ବନ୍ଧାହେଲେ ନକଲି ପୁଲିସ

କେନ୍ଦୁଝର, ୨୦/୯(ଏସଏସନିୟୁଜ) ନିଜକୁ ଟାଉନ ଥାନାର ବଡ଼ବାବୁ ବୋଲି କହୁଥିଲେ ।ଲୋକମାନଙ୍କୁ ଧମକାଉଥିଲେ ।ଶେଷରେ ବନ୍ଧାହେଲେ ଏହି ନକଲି ପୋଲିସ ବୋଲି ନିଜକୁ ପରିଚୟ ଦେଉଥିବା କଟକ ମଧୁପାଟଣା ଥାନା ନୂଆପଡ଼ା ଅଞ୍ଚଳର ସୁନୀଲ କୁମାର ଦାସ । କେନ୍ଦୁଝର ପାର୍କଲାଇନ୍‌ରେ ରହୁଥିବା ସୁନୀଲ ପାର୍କ ପାଖରେ ଥିବା ମୋବାଇଲ ମରାମତି ଦୋକାନରେ ନିଜ ମୋବାଇଲ ମରାମତି ପାଇଁ ଦେବାସହ ନିଜକୁ ଥାନା ବଡବାବୁ ବୋଲି ପରିଚୟ ଦେଇ ଶିଘ୍ର ମରାମତି ପାଇଁ କହିଥିଲେ ।ମରାମତି ସରିବାପରେ ମରାମତି ଟଙ୍କା ଠିକ ଭାବେ ନଦେବାରୁ ଦୋକଲାନୀସହ ତାଙ୍କର ପାଟିତୁଣ୍ଡ ହୋଇଥିଲା ।ଶେଷରେ ଦୋକାନୀ ଟାଉନ ଥାନାରେ ଅଭିଯୋଗ କରିବାପରେ ନକଲି ପୋଲିସ ଧରାପଡିବା ସହ ଏକ ମକଦ୍ଦମା ରୁଜୁକରି ପୋଲିସ କୋର୍ଟଚାଳଣ କରିଥିଲା ।

Comments (0)
Add Comment