ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନି ରଥ
ପୁରୀ, ୧୨/୭(ଏସଏସନିୟୁଜ) ଭାଉ ଭଉଣୀଙ୍କୁ ଧରି ମାଉସୀ ମା’ ଘରେ ପହଞ୍ଚିଲେ କାଳିଆ ଠାକୁର । ମହାମାରୀ କରୋନାପାଇଁ ଭକ୍ତମାନେ ଦିବ୍ୟସେବାରୁ ବଂଚିତ ହୋଇଥିବାବେଳେ ବିନା ଭକ୍ତରେ ତିନି ରଥକୁ ଟାଣି ଟାଣି ମାଉସୀ ଘର ନେଲେ ସେବାୟତ । । ଅପରାହ୍ନ ୪.୩୦ରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ବଜ ରଥ ପହଞ୍ଚିଥିବା ବେଳେ ୫.୦୦ଟା ସମୟରେ ଭଉଣୀ ହଳଦୀମୁହିଁ ସୁଭଦ୍ରାଙ୍କ ରଥ ଦର୍ପଦଳନ ଓ ୫.୩୦ରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି। […]