ବାପାକୁ ଟେକିନେଲା ପୁଲିସ

କଟକ,୧୧/୪(ଏସଏସନିଉଜ)ଜନ୍ମ କଲା ବାପା ଶେଷରେ ସାଜିଲା ପିଶାଚ । ନିଜର କାମବାସନାକୁ ଚରିତାର୍ଥ କରାଇବାପାଇଁ ନିଜ ଝିଅକୁ ଧର୍ଷଣ କରିବାକୁ ପଛାଇନଥିଲା ।ଦିନେକି ଦୁଇଦିନ ନୁହେଁ ୧ମାସ ଧରି ଦୁଷ୍କର୍ମ କରିଥିବାର ଝିଅ ବାଦାମବାଡ଼ି ଥାନାରେ ଅଭିଯୋଗ କରିଛନ୍ତି ।ଏହି ଲଜ୍ଜାଜନକ ଘଟଣା ବାଦାମବାଡ଼ି ଥାନା ଶଙ୍କରପୁର ମଙ୍ଗଳାଲେନ୍ ରେ ଘଟିଛି ।ପୋଲିସ ପିଡିତାର ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିବା ସହ ପିଡିତା ଓ ତାର ୨ ବର୍ଷୀୟ ସାନ ଭଉଣୀକୁ ବି ପୁଲିସ ଉଦ୍ଧାର କରି ବସୁନ୍ଧରାରେ ଭର୍ତ୍ତି କରିବା ସହ ଅଭିଯୁକ୍ତ ବାପାକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଶଙ୍କରପୁର ମଙ୍ଗଳାଲେନ୍ ଅଞ୍ଚଳରେ ସ୍ବାମୀ-ସ୍ତ୍ରୀ ଓ ତାଙ୍କ ଦୁଇ ଝିଅ ରୁହନ୍ତି। ଗଲା ଏକମାସ ହେବ ପତ୍ନୀ ଅନ୍ୟ ଜଣେ ଯୁବକ ସହିତ କେଉଁଆଡ଼େ ଫେରାର୍ ହୋଇଯାଇଥିବାବେଳେ ଘରେ ଦୁଇ ଝିଅ ଓ ବାପା ରହୁଥିଲେ।ଘରେ ଥିବା ୧୫ ବର୍ଷୀୟା ନାବାଳିକା ଝିଅକୁ ଗଲା ଏକ ମାସ ହେବ ବାପା ଦୁଷ୍କର୍ମ କରିଆସୁଥିଲା। ଯୌନ ନିର‌୍ୟାତନାରେ ଅତିଷ୍ଠ ହେବାରୁ ନାବାଳିକାଜଣକ ଥାନାରେ ଅଭିଯୋଗ କରିଥିଲେ ।

Comments (0)
Add Comment