ବାରଙ୍ଗ ଅଂଚଳର ଗଛ ସାର

ବାରଙ୍ଗ, ୧୧/୭(ଏସଏସନିୟୁଜ) ବାରଙ୍ଗ ଅଂଚଳର ଗଛ ସାର ନାମରେ ପରିଚିତ ବସନ୍ତ ମହାପାତ୍ର ।ଚାକିରିରୁ ଅବସର ପରେ ଗଛ ଲଗାଇବାକୁ ଏକ ପ୍ରକାର ସଉକ ବୋଲି ଧରିନେଇଛନ୍ତି । ପ୍ରତିବର୍ଷ ବର୍ଷା ରୁତୁ ଆସିଲେ ଗଛ ଲଗାଇବାକୁ ସଜବାଜ ହୋଇଯାଇଥାନ୍ତି ।ସ୍କୁଲ,କଲେଜଠାରୁ ଆରମ୍ଭ କରି ସର୍ବଜନିନ ସ୍ଥାନମାନଙ୍କରେ ଗଛ ଲଗାଇ ଆସୁଛନ୍ତିାଗଛ ଲଗାଇବା ପାଇଁ ଅଂଚଳର ବୁଦ୍ଧିଜିବୀଙ୍କଠାରୁ ଆରମ୍ଭକରି ମୁରବୀ,ଶିକ୍ଷାବିତ,ପ୍ରଶାସକ,ସାମ୍ବାଦିକ,ସ୍କୁଲକଲେଜପିଲା,ଯୁବଗୋଷ୍ଠିମାନଙ୍କୁ ସାମିଲ କରି ପରିବେଶ ସୁରକ୍ଷାର ବାର୍ତା ଦେବାସହ ପ୍ରୋତ୍ସାହିତ ମଧ୍ୟ କରିଥାନ୍ତି ।ଏହାମଧ୍ୟରେ ସେ ବହୁ ଗଛ ଲଗାଇସାରିଲେଣି ।ବିଶେଷ କରି ଫଳପ୍ରଦାନକାରୀ ଗଛ ଲଗାଇବାକୁ ଗୁରୁତ୍ୱ ଦେଇଥାନ୍ତି ।ରବିବାରଦିନ ମଧ୍ୟ ଏହି ଭଳି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ କୃଷିବିଭାଗର ସ୍ୱତନ୍ତ୍ର ସାଶନସଚିବ ମନ୍ମଥକୁମାରପାଣି ମୁଖ୍ୟଅତିଥିଭାବେ ଯୋଗଦାନ କରିଥିଲେ । ବସନ୍ତମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବେଶ୍ୱରସାହୁ, ମାଲ୍ୟବନ୍ତ ରାଉତାରୟ, ବିଜୟକୁମାମହାପାତ୍ର, ଦେବୀପ୍ରସାଦ ମହାପାତ୍ର, ତାରିଣି ମହାପାତ୍ର,ରମେଶ ବାବା ପ୍ରମୁଖ ଅତିଥିଭାବେ ଯୋଗଦାନ କରି ୧୫୦ରୁ ଉର୍ଦ୍ଧ ବୃକ୍ଷରୋପଣ କରିଥିଲେ ।

Comments (0)
Add Comment