ଭୁବନେଶ୍ବର,୧୧/୮(ଏସଏସନିଉଜ)ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ବଜ୍ରାଘାତରେ ୨ଜଣ ଚାଷୀଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ବସନ୍ତ ଦାସ , ନରେନ୍ଦ୍ର ବିଶ୍ୱାଳ ଓ ଆଶୁତୋଷ ତ୍ରିପାଠୀ। ବସନ୍ତଦାସ ,ନରେନ୍ଦ୍ର ବିଶ୍ବାଳ ଓ ସୁରେନ୍ଦ୍ରସାହୁଙ୍କ ସମେତ ଅନ୍ୟମାନେ ବିଲକୁ ଚାଷ କାମ ପାଇଁ ଯାଇଥିଲେ। ବିଲରେ କାମ ଚାଲିଥିବା ବେଳେ ବଜ୍ରପାତ ହୋଇଥିଲା। ଫଳରେ ଏହି ତିନି ଜଣ ବଜ୍ରପାତର ଶିକାର ହୋଇ ଚିକିତ୍ସା ପାଇ ସୋର ଡାକ୍ତରଖାନାକୁ ଆସୁଥିବାବେଳେ ସେଠାରେ ଡାକ୍ତର ବସନ୍ତ ଦାସ ଓ ନରେନ୍ଦ୍ର ବିଶ୍ୱାଳଙ୍କୁ ମୃତ ଘୋଷଣା କରିଥିଲେ।ସୁରେନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ତାଙ୍କର ଚିକିତ୍ସା ଜାରି ରହଇଛି।ଅନ୍ୟପଟରେ ରାଇପିତାମ୍ବର ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ବଜ୍ରାଘାତରେ ଆଠଗଡର ୪୫ ବର୍ଷୀୟ ଆଶୁତୋଷ ତ୍ରିପାଠୀଙ୍କର ମୃତ୍ୟୁ ହୋଇଛି। ଭୋଗରା ଛକରୁ ଘରକୁ ଫେରୁଥିବା ବଜ୍ରପାତ କାରଣରୁ ଗୁରୁତର ଅବସ୍ଥାରେ ଆଠଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।