ଜଟଣୀ, ୨/୧୧(ଏସ୍ଏସ୍ନିୟୁଜ) ସରକାରୀ ନିୟମକୁ ସମ୍ପୂର୍ଣ୍ଣ ଉଲଂଘନ କରି ବାଣ ବିକୁଥିବା ଅଭିଯୋଗରେ ପାତ୍ରପଡା ଜଗନ୍ନାଥ ପୁର ଅଞ୍ଚଳର ତିନୋଟି ବାଣ ଗୋଦାମକୁ ସିଲ କରିଛି ଜଟଣୀ ପୋଲିସ । ଚଳିତବର୍ଷ ଦୀପାବଳିରେ ସବୁଜ ବାଣକୁ ବିକ୍ରି ପାଇଁ ଅନୁମତି ମିଳିଥିବାବେଳେ ରାସାୟନିକ ବାଣ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ରହିଛି ।ତେବେ ବ୍ୟବସାୟୀମାନେ ସବୁଜ ବାଣ ବିକ୍ରି ନାଁରେ ଅନେକ ରାସାୟନିକ ବାଣ ବିକ୍ରି କରିଥିବାର ଅଭିଯୋଗ ଜଟଣୀଥାନାରେ ପହଁଚିଥିଲା । ପୋଲିସ ସଦଳବଳେ ଚଢଉ କରି ଗୋଡ଼ିପୁଟ ମାଟିଆପଡା ମୌଜା ଅନ୍ତର୍ଗତ ପାତ୍ରପଡା ଜଗନ୍ନାଥ ପୁର ଅଞ୍ଚଳର ତିନୋଟି ବାଣ ଗୋଦାମକୁ ସିଲ କରିଛନ୍ତି ।