ବାହାଘର ପରେ ସ୍ତ୍ରୀକୁ ବିକିଦେଲା ସ୍ୱାମୀ

ବଲାଙ୍ଗିର, ୨୪/୧୦(ଏସଏସନିୟୁଜ)ପ୍ରଥମେ ସୋସିଆଲ ମିଡିଆରେ ଆରମ୍ଭ ହେଲା ପ୍ରେମ ।ତାପରେ ବାହାଘର ,ଆଉ ବାହାଘରର ୩ମାସପରେ ସ୍ତ୍ରୀକୁ ବିକିଦେଲା ସ୍ୱାମୀ ।ଏହିଭଳି ଘଟଣା ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ସୁଲେକେଲାରେ ଘଟିଛି ।ପରିବାରର ଲୋକଙ୍କ ଅଭିଯୋଗପରେ ପୋଲିସ ରାଜସ୍ଥାନରୁ ଯୁବତୀଙ୍କୁ ଉଦ୍ଧାର କରିବା ସହ ସ୍ୱାମୀ ରାଜେଶ ରଣା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଫେସ୍‌ବୁକରେ ରାଜେଶ ରଣା ଜଣେ ଯୁବତୀଙ୍କୁ ପ୍ରେମ କରିବା ସହ ଉଭୟଙ୍କ ସହମତିରେ ପରବର୍ତିସମୟରେ ବିବାହ ହୋଇଥିଲା । ଗତ ଜୁଲାଇମାସରେ ସେ ତାଙ୍କ ସ୍ତ୍ରୀଙ୍କୁ ଧରି ଛତିଶଗଡ଼ ରାୟପୁରରେ ଇଟାଭାଟିରେ କାମ କରିବା ପାଇଁ ଚାଲି ଯାଇଥିଲେ। ସେଠାରୁ ପୁଣି ପତ୍ନୀଙ୍କୁ ନେଇ ରାଜସ୍ଥାନକୁ ଚାଲି ଯାଇଥିଲେ। ଗତ ଅଗଷ୍ଟ ୨୭ରେ ଯୁବତୀଙ୍କ ପରିବାର ଲୋକ ରାଜେଶଙ୍କ ସହ ଯୋଗାଯୋଗ କରି ତାଙ୍କ ଝିଅ କାହା ସହ ଫେରାର ହୋଇ ଯାଇଥିବା ରାଜେଶଙ୍କଠାରୁ ଜାଣିବାକୁ ପାଇଥିଲେ ।ରାଜେଶଙ୍କ କତାକୁ ସନ୍ଦେହ କରି ଯୁବତୀଙ୍କ ପରିବାରଲୋକେ ତାଙ୍କ ଝିଅକୁ ବିକ୍ରିକରିଦେଇଥିବାର ନେଇ ବଲାଙ୍ଗିର ଏସ୍‌ପିଙ୍କୁ ଅଗଷ୍ଟ ୨୮ରେ ଘଟଣା ସର୍ମ୍ପକରେ ଜଣାଇଥିଲେ । ବେଲପଡା ଥାନାପୋଲିସ୍ ରାଜେଶଙ୍କ ଫୋନ୍ କଲ୍ ଟ୍ରାକ୍ କରି ରାଜସ୍ଥାନରୁ ଯୁବତୀଙ୍କୁ ଉଦ୍ଧାର କରିବା ସହ ରାଜେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ତେବେ ସ୍ତ୍ରୀକୁ ୬୦ ହଜାର ଟଙ୍କାରେ ହାର୍ଟ ଅପରେସନ ପାଇଁ ବନ୍ଧକ ଦେଇଥିଲି ବୋଲି ରାଜେଶ ପୋଲିସ ପାଖରେ କହିଥିବାର ଜଣାପଡିଛି ।

Comments (0)
Add Comment