ବାହାରିଲେ ସୋମନାଥ…

ବାରଙ୍ଗ,୨୬/୩(ଏସ୍‌ଏସ୍‌ନିୟୁଜ)ପଟିଆ ତଥା ବାରଙ୍ଗ ଅଂଚଳର ସର୍ବପୁରାତନ ଶେବପୀଠରାଜଧାନୀ ଉପକଣ୍ଠ ଢାୱାଗ୍ରାମରେ ଅବସ୍ଥାପିତ ସୋମନାଥମନ୍ଦିର । ଏହି ପୀଠର ଅଧିଷ୍ଠିତ ଠାକୁର ହେଉଛନ୍ତି ଶ୍ରୀଶ୍ରୀ ସୋମନାଥଦେବ । ପରମ୍ପରା ଅନୁଯାୟୀ ବାବା ସୋମନାଥ ମନ୍ଦିରରୁ ଏକାଦଶୀ ଦିନ ଭକ୍ତମାନଙ୍କୁ ଦର୍ଶନ ଦେବାକୁ ବାହାରିଛନ୍ତି ।ଗ୍ରାମଗ୍ରାମ ବୁଲିବେ ,ଭକ୍ତମାନଙ୍କୁ ଦର୍ଶନ ଦେବେ ,ଆଉ ପରମ୍ପରା ଅନୁଯାୟୀ ଭୋଗ ଖାଇବେ । ସୋମନାଥ ପ୍ରତ୍ୟେହ ସନ୍ଧ୍ୟା ଆଲତି ଓ ଭୋଗ ଲାଗିସାରିବାପରେ ମାଆ ପାର୍ବତୀଙ୍କୁ ସାଙ୍ଗରେ ଧରି ମନ୍ଦିରରୁ ବିଭିର୍ଣ ଗ୍ରାମଅଭିମୁଖେ ବାହାରିଥାନ୍ତି । ସୁସଜ୍ଜିତ ଦୋଳବିମାନରେ ବସି ଝୁଲିଝୁଲି ଯାଇଥାନ୍ତି । ରାତିଯାକ ଘରକୁଘର ବୁଲି ଭୋଗ ଖାଇଥାନ୍ତି ଓ ଲୋକମାନେ ମଧ୍ୟ ରାତିଉଜାଗର ରହି ବାବାଙ୍କୁ ଭୋଗଖୁଆଇବା ପାଇଁ ଘର ଆଗରେ ବାବାଙ୍କ ଆଗମନକୁ ଉସ୍‌ୁକତାର ସହ ପ୍ରତିକ୍ଷା କରିଥାନ୍ତି । ଭୋଗଖାଇସାରିବା ପରେ ସବୁଦିନେ ସକାଳେ ବାବା ମନ୍ଦିରକୁ ଫେରି ସ୍ନାନାଦି କାର୍ଯ୍ୟ ବିଧିରେ ହୋଇସାରିବାପରେ ମନ୍ଦିର ମଧ୍ୟକୁ ଯାଇଥାନ୍ତି ।
ଏହି ପରମ୍ପରା ଏକାଦଶୀରୁ ଆରମ୍ଭ ହୋଇ ହୋଲିବାସୀ ଦିନ ସରିଥାଏ ।
ଦୋଳପୁର୍ଣିମାଦିନ ପଟିଆରାଜାଙ୍କ ମେଳଣରେ ହରହରିଭେଟ ପାଇଁ ବାବା ସୋମନାଥ ସେଟାକୁ ଯାଇଥାନ୍ତି ।ଏହାପରେ ପଟିଆଗ୍ରାମରେ ଭୋଗଖାଇସାରିବାପରେ ମ୍‌ଦିରକୁ ଫେରିଥାନ୍ତି ।ମନ୍ଦିରକୁ ଯିବାପୁର୍ବରୁ ଆଶ୍ୱିରିକପ୍ରବୃତିକୁ ଦମନକରିବାପାଇଁ ପରମ୍ପରା ଅନୁଯାୟୀ ହୋଇଥିବା ମେଣ୍ଢାକୁଡିଆ ପୋଡା ହୋଇଥାଏ,ଏହାପରେ ଠାକୁର ଝୁଲଣରେ ବସି ଝୁଲିବା ସହ ବିଶ୍ରାମ ନେଇଥାନ୍ତି । ଏହାପରେ ବାବାଙ୍କ ଆଗରେ ପୁଜକମାନେ ନୁଆ ପାଞି ପଠନ କରିଥାନ୍ତି । ଏହି ସମୟରେ ପାଖଗ୍ରାମରୁ କିଛି ଲୋକ ପୁରୁଣା ପ୍ରଥା ଅନୁଯାୟୀ ଲଉଡି ଓ ଅଭିର ଖେଳି ଠାକୁରଙ୍କ ପାଖକୁ ଆସି ଠାକୁରଙ୍କୁ ଅଭିର ପ୍ରଦାନ କରଥାନ୍ତି । ଏହାପରେ ଠାକୁର ପୁଣି ଭୋଗଖାଇବାକୁ ବାହାରିଥାନ୍ତି ।ହୋଲିଦିନ ବକେୟା ଥିବା ଗ୍ରାମକ ଯାଇ ଭୋଗଖାଇବା ସହ ରାତିରେ କୁଆଖାଇକୁ ଯାଇ ଯମୁନାସ୍ନାନ କରିବାପରେ ଗଣ୍ଡରପୁରକୁ ଆସି ସରଲବଣୀ ଖାଇବା ସହ ଭୋଗଖାଇ ମନ୍ଦିରକୁ ପ୍ରତ୍ୟାବର୍ତନ କରିଥାନ୍ତି । ଆସିବାପରେ ହଳଦୀପାଣିରେ ଗାଧୋଇବା ସହ ପଂଚାମୃତ ଛିଂଚନହେବା ପରେ ମନ୍ଦିର ମଧ୍ୟକୁ ପ୍ରବେଶ କରିଥାନ୍ତି । (ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Comments (0)
Add Comment