ହୀରାକୁଦରୁ ଛଡାଗଲା ପ୍ରଥମ ବନ୍ୟାଜଳ

ଭୁବନେଶ୍ୱର,୧୧/୭(ଏସଏସନିୟୁଜ) ପୂଜାର୍ଚ୍ଚନା କରାଯାଇ ଚଳିତବର୍ଷର ପ୍ରଥମ ବନ୍ୟାଜଳ ହୀରାକୁଦ ନଦୀବନ୍ଧରୁ ରବିବାର ପୂର୍ବାହ୍ନ ୧୧ଟା ସମୟରେ ନିଷ୍କାସନ କରାଯାଇଛି। ବାମପାର୍ଶ୍ବ ସ୍ପିଲୱେ ର ୭ ଓ ୮ନଂ ଦୁଇଟି ଫାଟକ ଦେଇ ମହାନଦୀକୁ ଜଳ ନିଷ୍କାସନ ଆରମ୍ଭକରିଛି । ଖୋଲାଯାଇଥିବା ଦୁଇଟି ସ୍ଲୁଇସ ଗେଟରୁ ୧୬ ହଜାର ଘନଫୁଟ ଲେଖାଏ ଜଳ ମହାନଦୀକୁ ଛଡ଼ାଯାଉଛି। ସର୍ବୋଚ୍ଚ ଯନ୍ତ୍ରୀ ସୁନୀଲ କୁମାର ନାୟକ ଏବଂ ସମ୍ବଲପୁର ଆରକ୍ଷୀ ନୀରିକ୍ଷକ ବି ଗଙ୍ଗାଧର ନଡ଼ିଆ ଭାଙ୍ଗି ପ୍ରଥମ ଫାଟକ ଖୋଲିବା ପ୍ରକ୍ରିୟା ଆରମ୍ଭ କରିଥିଲେ। ଜଳ ଛଡ଼ା ଯାଉଥିବାରୁ ମହାନଦୀ ଓ ଶାଖା ନଦୀଗୁଡ଼ିକୁ ନଯିବା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଜନସାଧାରଣଙ୍କୁ ସତର୍କ କରାଇଛନ୍ତି।

Comments (0)
Add Comment