ବାରଙ୍ଗରେ ଆମିଷ ମୁଲ୍ୟ ହେଲା ବୃଦ୍ଧି

ବାରଙ୍ଗ,୨୫/୩(ଏସଏସନିୟୁଜ)କରୋନା କବଳରୁ ରକ୍ଷା କରିବା ଓ ଏହାର ମୁକାବିଲାପାଇଁ କେନ୍ଦ୍ରସରକାର ଓ ରାଜ୍ୟସରକାର ଆଗୁଆ ପ୍ରତିକାରମୁଳକ ପଦକ୍ଷପ ନେବା ସହ ଜନସାଧାରଣ ସହଯୋଗ କରିବାକୁ ଅପିଲ କରିଛନ୍ତି ।ଏବେ ୨୧ଦିନପାଇଁ ଦେଶ ହୋଇଛି ଲକ୍‌ଡାଉନ୍ ।ଏହିସମୟ ମଧ୍ୟରେ ଅତ୍ୟାବଶ୍ୟକ କାର୍ଯ୍ୟ ନଥିଲେ ଘରୁ ନବାହାରିବାକୁ ସରକାର ନିବେଦନ ମଧ୍ୟ କରିଛନ୍ତି । ପୋଲିସ ମଧ୍ୟ ସଜାଗ ହୋଇ ଲୋକମାନଙ୍କ ହିତ ପାଇଁ କାମ କରିଚାଲିଛି । ସାଧାରଣ ଲୋକମାନେ ହଇରାଣ ନହେବାପାଇଁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ମୁଲ୍ୟ ନବଢାଇବାକୁ ବ୍ୟବସାୟୀମାନଙ୍କୁ ଚେତାବନୀ ମଧ୍ୟ ସରକାର ଦେଇଛନ୍ତି ।କିନ୍ତୁ ବୁଧବାରଦିନ ବାରଙ୍ଗବଜାରର ଚିତ୍ର ଥିଲା ସମ୍ପୁର୍ଣ ଅଲଗା ।ବୁଧବାର ଆମିଷ ବାର ହୋଇଥିବାରୁ ସକାଳୁସକାଳୁ ଲୋକମାନେ ଆମିଷ ପାଇଁ ବାରଙ୍ଗବଜାରକୁ ଧାଇଁଥିଲେ । ହେଲେ ଆମିଷ ମୁଲ୍ୟବୃଦ୍ଧି କରିଥିଲେ ବ୍ୟବସାୟୀ । ମାଛ କେଜି ୨୦୦ଟଙ୍କା,ଚିକେନ୍‌କେଜି୧୮୦ଟଙ୍କା ଓ ଖାସିମାଂସ କେଜି ୭୦୦ଟଙ୍କା ହୋଇଥିବାର ରୋକ୍‌ଠୋକ୍‌ଭାବେ ଜଣାଇଥିଲେ ବ୍ୟବସାୟୀମାନେ । ନେଲେ ନିଅ ନହେଲେ ଯାଅ ବୋଲି କହିଥିଲେ ଗ୍ରାହକମାନଙ୍କୁ । ବାରଙ୍ଗ ରେଳଧାରଣା ପାଶ୍ୱର୍ରେ ଖାସିମାଂସ କଟାନଯାଇ ବ୍ୟବସାୟୀମାନେ ଏହାକୁ ନିଜ ଘରେ କାଟିଥିବାର ଦେଖିବାକୁ ମିଳିଥିଲା ।ତେବେ ଲକ୍‌ଡାଉନ୍‌ର ୪ର୍ଥ ଦିନରେ ଏହିଭଳି ମୁଲ୍ୟ ବୃଦ୍ଧିହେଲେ ଆଗକୁ କଣ ହେବ ଆମିଷ ମୁଲ୍ୟ ସେହିକଥା କେବଳ ଗ୍ରାହକମାନେ କଥାହେଉଥିଲେ ।ଏହାସହ ପରିବାମାର୍କେଟରେ ମଧ୍ୟ ଚଢାଦରରେ ପରିବା ବିକ୍ରି ହେଉଥିବାର ଦେଖିବାକୁ ମିଳିଥିଲା ।

Comments (0)
Add Comment