରୀ […]