ସମ୍ବଲପୁର, ୧/୬(ଏସଏସନିଉଜ)ଆଜିଠାରୁ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀ ଶ୍ରୀ ସମଲେଶ୍ବରୀ ମନ୍ଦିରର ସମୟରେ ପରିବର୍ତ୍ତନ ହୋଇଛି । ସକାଳ ୬ଟାରୁ ଖୋଲାଯାଇ ରାତ୍ର ୯ଟା ପର୍ୟ୍ୟନ୍ତ ମନ୍ଦିର ଖୋଲାରହିବ । ତେବେ ନିତୀକାନ୍ତି ସମୟ ଦିବା ଅନ୍ନଭୋଗ, ସାନ୍ଧ୍ୟ ଆଳତି ଓ ରାତ୍ର ଅନ୍ନଭୋଗ ସମୟ ନିର୍ଘଣ୍ଟ ବ୍ୟତିତ ଅନ୍ୟସମୟରେ ସାଧାରଣ ଦର୍ଶନ ହୋଇପାରିବ । ରାତ୍ର ୯ଟାରେ ମା’ଙ୍କ ପାଖରେ ଅନ୍ନ ଭୋଗ ଲାଗିଲା ପରେ ପହଡ ପଡିବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଟ ପକ୍ଷରୁ ସୁଚନା ଦିଆଯାଇଛି ।