ବଦଳିଲା ୧ ନମ୍ବର ହାଟ ସମୟ

ଭୁବନେଶ୍ୱର, ୧୧/୫(ଏସଏସନିୟୁଜ) ହାଟରେ ଗହଳି କମାଇବା ପାଇଁ ଭୁବନେଶ୍ୱର ୧ ନମ୍ବର ହାଟର ସମୟ ବଦଳାଇଛି ପ୍ରଶାସନ ।ତେବେ ଖୁଚୁରାବ୍ୟବସାୟୀମାନେ ସକାଳ ସାଢେ ୬ ଟାରୁ ଦିନ ୧୨ ଟା ଯାଏଁ ଓ ହୋଲସେଲ୍ ବ୍ୟବସାୟୀମାନେ ରାତି ସାଢେ ୩ଟାରୁ ସକାଳ ସାଢେ ୬ଟା ପର‌୍ୟ୍ୟନ୍ତ ଜିନିଷ କିଣାକିଣି କରିପାରିବେ । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ବିଏମସି ,ବ୍ୟବସାୟୀଙ୍କ ବୈଠକ ହୋଇଥିଲା ।ଏହି ବୈଠକର ନିଷ୍ପତି ମୁତାବକ ୨ଟି ଦୋକାନ ମଝିରେ ଗୋଟିଏ ଦୋକାନ ବନ୍ଦ ରହିବ । ପୂର୍ବଦିନ ବନ୍ଦ ରହିଥିବା ଦୋକାନଗୁଡ଼ିକ ପରଦିନ ଖୋଲିବ ।

Comments (0)
Add Comment